ସୁନ୍ଦରଗଡ଼ ଜିଲାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ

ସୁନ୍ଦରଗଡ଼, ୨୩।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଚିନ୍ତା ବଢାଇଛି ଡେଙ୍ଗୁ। ଜିଲାରେ ଗତ ୨୧ତାରିଖ ମଧ୍ୟରେ ମୋଟ ୧୧୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଡେଙ୍ଗୁରୋଗୀଙ୍କ ମଧ୍ୟରୁ ସର୍ବାଧିକ ୯୯ଜଣ ହେଉଛନ୍ତି ରାଉରକେଲା ସହରାଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି। ରାଉରକେଲା ଆଇଜିଏଚ୍‌ରେ ୯୩ଜଣ, ଆରଜିଏଚ୍‌ରେ ୧୨ଜଣ ଓ ରାଜ୍ୟର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ପୌରାଞ୍ଚଳରେ ୨ଜଣ, ବୀରକେରା, ବିଶ୍ରା, ଗୁରୁଣ୍ଡିଆ, ବଣାଇଁରେ ଜଣେ ଲେଖାଏଁ ଓ ମଝାପଡାରେ ୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ପଡୋଶୀ କେଉଁଝର ଜିଲାର ୨ଜଣ ଓ ଝାଡଖଣ୍ଡ ରାଜ୍ୟର ଜଣେ ରୋଗୀ ଚିହ୍ନଟ ହୋଇ ଏଠାରେ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁର ମୁକାବିଲା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଆର୍‌ଏସ୍‌ପି ପକ୍ଷରୁ ମିଳିତ ଭାବେ ତ୍ୱରିତ ପଦକ୍ଷେପ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ଗତ କିଛିଦିନ ଲଗାଣ ବର୍ଷା ଯୋଗୁ ରାଉରକେଲା ସହରରେ କିଛି ଅଞ୍ଚଳରେ ବର୍ଷାପାଣି ଜମି ରହି ଡେଙ୍ଗୁ ମଶା ବୃଦ୍ଧି ହୋଇ ବର୍ତ୍ତମାନ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ୧୭୪୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ତୁଳନାରେ କମ୍‌ ରହିଛି। ସୁନ୍ଦରଗଡ଼ ଜିଲା ଡେଙ୍ଗୁ ପାଇଁ ଏକ ସମ୍ବେଦନଶୀଳ ଜିଲା। ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରର ଡେଙ୍ଗୁ ପ୍ରବଣ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିମାନଙ୍କ ଏଠାରେ ଥିବା ଶିଳ୍ପାଞ୍ଚଳ, ଜମିରହୁଥିବା ପାଣିରେ ଡେଙ୍ଗୁ ଭୂତାଣୁ ବଢାଉଛି। ୧୧୪ଜଣ ରୋଗୀଙ୍କ ମଧ୍ୟରୁ ୩ଜଣ କେଊଁଝର, ଝାଡଖଣ୍ଡ ରାଜ୍ୟର ହୋଇଥିବା ବେଳେ ଅନ୍ୟ ୩୭ଜଣ ରାଜ୍ୟର ଅନ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି। ରାଉରକେଲା ସହର ବାସନ୍ତୀ କଲୋନୀ, ସେକ୍ଟର ୧, ୧୩ ଓ ୧୭ ଅଞ୍ଚଳରେ ମଶାଧୁଆଁ ଦିଆଯିବା ଆରମ୍ଭ ହୋଇଥିବା ବେଳେ ୨୦ଜଣ ଡେଙ୍ଗୁ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇ ସ୍ବଚ୍ଛତା ଅଭିଯାନ ଜାରିରହିଛି। ଆର୍‌ଜିଏଚ୍‌ରେ ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡ ରହିଥିବା ବେଳେ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାରଠାରୁ ଡେଙ୍ଗୁରୋଗୀଙ୍କ ପାଇଁ ୬ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି। ହେଲେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri