ସଂସ୍କୃତି ବିଭାଗରେ ଅଚଳାବସ୍ଥା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ୪ ଗୁରୁତ୍ୱପୂର୍ଣ୍ଣ ଏକାଡେମୀରେ ମାଳ ମାଳ ପଦବୀ ଖାଲି। କେଉଁଠି ସଭାପତି ନାହାନ୍ତି ତ କେଉଁଠି ସଚିବ ନାହାନ୍ତି। ଆଉ କେଉଁଠି ଜଣେ ଦୁଇଜଣ ଅଧିକାରୀରେ ଚାଲିଛି ଗୋଟିଏ ଗୋଟିଏ ସଂସ୍ଥା। ଜଣେ ଅଧିକାରୀ ଦୀର୍ଘଦିନ ଧରି ଦୁଇ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଦାୟିତ୍ୱରେ ରହୁଛନ୍ତି। ଫଳରେ ଉଭୟ ସଂସ୍ଥା କାର୍ଯ୍ୟ ପ୍ରଭାବିତ ହେଉଛି। ସଂସ୍କୃତି ବିଭାଗରେ ସଂସ୍କାର ଆଣିବାକୁ ୫ବର୍ଷ ତଳେ ସେତେବେଳର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଜନା ପ୍ରସ୍ତୁତ କରିଥିଲେ। ସମସ୍ତ ଏକାଡେମୀ ଓ ବିଭାଗ ଅଧୀନ ସମସ୍ତ ସଂସ୍ଥାର ପଦବୀ ପୂରଣ ସହ ସ୍ଥିତିରେ ସୁଧାର ଅଣାଯିବ ବୋଲି କହିଥିଲେ। ୫ବର୍ଷ ପରେ ଏବେ ମନ୍ତ୍ରୀ ବଦଳିଯାଇଛନ୍ତି। ନୂଆ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ଏହାମଧ୍ୟରେ ଦେଢମାସ ବିତିଗଲାଣି। ହେଲେ ଏବେବି ଏହି ବିଭାଗରେ ପୂର୍ବଭଳି ଅଚଳାବସ୍ଥା ଲାଗିରହିଛି।
ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରେ ଦୀର୍ଘଦିନ ହେଲା ସଭାପତି, ଉପସଭାପତି ପଦବୀ ଖାଲି ପଡ଼ିଛି। ଲଳିତ କଳା ଏକାଡେମୀରେ ଉପସଭାପତି ପଦବୀ ଖାଲିପଡ଼ିଥିବା ବେଳେ ସଚିବ ଦାୟିତ୍ୱରେ ବିଭାଗୀୟ ଯୁଗ୍ମ ସଚିବ ମନସ୍ବିନୀ ସାହୁ ରହିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଓ ସଚିବ ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରୁନି। ସଚିବ ଭାବେ ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସ୍ଥାୟୀ ସଚିବ ନ ଥିବାରୁ ସାହିତ୍ୟ ଏକାଡେମୀର ଓଡ଼ିଆ ପୁସ୍ତକ ଅନୁବାଦ, ସାହିତ୍ୟକଙ୍କୁ ପ୍ରୋତ୍ସାହନ, ଓଡ଼ିଆ ଭାଷା ଉନ୍ନତି ଆଦି କାର୍ଯ୍ୟ ଜୋର ଧରିପାରୁନାହିଁ। କେବଳ ଜୟନ୍ତୀ ଉତ୍ସବ ପାଳନରେ ଏକାଡେମୀ କାର୍ଯ୍ୟ ସୀମିତ ରହୁଛି। ସେହିଭଳି ପ୍ରତିବର୍ଷ ନିୟମିତ ଭାବେ ଏକାଡେମୀ ପୁରସ୍କାର ଦିଆଯାଉନାହିଁ। ରାଜା ରାମମୋହନ ରାୟ ପାଠାଗାରକୁ ମାଗଣା ବହି ଯୋଗାଣ ଲାଗି ବ୍ୟବସ୍ଥା ଥିଲେ ମଧ୍ୟ ତାହା ଠିକ୍‌ଭାବେ ହୋଇପାରୁନି। ରାଜ୍ୟରେ ପାଠାଗାରଗୁଡ଼ିକ ବହି ନେଉନାହାନ୍ତି। ହଜାର ହଜାର ବହି ପଡ଼ି ରହୁଥିବା ବେଳେ ସେଗୁଡ଼ିକ କିଭଳି ପାଠାଗାରରେ ପହଞ୍ଚତ୍ବ ସେନେଇ ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ନିଆଯାଉନାହିଁ। କେବଳ ସାହିତ୍ୟ ଏକାଡେମୀ ନୁହେଁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ଏବେ କେବଳ ଉତ୍ସବ ପାଳନ ଏକାଡେମୀରେ ପରିଣତ ହୋଇଛି। ପ୍ରତିବର୍ଷ ଗ୍ରୀଷ୍ମ, ବର୍ଷା, ଶୀତ ଉତ୍ସବ ସହ ନୃତ୍ୟ, ସଙ୍ଗୀତ ଓ ନାଟକ ଦିବସ ପାଳନ କରୁଛି। ସେହିଭଳି ଓଡ଼ିଶା ଲଳିତ କଳା ଏକାଡେମୀ କେମିତି ଚାଲିଛି, କେଉଁଠି କାର୍ଯ୍ୟକ୍ରମ କରାଯାଉଛି ତାହା ବିଶେଷ ଭାବେ ଲୋକଙ୍କ ନଜରକୁ ଆସୁନାହିଁ। ଅନ୍ୟପକ୍ଷରେ ଲଳିତକଳା ଏକାଡେମୀ ଦ୍ୱାରା ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଲାଗି ନୀଳାଦ୍ରିବିହାରରେ ଏକ ଗ୍ୟାଲେରୀ ପ୍ରତିଷ୍ଠା ହୋଇଛି, ଯାହାକି ଏବେ ଭୂତକୋଠି ପାଲଟିଛି। ଏପଟେ ଓଡ଼ିଶା ଊର୍ଦ୍ଦୁ ଏକାଡେମୀ କଥା ନ କହିବା ଭଲ। ବର୍ଷକୁ ଗୋଟିଏ କିମ୍ବା ଅତିବେଶିରେ ଦୁଇଟି କାର୍ଯ୍ୟକ୍ରମ ପାଳନରେ ସୀମିତ ରହିଯାଉଛି ଏହି ଏକାଡେମୀ।
ବିଭାଗ ଅଧୀନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବେ କୋମାକୁ ଆସିଗଲାଣି। ବିଶ୍ୱବିଦ୍ୟାଳୟରେ ମାତ୍ର ୧୦ଜଣ ସ୍ଥାୟୀ ଅଧ୍ୟାପକ ଥିବାବେଳେ ଗୋଟିଏ ବିଭାଗରେ ଜଣେମାତ୍ର ପ୍ରଫେସର ରହିଛନ୍ତି। ବର୍ଷକୁ ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଭିତ୍ତିଭୂମି ଓ ଅଧ୍ୟାପକ ଅଭାବ ଯୋଗୁ ଛାତ୍ରୀଛାତ୍ର ସଂଖ୍ୟା କମୁଥିବା କୁହାଯାଉଛି। ସେହିପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ଦୀର୍ଘବର୍ଷ ହେଲା ପ୍ରକ୍ରିୟା ଚାଲିଛି। ତେବେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆବଶ୍ୟକ ଦସ୍ତାବିଜ ଯୋଗାଯାଇପାରୁ ନଥିବାରୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଓଡ଼ିଶୀ ସଙ୍ଗୀତକୁ ଦୀର୍ଘବର୍ଷ ହେଲା ଏହାର ହକ୍‌ ମିଳିପାରୁନି। ଏପଟେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ବସିବା ସମସ୍ୟା ଏବେ ବି ଲାଗିରହିଛି। ଏଠାକୁ ପଢିବାକୁ ଆସୁଥିବା ଛାତ୍ରୀଛାତ୍ରମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଉପରୋକ୍ତ ସମସ୍ୟା ସମ୍ପର୍କରେ ଆମେ ସମୀକ୍ଷା ବୈଠକ କରିଥିଲୁ। ବିଭାଗ ପକ୍ଷରୁ ଦିଆଯାଉଥିବା ପୁରସ୍କାରଗୁଡ଼ିକ କିଭଳି ନିୟମିତ ହେବ ତାହା ଉପରେ ପ୍ରାଥମିକତା ଦିଆଯିବ। ଏହାଛଡ଼ା ବିଭିନ୍ନ ପଦପଦବୀ ପୂରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri