ମଦମୁକ୍ତ ପଞ୍ଚାୟତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଆନନ୍ଦପୁର,୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବୁଢ଼ୀକୁଦ ପଞ୍ଚାୟତର ମହିଳାମାନେ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ପଞ୍ଚାୟତର ଟଭାକୁଦ, ବୁଢ଼ୀକୁଦ ଏବଂ ସନ୍ତୋଷପୁର ଗ୍ରାମର ଶତାଧିକ ମିଶନଶକ୍ତିର ମହିଳାଙ୍କ ଆହ୍ବାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ରବୀନ୍ଦ୍ର କୁମାର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବୁଢ଼ୀକୁଦ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ମହାରଣା, ସମିତିସଭ୍ୟ କୁଳମଣି ନାଇକ, ପଞ୍ଚାୟତର ବିଜେଡି ସଭାପତି ରବୀନ୍ଦ୍ର ମହାନ୍ତି, ବଳରାମ ନାଇକ, ଗଣେଶ ନାଇକ, ଲକ୍ଷ୍ମୀଧର ମହାକୁଡ଼, ସନାତନ ପାତ୍ରଙ୍କ ସମେତ ବିଭିନ୍ନ ଓ୍ବାର୍ଡର ସଭ୍ୟ ଉପସ୍ଥିତ ରହି ମହିଳାମାନଙ୍କ ସହିତ ମଦ ବିରୋଧୀ ଆନ୍ଦୋଳନର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ମହିଳାମାନେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ମଦ କୁ ନା ସଚେତନତା ବାର୍ତ୍ତା ଦେବା ପରେ ଆୟୋଜିତ ବୈଠକରେ ଆଲୋଚନା କରିଥିଲେ। ପଞ୍ଚାୟତର ପ୍ରତି ଗାଁରେ ଗୋଟିଏ ଗୋଟିଏ କମିଟି କରି ନିଜର କାର୍ଯ୍ୟପନ୍ଥା ଧାର୍ଯ୍ୟ କରିଥିଲେ।

ଦେଶୀ ମଦ ପିଇ ଗୋଟିଏ ବର୍ଷ ମଧ୍ୟରେ ବୁଢ଼ୀକୁଦ ପଞ୍ଚାୟତରୁ ୧୦ରୁ ଊର୍ଦ୍ଧ୍ୱ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ଘଟଣା ଆଲୋଚନା ପରିସରକୁ ଆସିଥିଲା। ମଦ ପାଇଁ ପାରିବାରିକ ହିଂସା ବୃଦ୍ଧି, ଲୋକମାନଙ୍କର ଆର୍ଥିକ ମାନଦଣ୍ଡ ହ୍ରାସ, କମ୍‌ ବୟସର ପିଲାମାନେ ଅବାଟକୁ ଯିବା ଭଳି ଘଟଣାକୁ ନେଇ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରୁ ମଦ ରନ୍ଧା ସାମଗ୍ରୀ ଓ ଚୋରା ଦେଶୀ ମଦକୁ ମହିଳାମାନେ ନଷ୍ଟ କରିଥିଲେ। ଆନନ୍ଦପୁର ସଦରମହକୁମାଠାରୁ ଉକ୍ତ ପଞ୍ଚାୟତଟି ୩୦ କିମି ଦୂର ହୋଇଥିବାରୁ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଉପସ୍ଥିତ ମହିଳାମାନେ ପ୍ରକାଶ କରିଥିଲେ। ଆଗାମୀ ଦିନରେ ପଞ୍ଚାୟତରୁ ମଦ ମୂଳପୋଛ ପାଇଁ ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବେ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri