Odisha Elections 2024
Posted inଜାତୀୟ

ରାଜ୍ୟ ସଭାରେ ୟୁସିସି ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ,୧୦ା୧୨(ପି.ଟି.): ରାଜ୍ୟ ସଭାରେ ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ମଧ୍ୟରେ ୟୁନିଫର୍ମ ସିଭିଲ୍‌ କୋଡ୍‌ (ୟୁସିସି) ବିଲ୍‌, ୨୦୨୦ ଆଗତ କରାଯାଇଛି। ୟୁସିସି ବା ସମାନ ନାଗରିକ ସଂହିତା ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ ପାଇଁ ଏହାକୁ ଏକ ପ୍ରାଇଭେଟ୍‌ ମେମ୍ବର ବିଲ୍‌ ଭାବେ ଅଣାଯାଇଛି।
ଭାଜପା ଏମ୍‌ପି କିରୋଡି ଲାଲ୍‌ ମୀନା ବିଲ୍‌ ଆଗତ କରି ୟୁନିଫର୍ମ ସିଭିଲ୍‌ କୋଡ୍‌ ପ୍ରସ୍ତୁତି ଓ ସାରା ଦେଶରେ ଏହାର କାର୍ଯ୍ୟକାରିତା ନିମନ୍ତେ ଏକ ଜାତୀୟ ନିରୀକ୍ଷଣ ଓ ଅନୁଧ୍ୟାନ କମିଟି ଗଠନ ଚାହିଁଥିଲେ। ତେବେ ବିରୋଧୀ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସ ସଦସ୍ୟମାନେ ବିଲ୍‌କୁ ବିରୋଧ କରିଥିଲେ। ଏହା ଦେଶରେ ରହିଥିବା ସାମାଜିକ ସମ୍ପର୍କ ଏବଂ ବିବିଧତା ମଧ୍ୟରେ ଏକତାକୁ ନଷ୍ଟ କରିଦେବ ବୋଲି ସେମାନେ ଅଭିଯୋଗ କରିଥିଲେ। ୟୁନିଫର୍ମ ସିଭିଲ୍‌ କୋଡ୍‌ ନା ଜରୁରୀ ନା ବାଞ୍ଛନୀୟ ବୋଲି ନ୍ୟାୟିକ କମିଶନ ରିପୋର୍ଟରେ କୁହାଯାଇଥିବା ସିପିଆଇ(ଏମ୍‌) ସଦସ୍ୟ ଜନ୍‌ ବ୍ରିଟ୍ଟାସ୍‌ କହିଥିଲେ। ୟୁସିସି ଧର୍ମନିରପେକ୍ଷତା ବିରୋଧୀ ବୋଲି ଡିଏମ୍‌କେ ସଦସ୍ୟ ତିରୁଚି ଶିବା କହିଥିଲେ। ସମାଜବାଦୀ ପାର୍ଟି ଏମ୍‌ପି ଆର୍‌.ଜି. ବର୍ମା ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ। ଏହା ସାମ୍ବିଧାନିକ ବ୍ୟବସ୍ଥାର ବିରୋଧୀ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଭାଜପା ଏମ୍‌ପି ହରନାଥ ସିଂ ଯାଦବ ଦେଶରେ ସମାନ ନାଗରିକ ସଂହିତା କାର୍ଯ୍ୟକମାରୀ କରିବା ଉପରେ ଶୂନ୍ୟ କାଳରେ ଆଲୋଚନା ପାଇଁ ନୋଟିସ୍‌ ଦେଇଥିଲେ। ବିଲ୍‌ ପ୍ରତ୍ୟାହାର କରାଯାଉ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଥିଲେ। ବିଲ୍‌ ଆଗତକୁ ବିରୋଧ କରି ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଭୋଟ ଜରିଆରେ ଏହା ସ୍ଥିର କରାଯାଉ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଥିଲେ। ୬୩ ଭୋଟରେ ବିଲ୍‌କୁ ଆଗତ ଲାଗି ଅନୁମତି ମିଳିଥିଲା ବେଳେ ବିରୋଧରେ ୨୩ ଖଣ୍ଡ ଭୋଟ ପଡ଼ିଥିଲା। ପୂର୍ବରୁ ଏହି ବିଲ୍‌ ଆଗତ କରିବା ଲାଗି ତାଲିକାଭୁକ୍ତ ହୋଇଥିଲେ ହେଁ ରାଜ୍ୟ ସଭାରେ ଅଣାଯାଇ ପାରି ନ ଥିଲା। ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ବ୍ୟକ୍ତିଗତ ସୁରକ୍ଷା ଲାଗି ସମାନ ଆଇନ କାର୍ଯ୍ୟକାରୀ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍‌ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ

ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି...

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ...

ବିଭବଙ୍କୁ ଖୋଜୁଛି ୮ ପୋଲିସ ଟିମ୍‌

ନୂଆଦିଲ୍ଲୀ,୧୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟା ସ୍ବାତୀ ମାଲିଓ୍ବାଲ ଆଣିଥିବା ସଙ୍ଗିନ...

ଭାଜପା ସମର୍ଥନରେ ଆସିଲା ଆଉ ଏକ ଦଳ, କଲା ଘୋଷଣା

ନୂଆନିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଚାରୋଟି ପର୍ଯ୍ୟାୟ ମତଦାନ ସରିଯାଇଛି। ରାଜ୍ୟର ୩୯ ଟି ଲୋକ ସଭା ଆସନରେ ଭୋଟ ଶେଷ ହେବା...

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri