ଭତ୍ତା ବୃଦ୍ଧି ନେଇ ବ୍ଲକ ଘେରାଉ

ଲାଞ୍ଜିଗଡ,୧୯।।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବିଭିନ୍ନ ପଞ୍ଚାୟତର ବୁଢ଼ାବୁଢ଼ୀ ଭିନ୍ନକ୍ଷମ ସଙ୍ଗଠନ ପକ୍ଷରୁ ଭତ୍ତା ବୃଦ୍ଧି ନେଇ ବ୍ଲକ ଅଫିସ ଘେରାଉ କରାଯାଇଛି। ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବୃଦ୍ଧି ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରି ନ ଥିଲେ। ବ୍ଲକର ୨୬ଟି ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ଓ ବୁଢାବୁଢ଼ୀମାନେ ଏକତ୍ରିତ ହୋଇ ବିଶନାଥପୁର କଲେଜ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଧାରଣା ଦେଇଥିଲେ। ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଥିବା କହିଛନ୍ତି, ହେଲେ ଭିନ୍ନକ୍ଷମ ଓ ବୁଢ଼ାବୁଢ଼ୀଙ୍କୁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଏବଂ ବିଧାୟକମାନେ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ନେଉଛନ୍ତି ଓ ତାଙ୍କ ଭତ୍ତା ବୃଦ୍ଧି ଦାବି କରିଛନ୍ତି। ହେଲେ ଯେଉଁମାନଙ୍କ ଭୋଟ ପାଇଁ ଆଜି ନେତା ମନ୍ତ୍ରୀ ହେଇଛନ୍ତି ସେହି ବୁଢା ବୁଢ଼ୀଙ୍କୁ ସରକାର ଅଣଦେଖା କରୁଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସବୁଠାରୁ କମ ଭତ୍ତା ମିଳୁଥିବା କହିଥିଲେ। ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କକୁ ଯାଇପାରୁ ନାହାନ୍ତି ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା। ବ୍ୟାଙ୍କ ଯିବାକୁ ଦୂର ହେଉଛି ଏବଂ ଖର୍ଚ୍ଚାନ୍ତ ମଧ୍ୟ ହେଉଛି। ଏଥିପାଇଁ ୫୦୦ରୁ ୧୫୦୦କୁ ବୃଦ୍ଧି କରିବା ପାଇଁ ସେମାନେ ଦାବି କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ସମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ଓ ଧାରଣା ଦେବା ପରେ ମଧ୍ୟ ବ୍ଲକ ପ୍ରଶାସନ ମଧ୍ୟରୁ କୌଣସି କର୍ମଚାରୀ କିମ୍ବା ବିଡିଓ ସେମାନଙ୍କ ପାଖକୁ ଦାବିପତ୍ର ନେବା ପାଇଁ ଆସି ନ ଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଶନାଥପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଏକ ଘଣ୍ଟା ଯାତାୟାତ ବନ୍ଦ ରହିଥିଲା। ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଧାରଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଭିନ୍ନକ୍ଷମ ଓ ବୁଢାବୁଢ଼ୀ ସଙ୍ଗଠନ ଆବାହକ ବ୍ରିଟିଶ କୁମାରଙ୍କ ନେତୃତ୍ୱରେ ଲିଙ୍ଗରାଜ ଆଜାଦ, ସତ୍ୟ ମାହାର, ବୈଦ୍ୟନାଥ ନାଏକ, ରାଜ କିଶୋର ଦୁଲହରି, ଉପେନ୍ଦ୍ର ଦ୍ରାବିଡ଼, କୁଞ୍ଜ ମାଝି, ବନ ମାଝି, ଲୋକନାଥ ମାଝି, ବିକାଶ ମାଝି, ସୀତା ମାଝି, ମାଧବ ନାଏକ, ଗୈରାଙ୍ଗ ନାଏକ, ଜ୍ୟୋତ୍ସା ମାଝି ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲୋ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri