ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ: କୁଶପୁତ୍ତଳିକା ଦାହ

କେସିଙ୍ଗା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡି ପଞ୍ଚାୟତସ୍ଥିତ ଧବଳେଶ୍ୱର ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳାବର ସ୍ଥାନୀୟ ଦୁଗ୍ଧ ଚାଷୀ ଆନ୍ଦୋଳନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ସଙ୍ଘର ବୋର୍ଡ ଡାଇରେକ୍ଟର ପଦ ପାଇଁ କଳାହାଣ୍ଡି ଜିଲାର ୧୦ ନମ୍ବର ଜୋନରେ ବେଲଖଣ୍ଡି ଗ୍ରାମର ୧୪ଜଣ ଓ ଦିଗସିରା ଗ୍ରାମର ୧୧ଜଣ ଦୁଗ୍ଧ ସମବାୟ ସମିତି ସଦସ୍ୟ ରଶ୍ମିତା ପୁଟେଲଙ୍କ ସପକ୍ଷରେ ସମୁଦାୟ ୨୫ ଜଣ ରହିଥିଲେ।
ଅପରପକ୍ଷେ ବଲାଙ୍ଗୀର ଜିଲା ରୋତ ଗ୍ରାମର ୧୫ଜଣ ଓ ହରଭଙ୍ଗାର ୯ଜଣ ସୀମା ପଟେଲଙ୍କ ସପକ୍ଷରେ ସମୁଦାୟ ୨୪ ଜଣ ସମିତି ସଦସ୍ୟ ରହିଥିଲେ। ହେଲେ ଆନ୍ଦୋଳନକାରୀଙ୍କ କହିବା ମୁତାବକ, କଳାହାଣ୍ଡି ଜିଲା ଦିଗଶିରାର ରଶ୍ମିତା ପୁଟେଲ ବାଜିମାତ କରିବା ନେଇ ଜଣାପଡିଥିଲା। କିନ୍ତୁ ବିଡମ୍ବନାର ବିଷୟ ତାଙ୍କ ସପକ୍ଷର ଥିବା ଗୋଟିଏ ଭୋଟ ଅପରପକ୍ଷକୁ ଚାଲିଯାଇଥିଲା। ବେଲଖଣ୍ଡି ଦୁଗ୍ଧ ଚାଷୀଙ୍କ କହିବା ଅନୁଯାୟୀ , ପୂର୍ବତନ ସଭାପତି ହେମସାଗର ପୂଝାରି ଅପରପକ୍ଷଙ୍କ ସହିତ ଅର୍ଥ କାରବାର କରିଥିବା ଅଭିଯୋଗ କରିଥିଲେ। ଏ ନେଇ ବେଲଖଣ୍ଡି ଦୁଗ୍ଧ ଚାଷୀ ଧବଳେଶ୍ୱର ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିବା ପ୍ରକାଶ କରିଛନ୍ତି। ଏପରି କି ସଭାପତି ହେମସାଗର ପୂଝାରୀଙ୍କୁ ବିରୋଧ କରି ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
ଏ ନେଇ ପୂର୍ବତନ ସଭାପତି ହେମସାଗରଙ୍କୁ ପଚାରିବାରୁ ନିଜ ଇଚ୍ଛା ଅନୁଯାୟୀ ଭୋଟ ଦେଇଥିବା ପ୍ରକାଶ କରିଥିଲେ। ଆନ୍ଦୋଳନରେ ବେଲଖଣ୍ଡି ଦୁଗ୍ଧ ସମବାୟ ସମିତିର ସଭାପତି ଜୋତିଶ ସାହୁ, ଶାନନ୍ଦ ସାହୁ, ବିର ପ୍ରସାଦ ସାହୁଙ୍କ ସହ ସମିତିର ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri