ମାଲାଲାଙ୍କ ‘ଜୟଲ୍ୟାଣ୍ଡ’ ଉପରୁ କଟକଣା ହଟାଇଲା ପାକିସ୍ତାନ

ଇସ୍‌ଲାମାବାଦ,୧୮ା୧୧:‘ଜୟଲ୍ୟାଣ୍ଡ’ ହେଉଛି ପାକିସ୍ତାନୀ-ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ସିନେମା। ସଇମ ସାଦିକ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମରେ ଅଲି ଜୁନେଓ, ରାସ୍ତି ଫାରୁକ୍‌, ଏଲିନା ଖାନ୍‌ ଓ ସରଓ୍ବତ୍‌ ଗିଲାନିଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ୨୦୨୨ ମାର୍ଚ୍ଚ ୨୩ରେ ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ଓ୍ବାଲର୍‌ଡ ପ୍ରିମିୟର ପ୍ରଦର୍ଶିତ ହୋଇଥିଲା। କିନ୍ତୁ ପାକିସ୍ତାନରେ ଏହାକୁ ବ୍ୟାନ୍‌ କରାଯାଇଥିଲା। ଫିଲ୍ମର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ମାଲାଲା ୟୁସୁଫ୍‌ଜାଇ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିବା ପରେ ପାକିସ୍ତାନ ସରକାର ଦେଶରେ ଫିଲ୍ମ ପ୍ରଦର୍ଶନ ଉପରୁ କଟକଣା ଉଠାଇଦେଇଛନ୍ତି। କିଛି ସାମାନ୍ୟ କଟ୍ସ ସହ ‘ଜୟଲ୍ୟାଣ୍ଡ’ର ରିଲିଜ୍‌କୁ ଅନୁମତି ଦିଆଯାଇଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଷ୍ଟ୍ରାଟେଜିକ୍‌ ରିଫମର୍‌ସ ୟୁନିଟ୍‌ ମୁଖ୍ୟ ସଲମାନ ସୁଫି ଟୁଇଟ୍‌ କରିଛନ୍ତି। ଫିଲ୍ମଟି ଶୁକ୍ରବାର ମୁକ୍ତିଲାଭ କରିବ।
ଲାହୋରର ଏକ ମଧ୍ୟବିତ୍ତ ପରିବାର ଉପରେ ପର୍ଯ୍ୟବସିତ ‘ଜୟଲ୍ୟାଣ୍ଡ’ରେ ହ୍ବିଲ୍‌ଚେୟାର ଉପରେ ନିର୍ଭରଶୀଳ ଜଣେ ବରିଷ୍ଠ ନାଗରିକଙ୍କୁ ଦେଖିବାକୁ ମିଳୁଛି। ସେ ନିଜ ଦୁଇ ଝିଅ ଓ ବୋହୂଙ୍କ ଉପରେ ରୁଢ଼ିବାଦୀ ଚିନ୍ତାଧାରା ଲଦିଦେଉଛନ୍ତି। ସମ୍ପୃକ୍ତ ବୃଦ୍ଧଙ୍କ ମତରେ ପରିବାରର ଖୁସି ପାଇଁ ତାଙ୍କ ପୁଅବୋହୂ ପିଲା ଜନ୍ମ କରନ୍ତୁ। କିନ୍ତୁ ତାଙ୍କ ସାନପୁଅ ହାଇଦର (ଫିଲ୍ମର ମୁଖ୍ୟ ନାୟକ) ବିବା ନାମ୍ନୀ ଜଣେ ଟ୍ରାନ୍ସଜେଣ୍ଡର ନୃତ୍ୟାଙ୍ଗନାଙ୍କ ପ୍ରେମରେ ପଡ଼ି ଗୋପନରେ ଡ୍ୟାନ୍ସ କରିବା ପରେ ସବୁକିଛି ବଦଳିଯାଇଛି। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ‘ଜୟଲ୍ୟାଣ୍ଡ’ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଆମେରିକାର ମିଡିଆ ମାଗାଜିନ୍‌ ‘ଭେରାଇଟି’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଫିଲ୍ମ ଉପରୁ କଟକଣା ହଟାଯାଇଛି। କିନ୍ତୁ କାହିଁକି ହଟାଗଲା ତାହା ବୁଝିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଫିଲ୍ମ କଳାର ଏକ ନିଦର୍ଶନ, ଯହିଁରେ କାହାକୁ ବିରୋଧ କରାଯାଇନାହିଁ। ପାକିସ୍ତାନକୁ ଏହା ଏକ ପ୍ରେମ ପତ୍ର ଏବଂ ପୁରୁଷ ପ୍ରଧାନ ଆଭିମୁଖ୍ୟ ଲାଗି କ୍ଷତିଗ୍ରସ୍ତ ପାକିସ୍ତାନରେ ସ୍ବାଧୀନତା ଖୋଜୁଥିବା ଲୋକଙ୍କ ପାଇଁ ଏକ ଦର୍ପଣ। ଫିଲ୍ମର ପ୍ରତ୍ୟେକ ଚରିତ୍ର ସମ୍ବେଦନଶୀଳ। ବୟସ୍କ ଅଜା ପରିବାର ଉପରେ ନିଜ ଇଚ୍ଛାକୁ ଲଦି ଦେଉଥିବାବେଳେ ଜଣେ ମହିଳା ତାଙ୍କ ଚାରିପଟେ ଥିବା ପୁରୁଷଙ୍କଠାରୁ ଅଧିକ କିଛି ପାଇବାକୁ ଆଶା କରୁଛନ୍ତି। ପୁରୁଷ ପ୍ରଧାନ ମାନସିକତା କିପରି ପୁରୁଷ, ମହିଳା ଓ ପିଲାମାନଙ୍କୁ ବ୍ୟଥିତ କରୁଛି, ତାହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ପାକିସ୍ତାନୀ ସଂସ୍କୃତି,
ସମ୍ପର୍କର ସେତୁ…
ଖାଦ୍ୟ, ଫ୍ୟାଶନ ଓ ସାଧାରଣ ଲୋକଙ୍କ କଥା ପ୍ରଦର୍ଶିତ ହୋଇଛି। ଏହା ଉପରେ ନିଷେଧାଦେଶ ଜାରି କରାଯିବା ଫଳରେ ଆମ ଦେଶକୁ ନେଇ ଏକ ନକାରାମତ୍କ ଭାବମୂର୍ତ୍ତି ପ୍ରତିଷ୍ଠା ହୋଇଛି। ବାସ୍ତବରେ ସ୍ବାଧୀନତାକାମୀ ପାକିସ୍ତାନୀମାନେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ଜିନିଷରେ କିପରି ନିଜ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି, ତାହା ହିଁ ଫିଲ୍ମରେ ଦେଖାଯାଇଛି। ନାରୀ ଶିକ୍ଷା ଆକ୍ଟିଭିଷ୍ଟ ମାଲାଲା ଆହୁରି କହିଛନ୍ତି, କଳା ଲୋକସମ୍ପର୍କର ଏକ ମାଧ୍ୟମ ହେବା ଉଚିତ। ଫିଲ୍ମକୁ ଦେଖିବା ପରେ ପାକିସ୍ତାନ ପ୍ରତି ବିଶ୍ୱର ରହିଥିବା ନକାରାମତ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବା ଉଚିତ।
ପ୍ରକାଶ ଯେ, ଗତ ୧୩ ତାରିଖରେ ପାକିସ୍ତାନ ସରକାର ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ‘ଜୟଲ୍ୟାଣ୍ଡ’ ଉପରେ କଟକଣା ଲଗାଇଥିଲେ। ଫିଲ୍ମରେ ପାକିସ୍ତାନୀ ସମାଜର ମୂଲ୍ୟବୋଧ ପରିପନ୍ଥୀ ତଥା ଅତ୍ୟନ୍ତ ଆପତ୍ତିଜନକ ବିଷୟବସ୍ତୁ ରହିଥିବା ନେଇ ଅଭିଯୋଗ ହେବା ପରେ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତ ଅଗଷ୍ଟରେ ଦେଇଥିବା ଏହାର ପ୍ରଦର୍ଶନ ଲାଇସେନ୍ସକୁ ରଦ୍ଦ କରିଦେଇଥିଲା। ଏହାକୁ ନେଇ ଫିଲ୍ମର କଳାକାରଙ୍କ ସମେତ ଅନ୍ୟ ସେଲିବ୍ରିଟି ଏବଂ ନେଟିଜେନ୍ସଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ପ୍ରଧାନମନ୍ତ୍ରୀ ଶରିଫ୍‌ ‘ଜୟଲ୍ୟାଣ୍ଡ’ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲେ। ଫିଲ୍ମକୁ ମଞ୍ଜୁରୀ ମିଳିବା ପରେ ମଧ୍ୟ ପଞ୍ଜାବ ପ୍ରଦେଶ ସରକାର ଏହାକୁ ପ୍ରଦର୍ଶିତ କରାଇଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri