ଓଡ଼ିଶାରେ ଭାଜପା ଶାସନ ଆସିବ ବୋଲି ଆଶା ସୃଷ୍ଟି କରାଅ

ଭୁବନେଶ୍ବର,୧।୧୦(ବ୍ୟୁରୋ): ଗଁ।କୁ ଯାଇ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯାହା ଏଠି ଶୁଣିଲ ସେସବୁ କଥା ବତେଇବାକୁ ପଡ଼ିବ। ଏହାସହ ଲୋକଙ୍କ ମନରେ ଆଶା ସୃଷ୍ଟି କରିବାକୁ ପଡ଼ିବ କି ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଆସିବା ଦରକାର। ଯଦି କେନ୍ଦ୍ରରେ ମୋଦି ସରକାର ତେବେ ଓଡ଼ିଶାରେ ଭାଜପା ଶାସନ ଆସିବ ବୋଲି ଆଶା ସୃଷ୍ଟିକର, ଆଉ ଏଥିଲାଗି ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି।
ଜନତା ମଇଦାନଠାରେ ଶୁକ୍ରବାର ଦ୍ୱିତୀୟ ଦିନ ଲାଗି ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଏବଂ ବ୍ରହ୍ମେଶ୍ୱର ମନ୍ଦିରର ଦେବତାଙ୍କୁ ପ୍ରଣାମ ସହ ଭାଷଣ ଆରମ୍ଭ କରି ନଡ୍ଡା କହିଛନ୍ତି, ଦଳର ଫ୍ରଣ୍ଟାଲ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ କାର୍ଯ୍ୟ ହେଉଛି ଓଡ଼ିଶାରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବା। କାର୍ଯ୍ୟକର୍ତ୍ତାମାନଙ୍କୁ ବଳ ଦେବା ଏବଂ ସେମାନଙ୍କୁ ଦଳର କାର୍ଯ୍ୟକ୍ରମ ସହିତ ଯୋଡ଼ିବା ଦରକାର। ସେମାନଙ୍କୁ ଦଳର କାର୍ଯ୍ୟକ୍ରମରେ ଯୋଡ଼ି ରଖିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲାରୁ ଗୋଟିଏ କଥା ଆହ୍ବାନ କରିଛନ୍ତି କି ଆଗକୁ ୨୫ ବର୍ଷ ଆପଣମାନଙ୍କର। ତେଣୁ ଏହି ସମୟରେ ଦେଶକୁ ବିକଶିତ ଭାରତ କରିବାର ଅଛି। ଭାଜପାର ପ୍ରତ୍ୟେକ ସିପାହି ନିଜର ମନ ଓ ପ୍ରାଣ ଲଗାଇ ଏହି କାମ କରିବା ଦରକାର। ଯଦି ରାଜପଥ କର୍ତ୍ତବ୍ୟପଥ ହୋଇପାରିବ ତେବେ ଓଡ଼ିଶା ମଧ୍ୟ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସ୍ବୟଂସେବକ ହୋଇପାରିବ। ଏହା ସଫଳ କରିବାକୁ ହେଲେ ଆମକୁ ଦିନରାତି ପରିଶ୍ରମ କରିବାକୁ ପଡ଼ିବ। ସମାଜରେ ଏକତା ରଖିବା ପାଇଁ ଆମକୁ କାମ କରିବାକୁ ହେବ। ଏହି ୫ କଥାକୁ ଆପଣାଇବାକୁ ପଡିବ। ବିକଶିତ ଭାରତ ଦେଖିବାକୁ ହେଲେ ବିକଶିତ ଓଡ଼ିଶା ମଧ୍ୟ ଦେଖିବାକୁ ପଡ଼ିବ। ଯଦି ବିକଶିତ ଓଡ଼ିଶା ଦେଖିବାର ଅଛି ତେବେ ଆମକୁ ବିଜେଡି ମୁକ୍ତ ରାଜ୍ୟ ଦେଖିବାକୁ ପ୍ରଥମେ ପଡ଼ିବ। ଏଠାରେ ଭ୍ରଷ୍ଟାଚାରକୁ ଶେଷ କରିବାକୁ ପଡିବ। ଏଠି ପଦ୍ମ ଖେଳେଇବାକୁ ପଡ଼ିବ। ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘରକୁ ବିଜୁ ପକ୍କାଘର ଷ୍ଟାମ୍ପ ଲଗାଇ ପ୍ରଚାର କରାଯାଉଛି ସେଥିରୁ ସବୁ ବୁଝାପଡିଯାଉଛି। ଏକଥା ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ସରକାର ଲାଗୁ ନ କରି ରାଜ୍ୟର ୬୦ ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ଅନ୍ୟାୟ ବିରୋଧରେ ଲଢ଼ିବାକୁ ପଡ଼ିବ। ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଅର୍ଥକୁ ଏମାନେ ନକଲ ବିଲ୍‌ କରି ଠକି ଖାଇଯାଉଛନ୍ତି। ମୋର୍ଚ୍ଚାର ସଦସ୍ୟଙ୍କୁ ଏହି ପ୍ରସଙ୍ଗରେ ଆଗକୁ ଯାଇ ଲଢେଇ କରିବାକୁ ପଡିବବୋଲି ନଡ୍ଡା କହିଛନ୍ତି।
ନଡ୍ଡା ଆହୁରି କହିଛନ୍ତି, ବିଜେଡି ଗୋଟିଏ ମନ୍ତବ୍ୟ ରଖିଛି କି ତାଙ୍କ ବସ୍‌ ଦିଲ୍ଲୀରେ ରୁହନ୍ତିନାହିଁ। ଦିଲ୍ଲୀରେ ବସ୍‌ ନୁହେଁ ଆମ ପ୍ରଧାନ ସେବକ ରହୁଛନ୍ତି। କେବଳ ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ନୁହନ୍ତି, ଦୁନିଆରେ ଯେତେ ଭାରତୀୟ ଅଛନ୍ତି ସମସ୍ତଙ୍କ ବସ୍‌ ହେଉଛନ୍ତି ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ। ପ୍ରଧାନ ସେବକଙ୍କ ନେତୃତ୍ୱରେ ଭାରତ ଏବଂ ଓଡ଼ିଶା ସୁରକ୍ଷିତ ଅଛି। ଆମେ ବସ୍‌ କଥା ନୁହେଁ ସେବକ ଭାଷା ବୁଝୁ। ୨୦୨୪ରେ ଏଠି ସରକାର ହେବ ନା ନାହିଁ ବୋଲି ପ୍ରଶ୍ନ କରିବା ସହ ଜୟ ଜଗନ୍ନାଥ କହି ନଡ୍ଡା ତାଙ୍କ ଭାଷଣ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷକରି ସେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଦଳର କୋର୍‌ କମିଟି ସଦସ୍ୟାମାନଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି। ସେଠାରୁ ଯାଇ ନଡ୍ଡା ‘ମୋ ବୁଥ୍‌, ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଲେ। ସେ ଭାଜପା ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୪ ନମ୍ବର ବୁଥ୍‌ର ୨୫ ଜଣିଆ କମିଟି ସଦସ୍ୟଙ୍କ ସହ ସାଙ୍ଗଠନିକ ଚର୍ଚ୍ଚା କରିଛନ୍ତି। ସେଠାରୁ ସେ ୨ ଦିନିଆ ଓଡିଶା କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାଜପା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ଏମ୍‌ପି ଓ ବିଧାୟକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri