ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲି

ଫୁଲବାଣୀ ଅଫିସ, ୨୯ା୧୧:ପଛୁଆ ଜିଲା ଭାବେ ପରିଚିତ କନ୍ଧମାଳ ଜିଲାରେ ସ୍ବାସ୍ଥ୍ୟ ସେବାକୁ ଭଗବାନ ଭରସା ା ଜିଲାରେ ଲୋକ ସଂଖ୍ୟା ଏବଂ ରୋଗୀଙ୍କ ଅନୁପାତରେ ଡାକ୍ତର ନାହାନ୍ତି। ଡାକ୍ତର ଅଭାବ ଯୋଗୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବହୁ ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଜିଲାବାସୀ ଭରସା କରିପାରୁ ନ ଥିବା ବେଳେ ରୋଗୀଙ୍କୁ କୁଆଡେ ନେବେ ତାହା ଜାଣି ପାରୁନାହାନ୍ତି। ଅକାଳରେ ଚାଲି ଯାଉଛି ଜୀବନ ା ଏସବୁ ଦେଖିଲେ ଜିଲାରେ ଏବେ ବି ବିକାଶ ଅପହଞ୍ଚ ସେଥିରେ ଦ୍ୱିମତ ନାହିଁ ା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ବହୁ ରୋଗୀ ଆସୁଛନ୍ତି। ହେଲେ ଡାକ୍ତର ଅଭାବ ଯୋଗୁ ସେମାନେ ଚିକିତ୍ସା ସେବା ପାଇ ପାରୁନାହାନ୍ତି। ଥଣ୍ଡା, ଜ୍ୱର, କାଶ ଆଦି ସାମାନ୍ୟ ରୋଗରେ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ରେଫର କରି ଦିଆଯାଉଛି ା ବିଶେଷଜ୍ଞ ଡାକ୍ତର ନ ଥିବାରୁ କେହି ରିସ୍କ ନେବାକୁ ଚାହୁଁ ନାହାନ୍ତିି। ଜିଲା ମୁଖ୍ୟ ଚିିକତ୍ସାଳୟ ଏକ ରେଫରାଲ ହସ୍ପିଟାଲ ଭାବେ ଦୁର୍ନାମ ଅର୍ଜନ କରି ଚାଲିଛି ା ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ(ଏସ୍‌ଡିଏଚ୍‌)ରେ ମୋଟ ୪୨ ଜଣ ବିଶେଷଜ୍ଞ ପଦବୀ ଥିବା ବେଳେ ମାତ୍ର ୧୬ ଜଣ ଅଛନ୍ତି। ବାଲିଗୁଡା ଏସ୍‌ଡିଏଚ୍‌ରେ ଜଣେ ବି ବିଶେଷଜ୍ଞ ନାହାନ୍ତି। ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟ ଅଧୀନରେ ରହିଛି ୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲାରେ ଡାକ୍ତରଙ୍କ ପଦବୀ ୨୮୫ ଥିବା ବେଳେ ୨୧୯ ଜଣ ଅଛନ୍ତି। ୬୬ ପଦବୀ ଖାଲି ପଡିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ ା ୧୪ଟି ପଦବୀ ଖାଲି ରହିଛି। ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟରେ ୧୨ ବିଶେଷଜ୍ଞ ପଦବୀ ଥିବା ବେଳେ ଜଣେ ହେଲେ ବି ନାହାନ୍ତି। ଫଳରେ ଏହି ଚିକିତ୍ସାଳୟରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ା
ସୂଚନା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ୩ଟି ପଦବୀରୁ ଗୋଟିଏ ଖାଲିପଡିଛି ା ସେହିପରି ଶିଶୁ ବିଶେଷଜ୍ଞ ୮ଟି ରୁ ୫, ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ୫ ଟିରୁ ୩, ରେଡିଓଲୋଜି ୧ ପଦବୀ, ପାଥୋଲୋଜି ବିଶେଷଜ୍ଞ ଗୋଟିଏ ପଦବୀ, ୨ ନିସ୍ତେଜକ ପଦବୀରୁ ଗୋଟିଏ ଖାଲି ପଡିଛି । ଚକ୍ଷୁ ରୋଗ ବିଶେଷଜ୍ଞ ଦୁଇଟି ପଦବୀ, ନାଶା, ଗଳା ଓ କର୍ଣ୍ଣ ବିଶେଷଜ୍ଞ ଗୋଟିଏ ପଦବୀ, ଚର୍ମ ରୋଗ ବିଶେଷଜ୍ଞ ଗୋଟିଏ ପଦବୀରୁ କେହି ହେଲେ ନାହାନ୍ତି। ସେହିପରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ, ଅସ୍ତ୍ରୋପଚାର, ଅସ୍ଥିଶଲ୍ୟ, ପାଥୋଲୋଜି, ଚକ୍ଷୁ ବିଶେଷଜ୍ଞ ପଦବୀ ଆବଶ୍ୟକ ଥିବା ବେଳେ କେହି ମଧ୍ୟ ଜଣେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଶିଶୁ ବିଶେଷଜ୍ଞ ୩ଟି ପଦବୀ ଖାଲି ପଡିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ଏବଂ ନିସ୍ତେଜକ ବିଶେଷଜ୍ଞଙ୍କ ପଦବୀ ଖାଲି ପଡିଛି ।
ରାଜ୍ୟ ସରକାର ଜିଲାର ଦୁର୍ଗମ ଅଞ୍ଚଳରେ କାମ କରିବା ଲାଗି ଡାକ୍ତରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ରଖିଛନ୍ତି। କିନ୍ତୁ ବହୁ ଡାକ୍ତର ମେଡିକାଲରେ ନ ରହି ଛୁଟି କାଟୁଥିବା ଦେଖିବାକୁ ମିଳୁଛି । ଡାକ୍ତର ଅଭାବ ସମସ୍ୟା ଯୋଗୁ ଜିଲାରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛିା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଜିଲାବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri