Posted inଫୁରସତ

ମିଳିତ ସହଯୋଗ ଐତିହ୍ୟ ବିକାଶର ଚାବିକାଠି

‘ଐତିହ୍ୟର ଓଡ଼ିଶା’ ସ୍ତମ୍ଭର ପଚାଶତମ ଆଲେଖ୍ୟରେ ଆଜି ପ୍ରବେଶ କଲାବେଳେ ଅନୁଭବର ଅନେକ ଦିଗ ଆମକୁ ଆମୋଦିତ କରୁଛି। ‘ବ୍ରହ୍ମବନର କୋଣାଦିତ୍ୟ’ ଶୀର୍ଷକରୁ ଆଲୋଚନା ଆରମ୍ଭ ହୋଇଥିଲା। ସେଥିରେ ଆମେ ସୂଚନା ଦେଇଥିଲୁ ଗୌରବମୟ ଐତିହ୍ୟର ଆଲୋଚନା ଦ୍ୱାରା ଗୋଟାଏ ଜାତିର ଜାତୀୟତାଭାବକୁ ପାଠକଟିଏ ନୂଆ ରୂପରେ ତଉଲାଇବାର ଅବକାଶ ପାଏ। ତା’ ଅତୀତକୁ ସେ ନୂଆ କରି ପୁଣି ଦେଖେ।
ଅତୀତକୁ ନୂଆ କରି ଦେଖାଇବାକୁ ଆମେ ଯେତେ ସହଜ ବୋଲି ହେଜିଥିଲୁ, ବାସ୍ତବରେ ତାହା ନୁହେଁ। ପୁଣି କୋଣାର୍କ ପ୍ରସଙ୍ଗ! ଦେଖିଲୁ କୋଣାର୍କ ଉପରେ ଯେତେ ଆଲୋଚନା ପ୍ରାୟ ସବୁ ଅଧାପନ୍ତରିଆ। ସନାତନ ଶାସ୍ତ୍ରର ମୂଳ ରହସ୍ୟକୁ ଯେମିତି ଆଡ଼େଇ ଦିଆଯାଇଛି, ବାସ୍ତବ ଇତିହାସକୁ ସେମିତି ବୁଲେଇ ବଙ୍କେଇ ଆଂଶିକ ସତ୍ୟର ରୂପ ଦିଆଯାଇଛି। ଜ୍ୟୋତିର୍ବିଜ୍ଞାନର ଏକ ‘ମାନ-ମନ୍ଦିର’କୁ ବିଜ୍ଞାନ ଦୃଷ୍ଟିକୋଣରେ ନ ଦେଖି ‘ପିରାମିଡ୍‌’ ବୋଲି ଉପ-ସଂହାର କରାଯାଇଛି। ତୀର୍ଥର ସାମାଜିକ ପରିଭାଷାରେ ଯେଉଁମାନେ ପ୍ରବେଶ କରିନାହାନ୍ତି, ସେମାନେ ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠେଇବାକୁ ପଛେଇ ନାହାନ୍ତି। କୋଣାର୍କର ବାରଟି ନାମର ରହସ୍ୟ ନ ଜାଣି ଓଡ଼ିଆ ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ ମଧ୍ୟ କେତେକ ଲେଖକ କରିଯାଇଛନ୍ତି। ଏକପାଖିଆ ବିଚାରବୋଧ ମନକୁ ଚହଲେଇ ଦେଇଛି। ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିକୁ ତୁଚ୍ଛ ତାଚ୍ଛଲ୍ୟ କରିବାରେ କେତେଜଣ ଲେଖକ ଜୀବନର ବହୁ ବର୍ଷ ବିତେଇଥିବେ ଭାବି ଆମେ ଦୁଃଖିତ ହୋଇଛୁ। ଶେଷକୁ ମୂଳସ୍ତରରୁ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲୁ।
ଭୁକ୍ତି ଓ ମୁକ୍ତିର ତୀର୍ଥ କୋଣାଦିତ୍ୟର ପରିଭାଷା ତଥାକଥିତ ଲେଖକଙ୍କ ଲେଖାରୁ ଆମେ ଖୋଜି ନିରାଶ ହୋଇଛୁ। ଆମେ ଯେଉଁ ମନ୍ଦିର କଥା ଆଲୋଚନା କରୁଛେ, ତାହା ସୂର୍ଯ୍ୟଙ୍କର ତୃତୀୟ ମନ୍ଦିର। ପୂର୍ବରୁ ଦୁଇଟି ମନ୍ଦିର ମହାକାଳରେ ଧ୍ୱଂସ ପାଇଯାଇଛି। ତୃତୀୟ ମନ୍ଦିରର ଗୌରବମୟ ସ୍ମାରକୀକୁ ଯିଏ ଅନ୍ୟର ଖତିଆନାରେ ଦରଜ କରିବାକୁ ତତ୍ପର ଥିଲେ, ସେମାନେ ପୂର୍ବ ଦୁଇଟି ମନ୍ଦିରର ଇତିହାସକୁ କାହିଁକି ଆଲୋଚନା ସ୍ତରକୁ ଆଣିଥାନ୍ତେ? ଅନେକ ଜାଣିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର ଓଡ଼ିଆ ଶିଳ୍ପୀ ନିର୍ମାଣ କରିବା ପରେ କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ହୋଇଥିଲା, ତଥାପି କେଜାଣି କାହିଁକି ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରର ପରାକାଷ୍ଠାକୁ ଗୁରୁତ୍ୱ ଦେଲା ପରି ଲାଗିଲାନି।
କୋଣାର୍କ ମନ୍ଦିର ଥିଲା ‘ସୂର୍ଯ୍ୟବଲ୍ଲଭ ପ୍ରାସାଦ’। ଏହି ପ୍ରାସାଦରେ ପ୍ରତ୍ୟେକ ପଥରରେ ଓଡ଼ିଆ ଶିଳ୍ପୀ କବିତାକୁ ହିଁ ଆଙ୍କି ଦେଇଥିଲା। ଆମେ ତା’ର ଚିତ୍ର ବି ଆଲୋଚନା କରିଛେ। ଗୋଟେ ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତି ହିଁ ସୃଷ୍ଟି କରିଥିଲା ‘କଳିଙ୍ଗ ମନ୍ଦିର ସ୍ଥାପତ୍ୟ’। ଏହାକୁ ପ୍ରମାଣିତ କରିବା ପାଇଁ ଏକାମ୍ର କ୍ଷେତ୍ର କିପରି ପରୀକ୍ଷାଗାର ଥିଲା, ତାହା ବି ଉପସ୍ଥାପନ କରିଥିଲୁ। ସୂର୍ଯ୍ୟ ଉପାସନାର ସାମାଜିକ ବାର୍ତ୍ତା, ଓଡ଼ିଶାରୁ ହିଁ ପ୍ରାଚୀନ କାଳରୁ ଜାତୀୟ ସ୍ତରରେ ଉପସ୍ଥାପିତ ହୋଇଥିଲା। ସେଥିପାଇଁ ଅଖଣ୍ଡ ଓଡ଼ିଶାରେ ‘ଶାମ୍ବ ଦଶମୀ’ ଏକ ଗଣଉପାସନାରେ ପରିଣତ ହୋଇଥିଲା, ଆଜି ବି ଅଛି। ଆମେ ବିଗତ ଆଲେଖ୍ୟଗୁଡ଼ିକରେ ପ୍ରମାଣିତ କରିବାକୁ ଚେଷ୍ଟା କରିଛୁ- ମନ୍ଦିର ନିର୍ମାଣ ପାଇଁ ଓଡ଼ିଆମାନେ ଆତ୍ମନିର୍ଭରଶୀଳ ଥିଲେ। ଏବେ ବି ଅଛନ୍ତି। ଭାରତ ହେଉ କି ଭାରତ ବାହାରେ, ଆଜି ବି ବଡ଼ ବଡ଼ ମନ୍ଦିର ନିର୍ମାଣରେ ଓଡ଼ିଆଶିଳ୍ପୀଙ୍କ ଅବଦାନକୁ ସଭିଏଁ ସ୍ବୀକାର କରୁଛନ୍ତି।
‘ଐତିହ୍ୟର ଓଡ଼ିଶା’ ସ୍ତମ୍ଭରେ ଆମେ ଆଗକୁ ମନ୍ଦିର ନିର୍ମାଣର ପ୍ରାମାଣିକ ଉପାଦାନ ଆଧାରରେ ବହୁ ଅନାଲୋଚିତ ପ୍ରସଙ୍ଗ ଆଲୋଚନା କରିବା। ତାହା ସହିତ ବିଚାର କରିବା ଗୋଟିଏ ମନ୍ଦିର ନିର୍ମାଣ ସମୟରେ ଅନ୍ୟ ମନ୍ଦିରର ସହଯୋଗ ବି ସମଭାବରେ ରହୁଥିଲା। ଇତିହାସ ପୃଷ୍ଠାରେ ସହଭାଗିତା ଓ ସାହଚର୍ଯ୍ୟ ମାନସିକତାକୁ ଯଥାଯୋଗ୍ୟ ବିଚାର କରାଗଲା ପରି ଜଣାପଡ଼େ ନାହିଁ।
ବାୟାଚକଡ଼ା ପୋଥିରେ ଗୋଟିଏ ଶବ୍ଦ ବ୍ୟବହାର ହୋଇଛି ‘ପଦ୍ମକେଶର ମହାରଥ ମନ୍ଦିର’। ମହାରଥ ଶବ୍ଦର ଐତିହ୍ୟକୁ ବୁଝିବାକୁ ଚେଷ୍ଟା କରିଛୁ। ସୂର୍ଯ୍ୟଙ୍କର ରଥାକୃତି ମନ୍ଦିର ନିଶ୍ଚୟ। ଏହି ଶବ୍ଦ ପଛରେ ‘ଶ୍ରେଷ୍ଠ’ ଭାବ ରହିଛି। ଗଜପତିଙ୍କର ୫ ଅଙ୍କରେ ମହାରଥ ମନ୍ଦିର ପାଇଁ ପ୍ରଥମେ ମାପଚୁପ ଆରମ୍ଭ ହୋଇଥିଲା ତିନିଜଣଙ୍କ ନେତୃତ୍ୱରେ। ସୂତ୍ରଧର ସଦାଶିବ ସାମନ୍ତରା, ଗଙ୍ଗା ମହାପାତ୍ର ଓ ଗଦେଇ ମହାପାତ୍ର। ତିନିଜଣଯାକ ପଥର ଶିଳ୍ପୀ। ତାଙ୍କ ଭିତରେ ଗଭୀର ବିଚାରବିମର୍ଶ ହୋଇଛି ରୂପାସ-ଗଡ଼ ଶିବିରରେ। ଶିଳ୍ପୀଙ୍କ ପାଇଁ ‘ଶିବିର’ ଆରମ୍ଭ ହୋଇ ସାରିଥିଲା ମାପଚୁପ ବେଳକୁ।
ଏହି ତିନିଜଣ ପାଲିଙ୍କିରେ ଯିବାଆସିବା କରୁଥିଲେ। ମର୍ଯ୍ୟାଦା ଦିଆଯାଉଥିଲା ମୁଖ୍ୟ ଶିଳ୍ପୀମାନଙ୍କୁ। ମୁଖ୍ୟ ଶିଳ୍ପୀମାନେ ଶିଳ୍ପଶାସ୍ତ୍ରର ଗଭୀରତାକୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହୋଇଥିଲା। ପଣ୍ଡିତ ବନ୍ଧୁ ରଥ ସଂସ୍କୃତ ଭାଷାର ଶାସ୍ତ୍ର ରହସ୍ୟ ଶିଳ୍ପୀଙ୍କୁ ଶିକ୍ଷା ଦେଉଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri