Posted inଖେଳ

ଆମେରିକା ଦଳରେ ଭାରତୀୟ ବଂଶୋଦ୍ଭବ ମିଆ

ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ଜାତୀୟ ମହିଳା ଦଳ ତରଫରୁ ଏକ ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାରେ ମିଆ ଭୁତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ। ତାଙ୍କ ପିଲାଦିନର ସ୍ବପ୍ନ ଥିଲା ବିଶ୍ୱକପ୍‌ ଖେଳିବା। ବିଶେଷକରି ତାଙ୍କ ପିତା ଯେଉଁ ଦେଶରେ ଜନ୍ମଗ୍ରହଣ କରି ଲାଳନପାଳନ ହୋଇଛନ୍ତି ତା’ ବିପକ୍ଷରେ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଖେଳିବା ଲାଗି ସେ ଭୁବନେଶ୍ୱର ଆସିଛନ୍ତି। ଆମେରିକା ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତକୁ ଭେଟିବ। ତାଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। ଏଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ ଏ କଥା ପ୍ରକାଶ କରିଛନ୍ତି। ମିଆଙ୍କ ପିତା ଗୁଜରାଟ ରାଜ୍ୟର ରାଜକୋଟରେ ଜନ୍ମଗ୍ରହଣ କରିଛନ୍ତି। ମାତ୍ର ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କର ଟେନିସ ପ୍ରତି ଅଶେଷ ଦୁର୍ବଳତା ରହିଥିଲା। ଏହାଛଡ଼ା ଉନ୍ନତ ଶିକ୍ଷା ଉଦ୍ଦେଶ୍ୟରେ ୟୁଏସ୍‌ ପଳାଇଥିଲେ। ପୂର୍ବରୁ ମିଆ କେତେଥର ଭାରତ ଆସିଛନ୍ତି। ଭାରତରେ ତାଙ୍କ ଜେଜେବାପା ଏବେ ମଧ୍ୟ ଜୀବିତ ଅଛନ୍ତି। ଭାରତୀୟ ସଂସ୍କୃତି ଦ୍ୱାରା ସେ ପ୍ରଭାବିତ। ଦେଶର ଐତିହ୍ୟ ପାଇଁ ସେ ନିଜେ ଗର୍ବ ଅନୁଭବ କରନ୍ତି। ମିଡ୍‌ ଫିଲ୍ଡର ମିଆ ଆମେରିକା ଦଳର ସବୁଠାରୁ ଅଭିଜ୍ଞ ଓ ପ୍ରତିଭାସମ୍ପନ୍ନ ଖେଳାଳି। ୧୭ ବର୍ଷରୁ କମ୍‌ ଜାତୀୟ ଦଳ ତରଫରୁ ଇତିମଧ୍ୟରେ ସେ ୧୦ଟି ମ୍ୟାଚ ଖେଳିସାରିଛନ୍ତି। ପୂର୍ବରୁ ସେ ଅଧିନାୟିକା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ବର୍ତ୍ତମାନ ସେ ପିଟର୍ସବର୍ଗ ସହର ଉପକଣ୍ଠସ୍ଥିତ ମାଉଣ୍ଟ ଲେବାନନ୍‌ଠାରେ ବାସ କରୁଛନ୍ତି। ତାଙ୍କଠାରୁ ପ୍ରେରଣା ପାଇ ଅଧିକରୁ ଅଧିକ ଭାରତୀୟ ବାଳିକା ଫୁଟ୍‌ବଲ ଖେଳ ପ୍ରତି ଆଗ୍ରହୀ ହୁଅନ୍ତୁ ବୋଲି ସେ ଚାହାନ୍ତି।

ଭାରତ ବିପକ୍ଷରେ ଖେଳିବାକୁ ବ୍ୟଗ୍ର

ଆମେରିକା ଓ ଏଠାକାର ପରିବେଶ, ଜଳବାୟୁ ଭିନ୍ନ ଥିଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ। ଗ୍ରୁପ୍‌ ଏ’ରେ ବ୍ରାଜିଲ ରହିଥିଲେ ହେଁ ଘରୋଇ ଭାରତ ମଧ୍ୟ ଆମକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆମେ ପୂର୍ବାନୁମାନ କରୁଛୁ। ସେହି ଅନୁସାରେ ଆମେ ନିଜକୁ ପ୍ରସ୍ତୁତ କରୁଛୁ। ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବା ପାଇଁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ ବୋଲି ଆମେରିକା ଦଳର ଅଧିନାୟିକା ମିଆ ଭୁତା ପ୍ରକାଶ କରିଛନ୍ତି। ଭୁତାଙ୍କ ବାପା ଗୁଜରାଟର ରାଜକୋଟ ବାସିନ୍ଦା। ସେମାନେ ଏବେ ଆମେରିକାରେ ରହୁଛନ୍ତି। କଳିଙ୍ଗ ଷ୍ଟାଡିୟମ ଏବଂ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ଅଭ୍ୟାସ ଗ୍ରାଉଣ୍ଡର ଭିତ୍ତିଭୂମି ବିଶ୍ୱସ୍ତରର।

ପ୍ରତି ମ୍ୟାଚରେ ଭିନ୍ନ ଚ୍ୟାଲେଞ୍ଜ: ଅଷ୍ଟ୍ରେନ
ବିଶ୍ୱକପ୍‌ ଖେଳିବାକୁ ଆସିଥିବା ସମସ୍ତ ଦଳ ଶକ୍ତିଶାଳୀ। କୌଣସି ଦଳକୁ ହେୟ ମନେ କରାଯାଇପାରିବ ନାହିଁ। କାରଣ ସମସ୍ତେ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଛନ୍ତି। ପ୍ରତ୍ୟେକ ଦଳର କିଛିନା କିଛି ଶକ୍ତିଶାଳୀ ଦିଗ ଅଛି। ଏହା ବ୍ୟତୀତ ପ୍ରତି ମ୍ୟାଚ୍‌ରେ ଭିନ୍ନ ଚ୍ୟାଲେଞ୍ଜ ମିଳିବ। ତେଣୁ ମ୍ୟାଚ୍‌ ପରେ ମ୍ୟାଚ ଖେଳି ଆମେ ଆଗକୁ ବଢ଼ିବୁ। କୌଣସି ଗୋଟିଏ ଦଳକୁ ଟାର୍ଗେଟ କରି ଖେଳିବୁ ନାହିଁ ବୋଲି ଆମେରିକା କୋଚ୍‌ ନାତାଲିଆ ଅଷ୍ଟ୍ରେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri