Odisha Elections 2024

ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ୍‌ ପାଇଁ ମିଳୁନି ସ୍ଲଟ୍‌

କେନ୍ଦ୍ରାପଡ଼ା ଅଫିସ,୨୬ା୯: ଆସନ୍ତା ଅକ୍ଟୋବରଠାରୁ ରାସ୍ତାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ତନଖି ହେବ। ଅନୁମୋଦିତ ନମ୍ବର ପ୍ଲେଟ ନ ଥିଲେ ଗାଡି ମାଲିକ ମୋଟା ଅଙ୍କରେ ଜରିମାନା ଗଣିବେ। ହାତଗଣତି ଦିନ ଅବଧି ଥିବାରୁ ଗାଡି ମାଲିକ ଜରିମାନାରୁ ମୁକୁଳିବା ପାଇଁ ପ୍ଲେଟ ଲଗାଇବାକୁ ବ୍ୟସ୍ତବିବ୍ରତ ସହ ବିଚଳିତ ହେଉଛନ୍ତି। ତେବେ ପ୍ଲେଟ ପାଇଁ ସ୍ଲଟ ମିଳୁନି। ଏହାକୁ ଦେଖି ଡିଲରଙ୍କ ମନମାନି ଆରମ୍ଭ ହୋଇଯାଇଛି। ଅନୁମୋଦିତ ଦରଠାରୁ ଅଧିକ ଟଙ୍କା ଆଦାୟ କରାଯିବା ଘଟଣା ଜିଲାରେ ଏବେ ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୩ ମାର୍ଚ୍ଚ ଶେଷ ଯାଏ ହାଇ ସିକ୍ୟୁରିଟି ପ୍ଲେଟ ଲଗାଇବାକୁ ସମୟ ଦେବାଲାଗି ଜନଶକ୍ତି ପାର୍ଟି ପକ୍ଷରୁ ଦାବି ହୋଇଛି। ପାର୍ଟିର ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ ଏ ସମ୍ପର୍କରେ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲାର ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି, ସାମାଜିକ କର୍ମୀ ହରେକୃଷ୍ଣ ପାତ୍ର, ଗାଡି ମାଲିକ ଅଶୋକ କୁମାର ସାମଲ ପ୍ରମୁଖ କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜୀକରଣର ଶେଷ ଅଙ୍କ ୧ ଓ ୨ ନଂ. ଥିବା ଗାଡିଗୁଡିକ ଗତ ଅଗଷ୍ଟ ଶେଷ ସୁଦ୍ଧା ଏହି ପ୍ଲେଟ ଲଗାଇବାକୁ ସମୟ ଅବଧି ଦିଆଯାଇଥିଲା। ସେହିପରି ୩ ଓ ୪ ନଂ. ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଥିବାବେଳେ ୫ ଓ ୬ ନଂ. ଅକ୍ଟୋବର ୩୧, ୭ ଓ ୮ ନଂ. ନଭେମ୍ବର ୩୦, ୯ ଓ ୦ ନଂ. ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ତେବେ ଅଗଷ୍ଟ ମାସରେ ବନ୍ୟା ଓ ବର୍ଷା ପାଇଁ ରାଜ୍ୟରେ ତନଖି ସମୟକୁ ଅକ୍ଟୋବର ପର୍ଯ୍ୟନ୍ତ ଘଞ୍ଚାଇ ଦିଆଯାଇଛି। ଏହି ବିଜ୍ଞପ୍ତିର କେତେକ ତ୍ରୁଟି ଯୋଗୁ ଗାଡି ମାଲିକ ସମୟ ଅବଧି ପୂର୍ବରୁ ସଚେତନ ହୋଇପାରିନାହାନ୍ତି। ପ୍ଲେଟ ପାଇଁ କେତେ ଟଙ୍କା ପଡିବ, ପରିବହନଯୋଗ୍ୟ ମାତ୍ର ବର୍ଷେ ଅଥବା ୨ ବର୍ଷ ଥିବା ପୁରୁଣା ଗାଡିର ନମ୍ବର ପ୍ଲେଟରେ ରିହାତି ବ୍ୟବସ୍ଥା ଆଦି ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ। ସେହିପରି ପ୍ଲେଟ ପ୍ରସ୍ତୁତ କର୍ତ୍ତା ଓ ବିତରଣକାରୀଙ୍କ ସମ୍ପର୍କରେ ତଥ୍ୟ ସାର୍ବଜନୀନ ହୋଇ ନ ଥିବାରୁ ଗାଡି ମାଲିକ ଏଥିପ୍ରତି ବୀତସ୍ପୃହ ଥିଲେ। ଏବେ ଅକ୍ଟୋବରଠାରୁ ନିୟମ କଡାକଡି ହେଉଥିବାରୁ ଗାଡି ମାଲିକ ନମ୍ବର ପ୍ଲେଟ ଲଗାଇବାକୁ ବିଚଳିତ ହୋଇଉଠିଛନ୍ତି। ପରିବହନ ବିଭାଗର ଆକଳନ ଅନୁଯାୟୀ ପ୍ରତ୍ୟେକ ଦିନ ରାଜ୍ୟରେ ୫୦ ହଜାରରୁ ଅଧିକ ଆବେଦନପତ୍ର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନପତ୍ର ମିଳିଥିବା ବେଳେ ୬ ଲକ୍ଷ ୫୧ ହଜାର ହାଇ ସିକ୍ୟୁରିଟି ପ୍ଲେଟ ଲଗାଯାଇଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ଅଦ୍ୟାବଧି ଇଣ୍ଟରନେଟ ସମସ୍ୟାରେ ସୁଧାର ଆସିନି। ଏଥିପାଇଁ ସ୍ଲଟ ବୁକିଂ ହୋଇପାରୁନାହିଁ। ସ୍ଲଟ ବୁକିଂ ପାଇଁ ବିଭିନ୍ନ ଜନସେବା କେନ୍ଦ୍ରରେ ଠେଲାପେଲା ଲାଗୁଛି। ଏଥିରୁ ବର୍ତ୍ତିବା ପାଇଁ ଗାଡି ମାଲିକମାନେ କମ୍ପାନୀ ଦଲାଲଙ୍କ ହାବୁଡରେ ପଡୁଛନ୍ତି। ହାତଗୁଞ୍ଜା ଦେଇ କୌଣସି ପ୍ରକାର ନମ୍ବର ପ୍ଲେଟ ଲଗାଇବା ଚେଷ୍ଟାରେ ଅଛନ୍ତି। ସାଧାରଣ ଲୋକଙ୍କ ଏହି ବିକଳ ଅବସ୍ଥା ଏବେ କିମ୍ଭୂତକିମାକାର ପରିସ୍ଥିତି ସୃଷ୍ଟି କରିଛି। ଆସନ୍ତା ମାସଗୁଡିକରେ ପୂଜା, ପାର୍ବଣ ପାଇଁ ଛୁଟି ସଂଖ୍ୟା ଅଧିକ। ଦଶହରା, ଗଜଲକ୍ଷ୍ମୀ ପୂଜା, କାଳୀପୂଜା ଆଦି ପୂଜା ଉତ୍ସବ ହେବ। ତନଖିରେ ଜରିମାନା ଭୟ ଥିବାରୁ ଆସନ୍ତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ସମୟ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଆରଟିଓ ବୀରେନ୍ଦ୍ର କୁମାର ନାୟକ କହିଛନ୍ତି, କେଉଁ ଡିଲର କେତେ ଟଙ୍କା ନେଉଛନ୍ତି, ତାହା ୱେବ୍‌ସାଇଟରେ ଉଲ୍ଲେଖ ଅଛି। ତନଖି ସମୟ ଅବଧି ସରକାରଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ଗଞ୍ଜାମରେ ବଢୁଛି ନିର୍ବାଚନୀ ହିଂସା, ଅଧିକ ପୋଲିସ ଫୋର୍ସ ମୁତୟନ

ଛତ୍ରପୁର,୧୮ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ବଢୁଛି ନିର୍ବାଚନୀ ହିଂସା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଆସିକା ଲୋକ ସଭା ଅଧୀନ ୭ ବିଧାନସଭା...

ଘରକୁ ଘର ବୁଲି ଭୋଟ୍‌ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ପନ୍ଦାଡ଼ୋ ଏବଂ ଆନନ୍ଦପୁର ବ୍ଲକର ଶାଳବଣୀ ସହ ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡି...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ଶେଷଦିନରେ ଦୁଇ ଦଳର ପ୍ରଚାର ଜୋର୍‌ଦାର

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିରେ ପ୍ରଚାର ଶେଷଦିନରେ ଦୁଇଦଳର ଜୋର୍‌ଦାର ପ୍ରଚାର ଚାଲିଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଚାର...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri