କାହା ପାଣ୍ଠିରେ ‘ଟ୍ରୁଥ୍‌ ସୋସିଆଲ’

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରକୁ ଟକ୍କର ଦେବା ପାଇଁ ଏକ ନୂଆ ମିଡିଆ କମ୍ପାନୀ ଖୋଲିବା ପରଠୁ ଗୋଟିଏ ବିଷୟକୁ ନେଇ ପ୍ରଶ୍ନ ଉଠିଆସିଛି। ତାହା ହେଲା ତାଙ୍କ ଟ୍ରୁଥ୍‌ ସୋସିଆଲ୍‌କୁ ପାଣ୍ଠି ଯୋଗାଇଛି କିଏ?

ଉପରୋକ୍ତ ପ୍ରଶ୍ନର କେତେକ ଉତ୍ତର କିଛି ଦସ୍ତାବିଜ୍‌ରୁ ମିଳିପାରେ। ଟ୍ରୁଥ୍‌ ସୋସିଆଲ୍‌ ଏବଂ ଏହାକୁ ଲୋକଙ୍କ ସାମ୍ନାକୁ ଆଣିଥିବା ଡିଜିଟାଲ ଓ୍ବାଲର୍‌ଡ ଆକ୍ୟୁଜିଶନ୍‌ କର୍ପ ବିରୋଧରେ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ କମିଶନ୍‌ (ଏସିସି) ନିକଟରେ ନିଜକୁ ହ୍ୟୁସିଲ୍‌ ବ୍ଲୋୟର୍‌ ଦାବି କରୁଥିବା ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଓ୍ବିଲିଅମ୍‌ ଓ୍ବଲ୍‌କର୍ସନ୍‌ଙ୍କ ପକ୍ଷରୁ ଆଇନଜୀବୀମାନେ ଏହି ଦସ୍ତାବିଜ ଦାଖଲ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ଟ୍ରୁଥ୍‌ ସୋସିଆଲକୁ ପ୍ରଥମେ ସିଲିକନ୍‌ ଭ୍ୟାଲି ବାହାରର ୬ ଜଣ ବିଜ୍‌ନେସ୍‌ମ୍ୟାନ୍‌ ପାଣ୍ଠି ଯୋଗାଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଏକ ତୈଳ କମ୍ପାନୀ ଓ ଏକ ଜିମ୍‌ ଚେନ୍‌ର ୨ ଜଣ ଏକ୍‌ଜିକ୍ୟୁଟିଭ୍‌, ଅନେକ ରିପବ୍ଲିକାନ୍‌ ଡୋନର୍‌, ପର୍ତ୍ତୁଗାଲରେ ଅବସ୍ଥାପିତ ଜଣେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଏକ ମେଲ୍‌ ଅର୍ଡର ଫ୍ରୁଟ୍‌କେକ୍‌ କମ୍ପାନୀର ମୁଖ୍ୟ ଅଛନ୍ତି। ସୋସିଆଲ ମିଡିଆ ଆପ୍ଲିକେଶନ୍‌ ଟ୍ରୁଥ୍‌ ସୋସିଆଲ୍‌ର ପ୍ୟାରେଣ୍ଟ କମ୍ପାନୀ ଟ୍ରମ୍ପ୍‌ ମିଡିଆ ଆଣ୍ଡ୍‌ ଟେକ୍‌ନୋଲାଲୋଜି ଗ୍ରୁପ୍‌ (ଟିଏମ୍‌ଟିଜି)କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା କେତେଜଣ ବ୍ୟକ୍ତିଙ୍କ ଅନୁସାରେ ଗତ ରାଷ୍ଟ୍ରପତି ନିର୍ବାଚନରେ ସେ ପରାଜିତ ହେବାପରେ ୨୦୨୧ ଜାନୁୟାରୀ ୬ରେ କ୍ୟାପିଟୋଲ୍‌ ହିଲ୍‌ରେ କଂଗ୍ରେସ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଟୁଇଟର ଓ ଫେସ୍‌ବୁକ୍‌ ଟ୍ରମ୍ପ୍‌ଙ୍କ ଉପରେ କଟକଣା ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କ ସହଯୋଗରେ ଟ୍ରୁଥ୍‌ ସୋସିଆଲ ଖୋଲିଥିବା ଜଣାପଡ଼ିଛି। ଡିଜିଟାଲ ଓ୍ବାଲର୍‌ଡ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ପାଟ୍ରିକ୍‌ ଓର୍‌ଲାଣ୍ଡୋ ଏବଂ ଟିଏମ୍‌ଟିଜି ସହପ୍ରତିଷ୍ଠାତା ଆଣ୍ଡି ଲିଟିନ୍‌ସ୍କି ଓ ଓ୍ବେସ୍‌ ମୋସ୍‌ ଦସ୍ତାବଜରେ ସେମାନଙ୍କ ନାମ ଉଲ୍ଲେଖ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ୨୦୨୧ ମେ’ରୁ ୨୦୨୨ ମଧ୍ୟଭାଗର କେତେକ ପ୍ରମିଜରି ନୋଟ୍‌ରୁ ଟିଏମ୍‌ଟିଜିରେ ନିବେଶକଙ୍କ ସମ୍ପୃକ୍ତି ସମ୍ପର୍କିତ କେତେକ ନୂଆ ତଥ୍ୟ ମିଳିଛି। ଉକ୍ତ କମ୍ପାନୀ ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତି ଓ କର୍ପୋରେଟ୍‌ ପାର୍ଟନରମାନଙ୍କୁ ସାମିଲ୍‌ କରିବାରେ ଟ୍ରମ୍ପ୍‌ଙ୍କ କମ୍ପାନୀ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛି। ଦସ୍ତାବିଜ ଅନୁଯାୟୀ ଟେକ୍ସାସ୍‌ର ମିଡ୍‌ଲ୍ୟାଣ୍ଡସ୍ଥିତ ତୈଳ ଓ ଶକ୍ତି କମ୍ପାନୀ ଓରିକ୍ସ ମିଡ୍‌ଷ୍ଟ୍ରିମ୍‌ ସର୍ଭିସେସ୍‌ ଅଧ୍ୟକ୍ଷ କାର୍ଲ ଫ୍ଲୁଜର୍‌ ୨୦୨୧ ଡିସେମ୍ବରରେ ୫.୩ ନିୟୁତ ଡଲାର ଓ ଗତମାର୍ଚ୍ଚରେ ୪.୫ ନିୟୁତ ଡଲାର ଏଥିରେ ନିବେଶ କରିଥିଲେ। କାର୍ଲ ଫ୍ଲୁଜର୍‌ ହେଉଛନ୍ତି ଟେକ୍ସାସ୍‌ର ରିପବ୍ଲିକାନ୍‌ କଂଗ୍ରେସମ୍ୟାନ୍‌ ଅଗଷ୍ଟ ଫ୍ଲୁଜରଙ୍କ ଭାଇ, ଯିଏକି ଟ୍ରମ୍ପ୍‌ଙ୍କ ଜଣେ ବଡ଼ ପ୍ରଶଂସକଭାବେ ଜଣାଶୁଣା। ସେହିପରି ପାମ୍‌ ବିଚ୍‌ ସ୍ପୋଟର୍‌ସ କ୍ଲବ୍‌, ଟିଏମ୍‌ପିଏଲ୍‌ ଭଳି ଏଗ୍‌ଜରି ଜିମ୍‌ ବ୍ରାଣ୍ଡ୍‌ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ହୋଲ୍ଡିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ପାଟ୍ରିକ୍‌ ଓ୍ବାର୍ଲଶ୍‌ ୨୦୨୧ ଡିସେମ୍ବରରୁ ଗତ ଫେବୃୟାରୀ ମଧ୍ୟରେ ୬.୨ ନିୟୁତ ଡଲାର ବିନିଯୋଗ କରିଥିଲେ।

ଟେଲିକମ୍‌ ବିଲିୟନେୟାର ତଥା ଟ୍ରମ୍ପ୍‌ଙ୍କ ଦୃଢ ସମର୍ଥକ କେନି ଟ୍ରଉଟ୍‌ ମଧ୍ୟ ନିଜ ମ୍ୟାନେଜରଙ୍କ ଜରିଆରେ ୨୦୨୧ ମେ’ରୁ ନଭେମ୍ବର ମଧ୍ୟରେ ୪ ନିୟୁତ ଡଲାର ଲଗାଇଥିଲେ। ସେ ଟ୍ରମ୍ପ୍‌ଙ୍କୁ ନିର୍ବାଚନବେଳେ ବିପୁଳ ଅର୍ଥ ଚାନ୍ଦା ଦେଇଥିଲେ। ଏହି ସମର୍ଥକମାନେ ଟ୍ରୁଥ୍‌ ସୋସିଆଲକୁ ମୋଟ ୨୨.୮ ନିୟୁତ ଡଲାର ପ୍ରଦାନ କରିଥିବା ହ୍ୟୁସିଲ୍‌ ବ୍ଲୋୟର୍‌ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଟିଏମ୍‌ଟିଜି ଗତବର୍ଷ ଫେବୃୟାରୀରେ ଆପଲ୍‌ ଆପ୍‌ ଷ୍ଟୋର୍‌ ଏବଂ ଅକ୍ଟୋବରରେ ଗୁଗଲ୍‌ ପ୍ଲେ ଷ୍ଟୋରରେ ଟ୍ରୁଥ୍‌ ସୋସିଆଲ ଲଞ୍ଚ କରିଥିଲା। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡ଼ିଥିବା ଟ୍ରମ୍ପ୍‌ଙ୍କ ବିରୋଧରେ ନ୍ୟାୟ ବିଭାଗ ଏବଂ ଏସ୍‌ଇସି ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ ଏହି ଡିଲ୍‌ ବିବାଦ ଘେରକୁ ଆସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri