ମରୁଡ଼ି ବେଳେ ଉଠାସେଚ ପଏଣ୍ଟ ଅଚଳ

ଖଇରା,୨୫।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ବାରଭାଗିଆ ଗ୍ରାମରେ ଥିବା ୨ଟି ଉଠା ସେଚପଏଣ୍ଟ ଅକାମୀ ହୋଇ ପଡିଛି। ଅନାବୃଷ୍ଟି ସମୟରେ ସେଚ ପଏଣ୍ଟ ଅଚଳ ହେବାରୁ ଶତାଧିକ ଚାଷୀଙ୍କ ଚିନ୍ତା ବଢି ଯାଇଛି। ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ନ କଲେ ଚାଷୀମାନେ ଆମରଣ ଅନଶନ କରିିବାକୁ ବାଧ୍ୟ ହେବେ ବୋଲି ପ୍ରହଲ୍ଲାଦ ଦାସ, ଅନନ୍ତ ଜେନା, ମଳୟ କୁମାର ଦାସ, ଗଣେଶ ପ୍ରସାଦ ଦାସ, ଶଙ୍କର୍ଷଣ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।
ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ୧୯୯୯ରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବାରଭାଗିଆ-୨ ପ୍ରକଳ୍ପ ବିଦ୍ୟୁତ୍‌ ଜନିତ ତ୍ରୁଟି ଯୋଗୁ ଅକାମୀ ହୋଇ ରହିଛି। ଏହାକୁ ବିଭାଗ ପକ୍ଷରୁ ସଜଡା ଯାଉ ନାହିଁ । ସାମାନ୍ୟ ମରାମତି କାମ କରାଯାଇପାରିଲେ ୫୦ଏକରରୁ ଅଧିକ ଚାଷ ଜମିକୁ ଜଳ ମାଡି ପାରନ୍ତା । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ପୂର୍ବତନ ସରପଞ୍ଚ କ୍ଷେତ୍ରମୋହନ ଖଟୁଆ କହିଛନ୍ତି। ସେହିପରି ନବନିର୍ମିତ ବାରଭାଗିଆ-୧ ଉଠଜଳସେଚନ ପ୍ରକଳ୍ପରୁ ୪୦ଏକର ଚାଷ ଜମିକୁ ପାଣି ମାଡିବାର ବ୍ୟବସ୍ଥା ହୋଇଛି। ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସକାଶେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଯାଇଛି। ଉଠା ଜଳସେଚନ ନିଗମ ବିଭାଗରୁ ଚିଠି ମିଳିବା ମାତ୍ରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏହାକୁ ଚାର୍ଜ କରାଯିବ । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ା ଚାଷ ଉପଯୋଗୀ ବର୍ଷା ହୋଇ ନ ଥିବାରୁ ଏହି ପ୍ରକଳ୍ପ ସଂଲଗ୍ନ ଚାଷଜମି ଶୁଖି ଫାଟିବା ଆରମ୍ଭ କଲାଣି ା ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରା ନ ଗଲେ ପ୍ରକଳ୍ପ ଥାଇ ମଧ୍ୟ ଚାଷୀ ମରଡ଼ି ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଚାଷୀ ଗୟାଧର ଦାସ ଓ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଉଠା ଜଳସେଚନ ସୋର ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଦେଙ୍କୁ ପଚାରିବାରୁ ବାରଭାଗିଆର ନୂତନ ପ୍ରକଳ୍ପ କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ଧ୍ୟାନ ଦିଆଯାଉଛି ା ପୁରୁଣା ପ୍ରକଳ୍ପ ମରାମତି କାମ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପାଣି ପଞ୍ଚାୟତ ଅଧୀନରେ ଥିବା ଏହି ଏହି ପ୍ରକଳ୍ପରେ କେତେକ କାର୍ଯ୍ୟ ବାକି ରହିଛି ଏବଂ ଶେଷ ହେବାକୁ ୨ରୁ ୩ଦିନ ଲାଗିବା ବୋଲି କୁହାଯାଉଛି। କିନ୍ତୁ ସମ୍ଭାବ୍ୟ ମରୁଡି ପରିସ୍ଥିତିରେ ପ୍ରଶାସନିକ ତତ୍ପରତାର ଅଭାବ ଚାଷୀଙ୍କୁ ନିରାଶ କରିଛି। ଏହି ବ୍ଲକରେ ମୋଟ ୪୪ଟି ଉଠାସେଚ ପ୍ରକଳ୍ପ ଥିବା ବେଳେ ସେଥିରୁ ୨୪ଟି ଅଚଳ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri