Posted inଖେଳ

ଶରଥ କମଲ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର ଆଥଲେଟ ଭାବରେ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ୨୫ ଜଣ ଆଥଲେଟଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଯୁବ ପ୍ରତିଭା ଓ କ୍ରୀଡାର ବିକାଶ ପାଇଁ ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରଆଲ ଟ୍ରେନିଂ (କିଟ୍‌)କୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର) ଓ କ୍ରୀଡା ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୧୯୯୨ରେ ପ୍ରତିଷ୍ଠା କରାଯାଇଥିବା ଅନୁଷ୍ଠାନରେ ୩୦ ହଜାରରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପାଠପଢା ସହିତ ବିଭିନ୍ନ କ୍ରୀଡା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଅର୍ଜୁନ ପୁରସ୍କାର ପାଇଥିବା ୨୫ ଆଥଲେଟଙ୍କ ମଧ୍ୟରେ ସଟଲର ଲକ୍ଷ୍ୟ ସେନ୍‌, ଏଚ୍‌ ଏସ୍‌ ପ୍ରଣୟ, ମହିଳା ବକ୍ସର ନିଖତ ଜରିନ୍‌, ଆଥଲେଟ୍‌ ଏଲଧୋସ ପଲ୍‌ ଅବିନାଶ ସାବଲେ ପ୍ରମୁଖ ରହିଛନ୍ତି। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଆଥଲେଟ ମାନଙ୍କୁ ସମ୍ମାନିତ କରାଯିବ। ଜୀଓ୍ବନଜୋତ ସିଂ ତେଜା(ତୀରନ୍ଦାଜୀ), ମହମ୍ମଦ ଅଲୀ କମର(ବକ୍ସିଂ), ସୁମା ସିଦ୍ଧାର୍ଥ ଶିରୁର(ପାରା ଶୁଟିଂ) ଓ ସୁଜିତ୍‌ ମାନ(କୁସ୍ତି) ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସାଧାରଣ ବର୍ଗରେ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ସମାନ ବର୍ଗରେ ଜୀବନବ୍ୟାପୀ ସାଧନା ପାଇଁ ଦୀନେଶ ଜଓ୍ବାହାର ଲାଡ(କ୍ରିକେଟ), ବିମଲ ପ୍ରଫୁଲ୍ଲ ଘୋଷ (ଫୁଟବଲ) ଏବଂ ରାଜ ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅଶ୍ୱିନୀ ଅକୁଞ୍ଜି ସି (ଆଥଲେଟିକ୍ସ), ଧରମବୀର ସିଂ(ହକି), ବି ସି ସୁରେଶ (କବାଡି) ଓ ନିର ବାହାଦୂର ଗୁରୁଙ୍ଗ (ପାରା ଆଥଲେଟିକ୍ସ)ଙ୍କୁ କ୍ରୀଡାରେ ଜୀବନବ୍ୟାପୀ ସାଧନା ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ। ଟ୍ରାନଷ୍ଟାଡିଆ ଏଣ୍ଟରପ୍ରାଇଜ ପ୍ରାଇଭେଟ୍‌ ଲିମିଟେଡ୍‌କୁ ରାଷ୍ଟ୍ରୀ ଖେଳରତ୍ନ ପ୍ରୋତ୍ସାହନ ପୁରସ୍କାର ୨୦୨୨ ପ୍ରଦାନ କରାଯିବ। କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରଆଲ ଟ୍ରେନିଂ (କିଟ୍‌) ଓ ଲଦାଖ ସ୍କି ଆଣ୍ଡ ସ୍ନୋ ବୋର୍ଡ ଆସୋସିଏଶନକୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର) ଓ କ୍ରୀଡା ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମୌଲାନା ଆବୁଲ କାଲାମ ଆଜାଦ ଟ୍ରଫି ପାଇଁ ଅମ୍ରିତସରର ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟକୁ ମନୋନୀତ କରାଯାଇଛି।
ଅର୍ଜୁନ ପୁରସ୍କାର ସମ୍ପୂଣ୍ଣ ତାଲିକା: ସୀମା ପୁନିଆ (ଆଥଲେଟିକ୍ସ), ଏଲଧୋସ ପଲ୍‌ (ଆଥଲେଟିକ୍ସ), ଅବିନାଶ ମୁକୁନ୍ଦ ସାବଲେ (ଆଥଲେଟିକ୍ସ), ଳକ୍ଷ୍ୟ ସେନ୍‌ (ବ୍ୟାଡମିଣ୍ଟନ), ଏଚ୍‌ ଏସ୍‌ ପ୍ରଣୟ (ବ୍ୟାଡମିଣ୍ଟନ), ଅମିତ (ବକ୍ସିଂ), ନିଖତ ଜରିନ୍‌ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣୀ (ଚେସ୍‌), ଆର. ପ୍ରଜ୍ଞାନନ୍ଦ (ଚେସ୍‌), ଦୀପଗ୍ରେସ୍‌ ଏକ୍କା (ହକି), ସୁଶୀଳା ଦେବୀ (ଜୁଡୋ), ସାକ୍ଷୀ କୁମାରୀ (କବାଡି), ନୟନ ମୋନି ସାଇକିଆ (ଲନ୍‌ ବୋଲ୍‌), ସାଗର କୈଳାଶ ଓଭାଲକର (ମଲ୍ଲଖମ୍ବ), ଏଲାଭେନିଲ ଭାଲାରିଭାନ୍‌ (ଶୁଟିଂ), ଓମ୍‌ ପ୍ରକାଶ ମିଥାର୍ଭାଲ (ଶୁଟିଂ), ଶ୍ରୀଜା ଆକୁଳା (ଟିଟି), ବିକାଶ ଠାକୁର (ଭାରୋତ୍ତୋଳନ), ଅଂଶୁ (କୁସ୍ତି), ସରିତା (କୁସ୍ତି), ପ୍ରବୀଣ (ଉଷୁ), ମାନସୀ ଗିରିଶଚନ୍ଦ୍ର ଯୋଶୀ (ପାରା ବ୍ୟାଡମିଣ୍ଟନ), ତରୁଣ ଧିଲୋନ୍‌ (ପାରା ବ୍ୟାଡମିଣ୍ଟନ), ସ୍ବପ୍ନିଳ ସଞ୍ଜୟ ପାଟିଲ ((ପାରା ସନ୍ତରଣ), ସୁଜିତ୍‌ ମାନ୍‌ (କୁସ୍ତି)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri