ପାର୍ବଣ ପରଠୁ ଶିଥିଳ ପୋଲିସ

ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ ସହରରେ ଗଡ଼ିଥିଲା ପିଙ୍କ ପାଟ୍ରୋଲିଂ ଗାଡ଼ି। କଲ୍‌ ପାଇବା ମାତ୍ରେ ଘଟଣାସ୍ଥଳରେ ଦୁଇ ପୁରୁଷ ଓ ଦୁଇ ମହିଳା ପୋଲିସ କର୍ମଚାରୀ ତତ୍‌କ୍ଷଣାତ ପହଞ୍ଚତ୍ବେ ବୋଲି କୁହାଯାଇଥିଲା। ଏଥିପାଇଁ ପାଟ୍ରୋଲିଂ ଟିମ୍‌କୁ ଆବଶ୍ୟକ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଥିଲା। କିଛିମାସ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ ଦେଖିବାକୁ ମିଳିଥିଲା। ହେଲେ ଗତ ପାର୍ବଣ ପରଠାରୁ ସହରରେ ଶିଥିଳ ହୋଇଯାଇଛି ପୋଲିସ। ପୂର୍ବରୁ ବିଭିନ୍ନ ଛକରେ ପଇଁତରା ମାରୁଥିବା ଏହି ପାଟ୍ରୋଲିଂ ଟିମ୍‌କୁ ଏବେ ଆଉ ଦେଖିବାକୁ ପାଉନାହାନ୍ତି ସହରବାସୀ। ଏଣେ ସହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିବାରୁ ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ସହରର ମହିଳାମାନେ।
୨୦୨୧ ଏପ୍ରିଲ ୧ରେ ଅନୁଗୋଳର ଛେଳିଆପଡ଼ାସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟରୁ ପିଙ୍କ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଓଡ଼ିଶା ଦିବସ, ଜିଲା ପ୍ରତିଷ୍ଠା ଦିବସ ତଥା ଓଡ଼ିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସରେ ଏହି ନୂଆ ବ୍ୟବସ୍ଥାକୁ ତତ୍‌କାଳୀନ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ୪ଟି ନାଲି ରଙ୍ଗର ସ୍କୁଟି ମହିଳା ପୋଲିସଙ୍କୁ ଓ ୪ଟି ଧଳା ରଙ୍ଗର ମୋଟରସାଇକେଲ ପୁରୁଷ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ୪ଟି ପିଙ୍କ ସ୍କୁଟିରେ ୮ ଜଣ ମହିଳା ପୋଲିସ କର୍ମଚାରୀ ସହରରେ ପଇଁତରା ମାରିଥିଲେ। ଏଥିରେ ଜିପିଏସ୍‌, ଫୋନ୍‌ ବ୍ୟବସ୍ଥା ଥିବାରୁ ୧୧୨କୁ କୌଣସି ମହିଳା ଫୋନ କରିବା ମାତ୍ରେ ତୁରନ୍ତ ସେଠାରେ ୨ ମହିଳା ଓ ୨ ପୁରୁଷ ପୋଲିସ ପହଞ୍ଚିଯିବେ ବୋଲି କୁହାଯାଇଥିଲା। ପ୍ରଥମେ ଦୁଇଟି ସିଫ୍ଟରେ ଏହି ପାଟ୍ରୋଲିଂ କରାଯିବାର ବ୍ୟବସ୍ଥା ହୋଇଥିଲେ ହେଁ ପରେ ସହର ଲୋକଙ୍କ ମତାମତ କ୍ରମେ ସମୟ ପରିବର୍ତ୍ତନ କରାଯିବାର ଯୋଜନା ରଖାଯାଇଥିଲା। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଉପରେ ଏହି ଟିମ୍‌ ସମ୍ପୂର୍ଣ୍ଣ ନଜର ରଖିବେ ବୋଲି ମଧ୍ୟ କୁହାଯାଇଥିଲା। ସହରର ଛେଳିଆପଡ଼ା, କଲେଜଛକ, ବଜାରଛକ ଓ ଶିମିଳିପଡ଼ାରେ ୨ ଜଣ ମହିଳା ଓ ୨ ପୁରୁଷ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଏହି ପିଙ୍କ ପାଟ୍ରୋଲିଂ ଟିମ୍‌ର ରିପୋର୍ଟିଂ ଅଥରିଟି ଭାବେ ଅନୁଗୋଳ ଥାନାକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ସହରରେ ଯେପରି ଚାଲିବା କଥା ପାର୍ବଣ ପରଠାରୁ ତାହା ଦେଖିବାକୁ ମିଳୁ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। କିଛିଦିନ ହେଲା ସହରରେ ଏରାଗୁଲା ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିବା ସହ ମହିଳାମାନଙ୍କୁ ଟାର୍ଗେଟ୍‌ କରି ଲୁଟ୍‌ପାଟ କରୁଛନ୍ତି। କେତେବେଳେ ଗହଣା ତ କେତେବେଳେ ଟଙ୍କା ଥିବା ପର୍ସ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ହେଲେ ପାଟ୍ରୋଲିଂ ଟିମ୍‌ର ଦେଖାଦର୍ଶନ ନ ଥିବା ବହୁ ମହିଳା ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିଙ୍କ ପାଟ୍ରୋଲିଂ ବନ୍ଦ ହୋଇନାହିଁ। କର୍ମଚାରୀଙ୍କ ଅନ୍ୟତ୍ର ଡିୟୁଟି ଥିବାରୁ ସେମାନଙ୍କୁ ନିୟୋଜିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri