Posted inଜାତୀୟ

ହିମାଚଳବାସୀଙ୍କୁ ମୋଦିଙ୍କ ଦୀପାବଳି ଉପହାର

ନୂଆଦିଲ୍ଲୀ, ୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିବାଚଳ ପ୍ରଦେଶର ଉନାରେ ବଲ୍କ ଡ୍ରଗ ପାର୍କର ଉଦଘାଟନ ଓ ଉନା-ହମିରପୁର ରେଲୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଧନତେରସ ଓ ଦୀପାବଳି ପୂର୍ବରୁ ହିମାଚଳକୁ ୧୦୦୦କୋଟିର ଉପହାର ଦେଇଥିବାରୁ ମୋତେ ଖୁସି ଲାଗୁଛି । ସେ ଆହୁରି କହିଛନ୍ତି ମୁଁ ଉନାରେ ଏତେ ସମୟ କାଟିଛି ଯେ ଯେତେବେଳେ ଏଠାକୁ ଆସୁଛି ମୋର ପୁରୁଣା ସମୟ ମନେପଡିଯାଉଛି । ମୋତେ ଅନେକ ଥର ମାତା ଚିନ୍ତପୁର୍ଣ୍ଣି ଦେବୀଙ୍କୁ ଦର୍ଶନ କରିବା ଓ ଆଶୀର୍ବାଦ ପାଇବାର ସୌଭାଗ୍ୟ ମିଳିଛି । ମୋଦି କହିଛନ୍ତି କେଉଁଠିବି ବିକାଶର ନାମ ନଜର ଆସୁ ନଥିଲା । ଚାରିପଟରେ ବିଶ୍ୱାସର ଖାଇ, ନିରାଶାର ପାହାଡ ଓ ଗର୍ତ୍ତ ହିଁ ଗର୍ତ୍ତ ନଜର ଆସୁଥିଲା । ସେ ଏହି ଖାଇକୁ ପୂରଣ କରିବାକୁ ଚିନ୍ତା କରି ନ ଥିଲେ । ଆମେ ସେ ଖାଇକୁ ତ ପୂରଣ କଲୁ ଏବେ ନୂଆ ବହୁତଳ ପ୍ରାସାଦ ନିର୍ମାଣ କରାଯାଉଛି । ମୋଦି କହିଛନ୍‌ି ପୂର୍ବରୁ ହିମାଚଳରେ ଯେଉଁ ସରକାର ଥିଲେ ଦିଲ୍ଲୀରେ ବି ଯେଉଁମାନେ ବସିଥିଲେ ସୋମାନେ କେବେ ହିମାଚଳବାସୀଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ଚିନ୍ତା କରି ନାହାନ୍ତି । ଆପଣଙ୍କ ଆଶା ଓ ଆକାଂକ୍ଷାକୁ ସେମାନେ କେବେ ବୁଝିପାରି ନାହାନ୍ତି । ମୋର ମନେ ଅଛି ହିମାଚଳର ଅବସ୍ଥା କ’ଣ ଥିଲା । ଆଉ ଆଜି ହିମାଚଳରେ ଡ୍ରୋନ୍ ସାହାଯ୍ୟରେ ଆବଶ୍ୟକ ସାମଗ୍ରୀ ଦୁର୍ଗମ ଅଞ୍ଚଳକୁ ପଠାଯାଉଛି । ଏପଟେ ବନ୍ଦେ ଭାରତ ଏକ୍ସପ୍ରେସ ମାଧ୍ୟମରେ ଦିଲ୍ଲୀ ପର୍ଯ୍ୟନ୍ତ ଶୀଘ୍ର ପହଞ୍ଚିବାର କାମ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri