Posted inଫୁରସତ

ପକ୍ଷୀବସା ଭଳି ରେସ୍ତୋରାଁ

ପର୍ଯ୍ୟଟକଙ୍କ ଭ୍ରମଣ କାହାଣୀକୁ ଆଉ ଟିକିଏ ରୋମାଞ୍ଚକର କରିବା ଲାଗି ପୃଥିବୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ନିର୍ମାଣ କରାଯାଇଛି । ସେଭଳି ଏକ ସ୍ଥାନ ହେଉଛିି ଥାଇଲାଣ୍ଡର ସୋନେଭା କିର୍ଲ ଇକୋ ରିସୋର୍ଟ । ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ଏହି ସ୍ଥାନରେ ପର୍ଯ୍ୟଟକମାନେ ସୁସ୍ବାଦୁ ଖାଦ୍ୟପେୟ ସହ ରାତ୍ରି ଯାପନ କରିବାର ସୁବିଧା ମଧ୍ୟ ପାଇପାରିବେ । ଏହି ରିସୋର୍ଟର ଏକ ସ୍ବତନ୍ତ୍ରତା ହେଉଛି ଏଠାକାର ରେସ୍ତୋରଁ। ‘ବାର୍ଡସ୍‌ ନେଷ୍ଟ ରେସ୍ତୋରାଁ’ ଭାବେ ପରିଚିତ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଯେଭଳିକି ଏହାର ନଁା ରହିଛି ବାର୍ଡସ୍‌ ନେଷ୍ଟ, ଏହି ରେସ୍ତୋରାଁ ନିର୍ମାଣ ହୋଇଛି ସୁଉଚ୍ଚ ବିଶାଳ ଗଛ ଉପରେ । କେବଳ ସେତିକି ନୁହେଁ ଏହି ରେସ୍ତୋରାଁ ତଳେ ଏକ ଝରଣା ମଧ୍ୟ ରହିଛି । ଭୂପୃଷ୍ଠରୁ ପ୍ରାୟ ୧୬ ଫୁଟ ଉଚ୍ଚରେ ନିର୍ମିତ ହୋଇଛି କାଠ ଏବଂ ଚମଡାର ବିଭିନ୍ନ ପୋଡ୍‌ । ଏହି ପୋଡ୍‌ରେ ବସି ପର୍ଯ୍ୟଟକମାନେ ସୁସ୍ବାଦୁ ଭୋଜନ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇପାରିବେ । ଏହି ରେସ୍ତୋରାଁର ଆଉ ଏକ ସ୍ବତନ୍ତ୍ରତା ହେଉଛି, ଏଠାରେ ଓ୍ବେଟରମାନେ ଗଛ ସହ ସଂଶ୍ଳିଷ୍ଟ ଜିପ୍‌ ଲାଇନ୍‌ ମାଧ୍ୟମରେ ଉଡି ଆସି ଅର୍ଡର ନେବା ସହ ଖାଦ୍ୟ ମଧ୍ୟ ପରଷିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri