ଯୁଦ୍ଧଭୂଇଁରେ ସ୍ବାମୀଙ୍କ ସନ୍ଧାନ

ମସ୍କୋ, ୧୪।୧୧: ୟୁକ୍ରେନ୍‌ ଆକ୍ରମଣ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ କେବଳ ପାଶ୍ଚାତ୍ୟରେ ନିନ୍ଦିତ କରିନାହିଁ, ଦେଶ ଭିତରେ ମଧ୍ୟ ତାଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ସାଢେ ୮ମାସ ଧରି ଚାଲିଥିବା ଯୁଦ୍ଧ ରୁଷିଆକୁ ସାମରିକ ଦୃଷ୍ଟିରୁ ଦୁର୍ବଳ କରିଦେଇଛି। ୟୁକ୍ରେନ୍‌ର ପ୍ରତିଆକ୍ରମଣରେ ଅନେକ ଲକ୍ଷ ରୁଷୀୟ ସୈନ୍ୟ ନିହତ ହୋଇଛନ୍ତି। ଏଭଳି ସ୍ଥିତି ଉପୁଜିଛି ଯେ, ପୁଟିନ୍‌ଙ୍କ ପାଇଁ ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବାକୁ ସାଧାରଣ ନାଗରିକଙ୍କୁ ବାଧ୍ୟ କରାଯାଉଛି। ଏହିକ୍ରମରେ କୁର୍‌ସ୍କ ଅଞ୍ଚଳର ଶତାଧିକ ଯୁବକଙ୍କୁ ରୁଷିଆ ସେନା ନିଜ ଦଖଲରେ ରଖିଥିବା ଲୁହାନ୍‌ସ୍କକୁ ପଠାଇଛି।

ସେଠାରେ ଥିବା ସିଭିଲିଆନ୍‌ ସୋଲ୍‌ଜର୍‌ଙ୍କୁ ଖୋଜି ଘରକୁ ଫେରାଇ ଆଣିବା ପାଇଁ ୭୦ ଜଣ ମହିଳା ଚାଲିଚାଲି ଯାଇଛନ୍ତି। ଓ୍ବାର୍‌ଜୋନ୍‌କୁ ଯାଇଥିବା ପ୍ରାୟ ୨୦୦ ପୁରୁଷଙ୍କ ମଧ୍ୟରୁ ଆଉ ମାତ୍ର ୩୦ ଜଣ ଜୀବିତ ଅଛନ୍ତି। ଏହି ଖବର ପାଇବା ପରେ ମହିଳାମାନେ ବେଲ୍‌ଗୋରୋଡ୍‌ରୁ ଲୁହାନସ୍କରେ ପହଞ୍ଚତ୍ିଛନ୍ତି। ଯୁଦ୍ଧଭୂମିରୁ ସୈନିକଙ୍କୁ ଛୁଟି ଦେଉ ନ ଥିବା କମାଣ୍ଡରମାନଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି। କମାଣ୍ଡରଙ୍କୁ ସେମାନେ କହିଛନ୍ତି, ତୁମ ଉପରେ ଆଉ ଭରସା ନାହିଁ। ଆମ ସ୍ବାମୀଙ୍କୁ ଘରକୁ ଫେରିଯିବା ପାଇଁ ଛାଡ଼ିଦିଅ। କେତେଜଣ ମହିଳା ସେମାନଙ୍କ ସ୍ବାମୀଙ୍କୁ ସୀମାନ୍ତରୁ ଘରକୁ ଟାଣି ନେଇଛନ୍ତି।

ୟୁରିଏଭିଚ୍‌ ନାମକ ଜଣେ କମାଣ୍ଡର ସୈନ୍ୟମାନଙ୍କ ହାତ,ଗୋଡ଼ ବାନ୍ଧି ସେମାନଙ୍କ ମୁଣ୍ଡ ଉପରେ ମାରଣାସ୍ତ୍ର ରଖି ଭୀରୁ ବୋଲି ଗାଳି କରିବା ସହ ଯୁଦ୍ଧଭୂମିକୁ ଯିବା ପାଇଁ କେମିତି ବାଧ୍ୟ କରୁଛନ୍ତି, ଏହି ମହିଳାମାନେ ସେନେଇ ମିଲିଟାରି ପ୍ରୋସିକ୍ୟୁଟର୍ସଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଆମ ସ୍ବାମୀଙ୍କୁ ସେମାନଙ୍କ ନିଜ ବନ୍ଧୁକରେ ଗୁଳି କରାଯାଇଛି। ଗର୍ଭବତୀ ଥିବା ସେଟଲାନା ଗୋରବାଟେନକୋ କହିଛନ୍ତି, ଶୀତରେ ଆମେ ବରଫ ପାଲଟି ଗଲୁଣି। ତଥାପି ଆଗେଇ ଚାଲୁଥିବୁ। ସ୍ବାମୀଙ୍କୁ ନ ଧରି ଘରକୁ ଫେରିବାର ପ୍ରଶ୍ନ ଉଠୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଦୁଇ ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଖୋଲିବା ପହୁଡ଼

ପୁରୀ,୨୯।୧୨: ଇଂରାଜୀ ନବ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି।

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri