Posted inଖେଳ

ସ୍ପେନ୍‌କୁ ସ୍ବର୍ଣ୍ଣ, କଲମ୍ବିଆ ରୌପ୍ୟ

ଭୁବନେଶ୍ୱର, ୩୧।୧୦ ,(କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ସ୍ପେନ୍‌ ଏଥର ମଧ୍ୟ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପୂରା ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲା। ମାତ୍ର ଭାଗ୍ୟ ସାଥ୍‌ ଦେଲାନି। ସ୍ପେନ୍‌ର କୌଣସି ଖେଳାଳିଙ୍କ ଗୋଲ ପାଇଁ ନୁହେଁ ବରଂ ୮୨ତମ ମିନିଟରେ ନିଜ ଦଳର ଆନା ମାରିଆ ଗୁଜମାନ ଜାପଟାଙ୍କ ଆତ୍ମଘାତୀ ଗୋଲ ମହଙ୍ଗା ପଡ଼ିଲା। ୧-୦ ଗୋଲରେ ବିଜୟ ସହ ସ୍ପେନ୍‌ ଚାମ୍ପିୟନ ଟ୍ରଫି ହାସଲ କଲା। ରନର ଅପ୍‌ରେ ସନ୍ତୁଷ୍ଟ ରହିଲା କଲମ୍ବିଆ।

ଫଳରେ ସ୍ପେନ୍‌ ସ୍ବର୍ଣ୍ଣ ଏବଂ କଲମ୍ବିଆ ରୌପ୍ୟ ପଦକ ହାସଲ କଲା। ପ୍ଲେ-ଅଫ୍‌ରେ ଜର୍ମାନୀକୁ ହରାଇ ନାଇଜେରିଆ ହାସଲ କଲା ବ୍ରୋଞ୍ଜ ପଦକ। ତେବେ ଟୁର୍ନାମେଣ୍ଟରେ କଲମ୍ବିଆର ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୪ଥର ଟୁର୍ନାମେଣ୍ଟ ଖେଳିଥିଲେ ହେଁ ସବୁଥର ଅର୍ଥାତ୍‌ ୨୦୦୮, ୨୦୧୨, ୨୦୧୪ ଓ ୨୦୧୮ରେ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା। ପୂରା ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ସ୍ପେନ୍‌ର ସାଣ୍ଡ୍ରା ଭିଲାଫାନେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଏବଂ ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଓ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭାରତରେ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତାର ସଫଳ ପରିସମାପ୍ତି ଘଟିଛି। ମ୍ୟାଚ୍‌ଗୁଡ଼ିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଟୁର୍ନାମେଣ୍ଟ ଅକ୍ଟୋବର ୧୧ରେ ଆରମ୍ଭ ହୋଇଥିଲା। ଟୁର୍ନାମେଣ୍ଟରେ ମୋଟ ୩୨ଟି ମ୍ୟାଚ ଖେଳାଯାଇଥିବାବେଳେ ୯୫ଟି ଗୋଲ ସ୍କୋର ହୋଇଛି। କଲମ୍ବିଆର ଲିଣ୍ଡା କାଇସେଡୋ, ଜର୍ମାନୀର ଲୋରେନ ବେଣ୍ଡେର ଓ ଜାପାନର ମୋମୋକା ତାନିକାଓ୍ବା ୪ଟି ଲେଖାଏ ଗୋଲ ଦେଇ ମିଳିତଭାବେ ଟପ୍‌ ସ୍କୋରର ହୋଇଥିଲେ। ତେବେ ବେଣ୍ଡେରଙ୍କୁ ଗୋଲ୍ଡେନ ବୁଟ୍‌, ତାନିକାଓ୍ବାଙ୍କୁ ସିଲ୍‌ଭର ବୁଟ୍‌ ଏବଂ କାଇସେଡୋଙ୍କୁ ବ୍ରୋଞ୍ଜ ବୁଟ୍‌ ପ୍ରଦାନ କରାଯାଇଥିଲା।

ସ୍ପେନ୍‌ର ଭିକି ଲୋପେଜ, କଲମ୍ବିଆର କାଇସେଡୋ ଓ ଜର୍ମାନୀର ମାରା ଆଲବର ଯଥାକ୍ରମେ ଗୋଲ୍ଡେନ, ସିଲ୍‌ଭର ଓ ବ୍ରୋଞ୍ଜ ବଲ୍‌ ପାଇଥିଲେ। ସ୍ପେନ୍‌ର ସୋଫିଆ ଫୁଏଣ୍ଟେ ଗୋଲ୍ଡେନ ଗ୍ଲୋଭ୍ସ ହାସଲ କରିଥିବାବେଳେ ଫେୟାର ପ୍ଲେ ଟ୍ରଫି ହାସଲ କରିଥିଲା ଜାପାନ। ଆୟୋଜକ ଦେଶ ଭାବେ ଭାରତ ପ୍ରଥମଥର ପାଇଁ ଏହି ମେଗା ଟୁର୍ନାମେଣ୍ଟରେ ଅଂଶଗ୍ରହଣର ସୁଯୋଗ ପାଇଥିଲା। ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ ହାରି ବିଦାୟ ନେଇଥିଲା। ୧୬ ଦଳବିଶିଷ୍ଟ ପ୍ରତିଯୋଗିତାର ଷ୍ଟାଣ୍ଡିଂରେ ଭାରତ ନିମ୍ନରେ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri