ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗକୁ ଖୋଜୁଛି ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ):ସାଧାରଣ ଲୋକଙ୍କୁ ଫସାଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲିଛି ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ। ଓଡ଼ିଶା ସମେତ ସାରା ଦେଶରେ ଏହାର ର଼୍ୟାକେଟ କାର୍ଯ୍ୟ କରୁଛି। ଉକ୍ତ ଆକାଉଣ୍ଟ ମାଧ୍ୟମରେ ବେଆଇନ ଅର୍ଥ କାରବାର ହେଉଥିବା ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଓଡ଼ିଶାରେ ଆକାଉଣ୍ଟ ଖୋଲାଇବାରେ ସହଯୋଗ କରିଥିବା ଏଜେଣ୍ଟଙ୍କୁ ପଚରାଉଚରା କରିବା ସହ ଏହି ବେଆଇନ ଅର୍ଥ କାରବାର ପଛରେ ସମ୍ପୃକ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିବାକୁ ଇଓଡବ୍ଲ୍ୟୁ ଉଦ୍ୟମ ଚଳାଇଛି।
ଇଓଡବ୍ଲ୍ୟୁ ତଦନ୍ତବେଳେ ଜାଣିବାକୁ ପାଇଛି ଯେ, ରାଜସ୍ଥାନର ଯଶପାଲ ସିଂ ଏବଂ ତାଙ୍କର ୨ ଜଣ ସହଯୋଗୀ ଗତ ମାର୍ଚ୍ଚରେ ଭୁବନେଶ୍ୱର କଳ୍ପନା ଛକଠାରେ ସୁବିର ବେନିୟାଙ୍କ ସମେତ ତାଙ୍କ ବନ୍ଧୁ ରାଜେନ୍ଦ୍ର ହରିଜନ, ଉପେନ୍ଦ୍ର ସମର୍ଥ ଓ ଧନସିଂ ହରିଜନଙ୍କ ସହ ଭେଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ଆପରାଧିକ ଯୋଜନା ପାଇଁ ଡିଲ୍‌ ହୋଇଥିଲା। ସେହି ଅନୁସାରେ, ସୁବିର ବେନିୟା ଏବଂ ତାଙ୍କ ସାଙ୍ଗମାନେ ଉକ୍ତ ଅପରାଧୀ ଗ୍ୟାଙ୍ଗକୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲି ଉକ୍ତ ନମ୍ବର ପଠାଇବେ ବୋଲି କହିଥିଲେ। ଏଥିସହ ଗ୍ୟାଙ୍ଗ ଦେଇଥିବା ନମ୍ବରକୁ ସେମାନେ ଉକ୍ତ ବ୍ୟାଙ୍କରେ ଯୋଡ଼ିବାକୁ କଥା ହୋଇଥିଲେ। ଏହାପରେ ସୁବିର ବେନିୟା ଏବଂ ତାଙ୍କ ସାଙ୍ଗମାନେ ନବରଙ୍ଗପୁରର ସାଧାରଣ ଲୋକଙ୍କୁ ଫସାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଭଳି ସରକାରୀ ଯୋଜନାରେ ଟଙ୍କା ଆସିବାର ପ୍ରତିଶ୍ରୁତି ଦେଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଖୋଲିଥିଲେ। ଏଥିରେ ଗ୍ରାମ ଡାକ ସେବକ ଏବଂ ବ୍ରାଞ୍ଚ୍‌ ଆସିଷ୍ଟାଣ୍ଟ୍‌ ପୋଷ୍ଟମାଷ୍ଟର ମଧ୍ୟ ସହଯୋଗ କରିଥିଲେ। ତେବେ ତଦନ୍ତ ସମୟରେ ନବରଙ୍ଗପୁର ଜିଲାର ଧାନସୁଳି, ଭୁଜିଆଗଡୁ ଏବଂ ମୁଷାପାଳ ଅଞ୍ଚଳରେ ଥିବା ବ୍ରାଞ୍ଚ୍‌ରେ ପ୍ରାୟ ୨୫୦ଟି ଆକାଉଣ୍ଟ ଖୋଲାଯାଇଥିଲା। ତେବେ କେତେକ ଆକାଉଣ୍ଟରେ ବେଆଇନ ଅର୍ଥ କାରବାର ହୋଇଥିବା ଇଓଡବ୍ଲ୍ୟୁ ତଦନ୍ତବେଳେ ଜାଣିବାକୁ ପାଇଛି। ସେପ୍ଟେମ୍ବର ୨୩ରେ ତାମିଲନାଡ଼ୁର ଜଣେ ବାସିନ୍ଦାଙ୍କ ଅଭିଯୋଗ ଆଧାରରେ ଏକ ଅପହରଣ ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ସେ ବେଆଇନ ଭାବେ ନେଇଥିବା ଅର୍ଥକୁ ଉମରକୋଟ ଅଞ୍ଚଳର ୪ ଜଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ପଠାଇଥିବା କହିଥିଲେ। ତେଣୁ ଏହି ଗ୍ୟାଙ୍ଗ ବେଆଇନ୍‌ ଅର୍ଥ କାରବାର ପାଇଁ ଏଭଳି ଆକାଉଣ୍ଟ ଖୋଲୁଥିବା ସ୍ପଷ୍ଟ ହୋଇଛି। ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମୁମ୍ବାଇ ଓ ଜମ୍ମୁ-କଶ୍ମୀର ଆଦି ସ୍ଥାନରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କରେ ଏଭଳି ବହୁ ଆକାଉଣ୍ଟ ଖୋଲି ଅପରାଧୀ ଗ୍ୟାଙ୍ଗ ବେଆଇନ ଅର୍ଥ କାରବାର କରୁଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ତେବେ କିଛିଦିନ ମଧ୍ୟରେ ଇଓଡବ୍ଲ୍ୟୁ ଏହି ଗ୍ୟାଙ୍ଗର ଏଜେଣ୍ଟମାନଙ୍କୁ ଗିରଫ କରିପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri