ମିଲର୍ସଙ୍କ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ନଭେମ୍ବର ୨୫ରୁ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ଚାଷୀଙ୍କ ସମସ୍ୟାକୁ ଚିନ୍ତା ନ କରି ମିଲର୍ସଙ୍କ ପାଇଁ ଧାନ ସଂଗ୍ରହ ପ୍ରାୟ ଏକ ମାସ ବିଳମ୍ବ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗତ ଖରିଫ ଋତୁର ଚାଉଳ ଶତ ପ୍ରତିଶତ ସଂଗ୍ରହ ହୋଇପାରିନାହିଁ। ମିଲର୍ସଙ୍କ ପାଖରେ ଏବେ ମଧ୍ୟ ୨୮ ପ୍ରତିଶତ ଚାଉଳ ବକେୟା ପଡିଛି। ଅକ୍ଟୋବର ଶେଷସୁଦ୍ଧା ଖରିଫ ଧାନକୁ ଚାଉଳ କରି ସରକାରଙ୍କୁ ଦେବାର ଶେଷ ସମୟ ରହିଥିଲା। ହେଲେ ଚଳିତବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି। ମିଲ୍‌ ମାଲିକଙ୍କୁ ସୁହାଇଲା ଭଳି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଅନ୍ୟପଟେ କେତେକ ମିଲ୍‌ ବକେୟା ଚାଉଳ ଦେଇପାରିବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଖରିଫ ସମୟରେ ମିଲର୍ସମାନେ ପାଇଥିବା ଧାନ ଏବେ ମିଲ୍‌ ଗୋଦାମଘରେ ନାହିଁ, ଯାହାଫଳରେ ସେମାନେ ମିଲିଂ କରି ସରକାରଙ୍କୁ ଚାଉଳ ଦେଇପାରୁନାହାନ୍ତି। ଓଡ଼ିଶାରେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ ଟଙ୍କା ରହିଥିଲା। ହେଲେ କେତେକ ମିଲର୍ସ ଗଚ୍ଛିତ ଧାନକୁ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରିଦେଇଥିବା ଜଣାପଡିଛି। ଆନ୍ଧ୍ର ବେପାରୀ କୁଇଣ୍ଟାଲ ପିଛା ୨୨ ଶହରୁ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ବିନା କଟ୍‌ନୀ ଛଟ୍‌ନୀରେ ନେଇଥିଲେ। ଏଥିରେ ମୋଟା ଅଙ୍କର ଲାଭ ମିଳିଥିଲା। ତେଣୁ ସରକାରୀ ଧାନକୁ ବିକ୍ରି କରିଦେଇ କେତେଜଣ ମିଲର୍ସ ଚଳିତ ରବି ଧାନ ଅମଳ ଉପରେ ଭରସା କରି ବସିଛନ୍ତି। ଏବେ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ପ୍ରାୟ ଶେଷ ହୋଇଥିବା ବେଳେ ଜଳସେଚିତ ଅଞ୍ଚଳରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି। ଏପରି ସମୟରେ ମିଲର୍ସଙ୍କ ଏଜେଣ୍ଟ ଓ କର୍ମଚାରୀ ଅମଳ କରିଥିବା ଚାଷୀମାନଙ୍କ ପାଖକୁ ଯାଇ ଧାନ ନେବାକୁ ମସୁଧା କରୁଛନ୍ତି। ଅନ୍ୟପଟେ ଭଦ୍ରକ, ସୋନପୁର, ଦେବଗଡ଼, ଅନୁଗୋଳ ଭଳି ପଡ଼ୋଶୀ ଜିଲାରୁ ଧାନ ସମ୍ବଲପୁରକୁ ରାତିଅଧିଆ ଆସୁଥିବା ଅଭିଯୋଗ ହେଉଛି। ମିଲର୍ସ ଏହି ଧାନ ସଂଗ୍ରହ କରି ଚାଉଳ କରି ବକେୟା ଚାଉଳ ସରକାରଙ୍କୁ ଦେବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀନେତା ଅଶୋକ ପ୍ରଧାନ ଏଭଳି ଅଭିଯୋଗ କରି କହିଛନ୍ତି, ସରକାରଙ୍କ ଧାନ ସଂଗ୍ରହ ନୀତିରେ ତ୍ରୁଟି ରହିଛି। ମିଲର୍ସଙ୍କ କୌଣସି ଅବଦାନ ନ ଥିଲେ ମଧ୍ୟ ପୂରା ମଣ୍ଡିକୁ ନିୟନ୍ତ୍ରଣ କରିଥାନ୍ତି। ଜିଲାସ୍ତରରେ ପଦକ୍ଷେପ ଗ୍ରହଣ କରିବାକୁ କାହାରି କ୍ଷମତା ନାହିଁ। ସବୁ ଭୁବନେଶ୍ୱରରୁ ନିୟନ୍ତ୍ରଣ କରାଯାଉଛି। ତେଣୁ ମିଲର୍ସଙ୍କ ଦାଦାଗିରି ବୃଦ୍ଧି ପାଉଛି। ନଭେମ୍ବର ପ୍ରଥମ ସପ୍ତାହରେ ଧାନ ସଂଗ୍ରହ ହୋଇଥାଏ। ହେଲେ ଏବେ ମିଲର୍ସଙ୍କ ସ୍ବାର୍ଥ ପାଇଁ ସମୟ ବୃଦ୍ଧି କରାଯାଇଛି। ଅଧିକାଂଶ ମିଲର୍ସଙ୍କ ଗୋଦାମରେ ଖରିଫ ଧାନ ନାହିଁ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ବକେୟା ଚାଉଳ ଦେବା ପାଇଁ ସମୟସୀମାରେ ବୃଦ୍ଧି କରାଯାଇଛି। ଧାନ ଷ୍ଟକ୍‌ ନ ଥିବା ନେଇ ୩ ମିଲ୍‌ରେ ଚଢ଼ାଉ କରାଯାଇଥିଲା। ଷ୍ଟକ୍‌ରେ ହେର୍‌ଫେର ହୋଇ ନ ଥିବା ଜଣାପଡ଼ିଥିଲା। ଅନ୍ୟ ମିଲ୍‌ଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯିବ। ଧାନ କମ୍‌ ଥିଲେ କିମ୍ବା ଆଦୌ ନ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାନ ସଂଗ୍ରହ ସୁଚାରୁରୂପେ କରାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

‘ଜୁନ ୯ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ’, ଘୋଷଣା କଲେ ପାଣ୍ଡିଆନ

କଳାହାଣ୍ଡି,୬।୫: ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ସୋମବାର ଭବାନୀପାଟଣା...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri