Posted inଖେଳ

ଓଏଫ୍‌ସିର ମୁଖ୍ୟ ପାର୍ଟନର ଜିନ୍ଦଲ ପାନ୍ଥର୍ସ

ଭୁବନେଶ୍ୱର, ୨୯ା୧୧ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଓଡ଼ିଶା ଫ୍ରାଞ୍ଚାଇଜ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌(ଓଏଫ୍‌ସି)ର ମୁଖ୍ୟ ପାର୍ଟନର ରହିଛି ଜିନ୍ଦଲ ପାନ୍ଥର୍ସ। ସୋମବାର ଏନେଇ ଜିନ୍ଦଲ ପାନ୍ଥର୍ସ ଏବଂ ଓଏଫ୍‌ସି ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆସନ୍ତା ସିଜନ୍‌ଗୁଡ଼ିକରେ ଜିନ୍ଦଲ ପାନ୍ଥର୍ସ ଓଏଫ୍‌ସିର ମୁଖ୍ୟ ପାର୍ଟନର ରହିବ। ଏକ ଖବରଦାତା ସମ୍ମିଳନୀରେ ଏହି ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା। ପାନ୍ଥର୍ସ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ର ମୁଖ୍ୟ ମାର୍କେଟିଙ୍ଗ୍‌ ଅଫିସର ସୁଶୀଲ କୁମାର ପ୍ରଧାନ ଏହି ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଏହାସହିତ ଓଏଫ୍‌ସି ଓ ପାନ୍ଥର୍ସର ସହଯୋଗିତା ଫୁଟବଲ୍‌ କ୍ଲବକୁ ଗତି, ଶକ୍ତି ଓ ନମନୀୟତାର ଗୁଣ ପ୍ରଦାନ କରିବ। କ୍ରୀଡ଼ା ମାଧ୍ୟମରେ କମ୍ପାନୀ ସମାଜ ପ୍ରତି ଥିବା ନିଜ ଦାୟିତ୍ୱବୋଧ ପୂରଣ କରୁଛି ବୋଲି ସେ ପ୍ରକାଶ କରିଥିଲେ। ଫୁଟ୍‌ବଲ, କ୍ରିକେଟ୍‌, ହକି, କବାଡ଼ି ଓ ଖୋ ଖୋ ପରି ଖେଳ ସହିତ ପାନ୍ଥର୍ସ ନିଜକୁ ସଂଶ୍ଳିଷ୍ଟ ରଖିଛି। କ୍ରୀଡ଼ା ସହ ଜଡ଼ିତ ରହି ଯୁବବର୍ଗଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଉଭୟ ଓଏଫ୍‌ସି ଏବଂ ଜିନ୍ଦଲ ଓଡ଼ିଶାରେ ଫୁଟ୍‌ବଲକୁ ଆଗକୁ ନେବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ଓଏଫ୍‌ସିର କ୍ଲବ ସଭାପତି ରାଜ୍‌ ଅଠଓ୍ବାଲ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦିଲ୍ଲୀ ଡାଇନାମୋ ରହିଥିବା ଏହି ଫୁଟ୍‌ବଲ କ୍ଲବଟି ୨୦୧୯ରେ ଓଡ଼ିଶା ସରକାରଙ୍କ ସହଯୋଗରେ ଓଏଫ୍‌ସି ନାମରେ ପୁନଃନାମିତ ହୋଇଥିଲା। ଓଡ଼ିଶାରେ ଫୁଟ୍‌ବଲ ବିପ୍ଳବ ଆଣିବା ଲକ୍ଷ୍ୟରେ ଏହା ୨୦୧୯ରେ ଆଇଏସ୍‌ଏଲ୍‌ରେ ଅଂଶଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri