ପୂର୍ବତଟ ରେଳପଥ ପୁରସ୍କୃତ

ଭୁବନେଶ୍ୱର୨୩-୭(ବ୍ୟୁରୋ): ନିଜ ପରିସୀମା ମଧ୍ୟରୁ ଲକ୍ଷ୍ୟ ଧାର୍ଯ୍ୟର ବହୁ ପୂର୍ବରୁ ମାନବ ବିହୀନ ରେଳ ଲେଭଲ କ୍ରସିଂ ହଟାଇବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୁରସ୍କୃତ ହୋଇଛି। ହରିୟାଣାର ଆମ୍ବାଲାଠାରେ ଅନୁଷ୍ଠିତ ୬୪ତମ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ରେଳପଥକୁ ସମ୍ମାନୀତ କରାଯାଇଛି। ରେଳବାଇରେ ଉଭୟ ରେଳ ଓ ରାସ୍ତା ବ୍ୟବହାରକାରୀଙ୍କ ନିରାପତ୍ତା ପାଇଁ ଉଲ୍ଲେଖନୀୟ ଯୋଗଦାନ ପାଇଁ କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗIଡ଼ି ଓ ହରିୟାଣା ମୁଖ୍ୟମନ୍ତ୍ରୀ ଏମ୍‌.ଏଲ୍‌.ଖଟ୍ଟର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କୁ ପୁରସ୍କୃତ କରିଛନ୍ତି I
ସୂଚନା ଯୋଗ୍ୟ, ୨୦୧୮ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ପୂର୍ବତଟ ରେଳପଥରେ ୧୧୭ ଟି ମାନବ ବିହୀନ ଲେଭଲ କ୍ରସିଂ ଥିଲା I ୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ବିଭିନ୍ନ ଉପାୟରେ ଯଥା- ରୋଡ଼ ଅଣ୍ଡର ବ୍ରିଜ ବା ଉପ ମାର୍ଗ ର୍ନିମାଣ ଦ୍ୱାରା ୧୩ଟି, ମାର୍ଗ ପରିବର୍ତ୍ତନ ମାଧ୍ୟମରେ ୭ଟି ଏବଂ ଜଗୁଆଳି ସୁବିଧା ପ୍ରଦାନ ଦ୍ୱାରା ୯୭ଟି ମାନବ ବିହୀନ ରେଳ ଲେବଲ କ୍ରସିଂ ହଟାଇଛି I ଗତ ପାଞ୍ଚବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରୁ ସମୁଦାୟ ୫୨୫ଟି ମାନବ ବିହୀନ ରେଳବାଇ ଲେଭଲ କ୍ରସିଂ ହାଟଇଛି। ଏଭଳି ପଦକ୍ଷେପ ଦ୍ୱାରା ରେଳ ଦୁର୍ଘଟଣା ହ୍ରାସ ହେବା ସହ ଟ୍ରେନ ଚଳାଚଳ ନିରାପଦ ହୋଇପାରିଛି। ଏବେ ଗହଳି ବା ଭିଡ ରହୁଥିବା ମାନବ ରହିତ ରେଳବାଇ ଲେଭଲ କ୍ରସିଂଠାରେ ରୋଡ଼ ଓଭର ବ୍ରିଜ (ଆର୍‌ଓବି) କିମ୍ବା ରୋଡ଼ ଅଣ୍ଡର ବ୍ରିଜ (ଆର୍‌ୟୁବି) ଉପମାର୍ଗ ର୍ନିମାଣ କରିବା ପାଇଁ ରେଳବାଇ ଧ୍ୟାନ ଦେଉଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri