Posted inଖେଳ

ପଡ଼ିଆରେ ତ୍ୱରିତ ନିଷ୍ପତ୍ତି ଉପରେ ଡେନର୍ବିଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ପ୍ରଥମଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତୀୟ ଦଳ ସୋମବାର ଏହାର ଶେଷ ମ୍ୟାଚ୍‌ ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ଖେଳିବ। ଗ୍ରୁପ୍‌ ଏ’ରେ କ୍ରମାଗତ ୨ଟି ମ୍ୟାଚ୍‌ ହାରି ଭାରତୀୟ ଦଳ ନକ୍‌ଆଉଟ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି। ଅଭିଜ୍ଞତାର ଅଭାବ ପଡ଼ିଆ ମଧ୍ୟରେ ସ୍ପଷ୍ଟ ବାରି ହୋଇଯାଇଛି। ତେଣୁ ଆଗାମୀ ମ୍ୟାଚ୍‌ରେ ଖେଳାଳିମାନେ ବିନା ଚାପରେ ଖେଳିବା ସହ ପଡ଼ିଆ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ତ୍ୱରିତ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦେବେ ବୋଲି ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି ଆଶାପ୍ରକାଶ କରିଛନ୍ତି।

”ବ୍ରାଜିଲ ବିପକ୍ଷ ମ୍ୟାଚ୍‌ରେ ଆମକୁ କିଛି ହରାଇବାର ନାହିଁ। ତେଣୁ ବିନା ଚାପରେ ଥଣ୍ଡା ମନରେ ଆତ୍ମବିଶ୍ୱାସର ସହ ଖେଳିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ବ୍ରାଜିଲ ଏକ ଶକ୍ତିସମ୍ପନ୍ନ ଦଳ। ଏହି ଦଳ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ ପାଇଁ ପ୍ରୟାସ ଲଢ଼ିବ। ତେଣୁ ମ୍ୟାଚ୍‌ରେ ନିଶ୍ଚିତ ସମସ୍ତ ଶକ୍ତି ପ୍ରୟୋଗ କରିବ। ଏହି ଗେମ୍‌ ଆମ ପାଇଁ ସମ୍ମାନ ସଦୃଶ। ବ୍ରାଜିଲ ବିପକ୍ଷରେ ଆମେ ଦୃଢ଼ ରକ୍ଷଣଭାଗ ଉପରେ ଅଧିକ ଗୁରୁତ୍ୱ ଦେବୁ। ତେବେ ଫୁଟ୍‌ବଲ କେବଳ ରକ୍ଷଣଭାଗକୁ ନେଇ ଖେଳାଯାଏନାହିଁ ବୋଲି ଆମେ ଜାଣିଛୁ। ତେଣୁ ଯଦି ଆମେ ଗୋଲ ଦେଇପାରିବୁ ତେବେ ବହୁତ ଭଲ ହେବ। ଗୋଲ ଦେଇ ଟୁର୍ନାମେଣ୍ଟ ଶେଷ କରିପାରିଲେ ଆମ ପାଇଁ ଭଲ। ଟୁର୍ନାମେଣ୍ଟରୁ ପିଲାମାନେ ଅନେକ କିଛି ଶିଖିଛନ୍ତି। ଆଗକୁ ଆଉ ଏକ ବଡ଼ ପରୀକ୍ଷା ଅଛି।

ଏହି ପରିସ୍ଥିତିକୁ ସାମ୍ନା କଲେ ସେମାନେ ଅଧିକ ପରିପକ୍ୱ ହେବେ। ପରିସ୍ଥିତି ଅନୁଯାୟୀ ପଡ଼ିଆରେ ତ୍ୱରିତ ନିଷ୍ପତ୍ତି ନେବା ଏବଂ ଉତ୍ତମ ବୁଝାମଣା ରଖିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବ୍ରାଜିଲରେ ପିଲାମାନେ ବହୁତ ଛୋଟବେଳୁ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥାନ୍ତି। ଏହା ଦଳକୁ ଅନେକ ଫାଇଦା ଦେଇଥାଏ। ତେବେ ଆମର ଷ୍ଟାର୍ଟିଂ ଇଲେଭେନ ମଧ୍ୟ ବିପକ୍ଷ ଦଳକୁ ମୁକାବିଲା କରିବାରେ ସକ୍ଷମ, ଏହା ଦେଖାଇବାର ସମୟ ଆସିଛି“ ବୋଲି ଡେନର୍ବି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri