ଘରେ ପଶି ବୃଦ୍ଧଙ୍କୁ ହତ୍ୟା, ସଶସ୍ତ୍ର ଡକାୟତି

ନିଶ୍ଚିନ୍ତକୋଇଲି/ନେମାଳ,
୧୦।୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରୀ ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ସହ ହତ୍ୟାକାଣ୍ଡ ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ଗୁରୁତର କରିଛନ୍ତି। ଏଥିସହ ଘରର ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲେଣ୍ଡୁରା ଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି (୬୯)। ଖବରପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଇଛି। ଏ ସମ୍ପର୍କରେ ମୃତକଙ୍କ ଭାଇ ନୃସିଂହ ଚରଣ ମୁଦୁଲିଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା (ନଂ. ୨୧୯/୨୨) ରୁଜୁ ହୋଇଛି।
ଡକାୟତି ଉଦ୍ଦେଶ୍ୟରେ ନା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲେଣ୍ଡୁରା ଭଗବାନପୁରର ଅନନ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୃଷୀକେଶ କିରାଣି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ସେ ଏହି ଘରେ ସ୍ତ୍ରୀ କନକଲତା(୬୫)ଙ୍କ ସହ ରହିଆସୁଥିଲେ। ଗୁରୁବାର ସ୍ବାମୀ ସ୍ତ୍ରୀଙ୍କ ସହ ନାତି ଓମ୍‌ପ୍ରକାଶ ମୁଦୁଲି(୧୮) ସେଠାରେ ଥିଲେ। ରାତିରେ ପରିବାର ଲୋକ ଶୋଇଥିଲେ। ବିଳମ୍ବିତ ରାତିରେ ୪ ଜଣ ଅଚିହ୍ନା ଦୁର୍ବୃତ୍ତ ତାଙ୍କ ଘରକୁ ଆସି ହୃଷୀକେଶଙ୍କ ନାମ ଧରି ଡାକିବା ସହ କବାଟ ଖୋଲିବାକୁ କହିଥିଲେ। ସେମାନଙ୍କ ଡାକ ଶୁଣି ହୃଷୀକେଶ କବାଟ ଖୋଲିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଅତର୍କିତଭାବେ ବୃଦ୍ଧଙ୍କ ଗଳାକୁ ମାରଣାସ୍ତ୍ର ସାହାଯ୍ୟରେ କାଟିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କନକଲତା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରୁତର କରିଥିଲେ ବୋଲି ନାତି ଓମପ୍ରକାଶ କହିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ଘରେ ଥିବା ଲୁହା ଆଲମିରା ଭାଙ୍ଗି ସୁନା ଅଳଙ୍କାର ନେଇଯିବା ସହ ଘରର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଓମ୍‌ପ୍ରକାଶଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ଓମ୍‌ପ୍ରକାଶ ପାଟି ଚୁପ୍‌ କରି ନିରବତାର ସହ ବସି ରହିଥିଲେ। ଦୁର୍ବୃତ୍ତମାନେ ଘର ଛାଡି ପଳାଇ ଯିବାପରେ ଓମ୍‌ପ୍ରକାଶ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ପାଟିଶୁଣି ଗଁା ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ କନକଲତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ପଠାଇଥିଲେ। ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଓମ୍‌ପ୍ରକାଶଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି। ଏହି ଘଟଣା ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଖବରପାଇ ନେମାଳ ଥାନା ପୋଲିସ, କଟକ ଜିଲା ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗୋଳ କିଶୋର, ଅତିରିକ୍ତ ଏସ୍‌ପି କୃଷ୍ଣଚନ୍ଦ୍ର ନାୟକ, ସାଲେପୁର ଏସ୍‌ଡିପିଓ ବିମଳ କୁମାର ବାରିକ, ନେମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ତାଙ୍କ ଘର ଚାରିପାଖରେ ବୁଲିବା ସହ ନଦୀବନ୍ଧକୁ ଯାଇ ଫେରିଆସିଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri