ସବୁଜିମା ହେଲା କୁର୍ଲାଡୁଙ୍ଗରୀ ଲଣ୍ଡା ପାହାଡ଼

ସୁନ୍ଦରଗଡ,୨୬।୧୦(ଡି.ଏନ.ଏ.): ପ୍ରକୃତିଦତ୍ତ ବହୁମୂଲ୍ୟ ସମ୍ବଳ ହେଉଛି ଆମର ଜଙ୍ଗଲ ସମ୍ପଦ। ଆଦିବାସୀମାନେ ମୁଖ୍ୟତଃ ଏହି ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ା ତେବେ ଜଗତୀକରଣ, ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଇତ୍ୟାଦି କାରଣ ଯୋଗୁ ଅଧିକାଂଶ ଜଙ୍ଗଲ ଏବେ ଧ୍ୱଂସାଭିମୁଖୀ। ଏହି ଜଙ୍ଗଲ ସମ୍ପଦର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରୟାସ କରାଯାଉଥିବା ବେଳେ କୁର୍ଲାଡୁଙ୍ଗରୀ ଲଣ୍ଡା ପାହାଡକୁ ଘଞ୍ଚ ଜଙ୍ଗଲପୂର୍ଣ୍ଣ ସବୁଜ ବନାନୀରେ ପରିଣତ କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ବନାଞ୍ଚଳର ସାଗରପାଲି ବନ ସୁରକ୍ଷା ସମିତି।
ବହୁ ବର୍ଷ ପୂର୍ବେ ବସତି ସ୍ଥାପନ ହୋଇଥିବା ସାଗରପାଲି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ତେବେ ୧୯୫୬ ମସିହାରୁ ଗ୍ରାମରେ ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇ ଗ୍ରାମ୍ୟସ୍ତରୀୟ କମିଟି ଗଠନ କରାଯାଇଥିଲା। ୧୯୭୫ ମସିହାରେ ଗ୍ରାମର ସାଗର ଯୁବକ ସଂଘର ସଭ୍ୟାସଭ୍ୟ ଜଙ୍ଗଲ କାଟିବା ନେଇ କଟକଣା ଜାରି କରି ଜଙ୍ଗଲ ସୁରକ୍ଷା ପାଇଁ ନିୟମାବଳୀ ପ୍ରସ୍ତୁତ କରିଥିଲେ। ୧୯୯୩-୯୪ ମସିହାରେ ସାଗରପାଲି ବନ ସୁରକ୍ଷା ସମିତି ଗଠନ କରାଯାଇ ସୁନ୍ଦରଗଡ ବନଖଣ୍ଡରେ ପଞ୍ଜୀକରଣ କରାଯାଇଥିଲା। ସେ ସମୟରେ ୧୨୧.୪୧ ହେକ୍ଟର ପରିମିତ ତଥା ଦୀର୍ଘ ୮.୪ କିଲୋମିଟର ଲମ୍ବର କୁର୍ଲାଡୁଙ୍ଗରୀ ପାହାଡ ଅବାଧ ଗଛକଟା ଯୋଗୁ ସମ୍ପୂର୍ଣ୍ଣ ଭାବରେ ଲଣ୍ଡା ହୋଇ ଯାଇଥିଲା। ସାଗରପାଲି ଗ୍ରାମବାସୀଙ୍କ ସାମୁହିକ ଏକତା, ସହଭାଗିତା, ଶ୍ରମଦାନ, ବୃକ୍ଷରୋପଣ, ଠେଙ୍ଗାପାଳି ବ୍ୟବସ୍ଥା ତଥା ଜଙ୍ଗଲ ବିଭାଗର ସହାୟତା ଦ୍ୱାରା ଆଜି ଏହି କୁର୍ଲାଡୁଙ୍ଗରୀ ପାହାଡର ପୁନଃରୁଦ୍ଧାର ସମ୍ଭବପର ହୋଇଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଗ୍ରାମର ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ବତନ୍ତ୍ର ନିଆଁଲିଭା ଦଳ ଗଠନ କରାଯାଇଛି। ବନ ସୁରକ୍ଷା ସମିତି ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗୋପାଳନ, ଜିଆଖତ, ମାଣ୍ଡିଆ ଚାଷ, ହଳଦୀ ଚାଷ, ଛତୁଚାଷ ଇତ୍ୟାଦି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରାଯାଇ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଯାଇଛି। ବର୍ତ୍ତମାନ ଏହି ପାହାଡ ଶାଳ, ପିଆଶାଳ, ମହୁଲ, ଚାର, ନିମ୍ବ, ସୁନାରୀ ଇତ୍ୟାଦି ଗଛ ତଥା ହରିଡା, ବାହାଡା, ଅଁଳା, ବାସଙ୍ଗ, ଆକାଣ୍ଡବିନ୍ଧି, ଶତାବରୀ, ଭୂଇଁନିମ୍ବ ଓ ବଜ୍ରମୂଳି ପରି ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ ହୋଇଛି ା ଏହାଛଡା ବାର୍‌ହା, ହନୁ ମାଙ୍କଡ, ଠେକୁଆ, ଝିଙ୍କ, ବିଲୁଆ ପରି ବନ୍ୟଜନ୍ତୁ ତଥା ବିଭିନ୍ନ ପ୍ରଜାତିର ସରୀସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଛି ା କହିବାକୁ ଗଲେ କୁର୍ଲାଡୁଙ୍ଗୁରି ପାହାଡ ଜଙ୍ଗଲ ସୁରକ୍ଷାର ଏକ ସଫଳ କାହାଣୀର ବାର୍ତ୍ତା ବହନ କରୁଛି । ନୂଆ କିଛି କରିବାର ପ୍ରୟାସ, ନୂଆ ଆଶା ଓ ବିଶ୍ୱାସ, ନୂତନ ଜୀବିକାର ସନ୍ଧାନ ତଥା ଗୋଷ୍ଠୀ ଏକତା ଓ ସହଭାଗିତା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଦ୍ୱାରା ସାଗରପାଲି ବନ ସୁରକ୍ଷା ସମିତି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ା ଏପରି କି ଅନ୍ୟ ବନ ସୁରକ୍ଷା ସମିତି ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri