Posted inଫୁରସତ

ପଲିଥିନ୍‌ରେ ବନ୍ଧାହୋଇ ନଦୀ ପାର ହୁଅନ୍ତି ସ୍କୁଲ ପିଲା

ଭିଏତ୍‌ନାମର ହୁଓଇ ହା, ଏକ ଛୋଟିଆ ଗାଁ। ଏଠି ପହଞ୍ଚି ପାରିନାହିଁ ସରକାରଙ୍କର କୌଣସି ପ୍ରକାର ଯୋଜନା। ତଥାପି ସେମାନେ ଏତିକି ଭଲଭାବେ ଅବଗତ ଯେ, ଜୀବନରେ ଶିକ୍ଷାର ଆବଶ୍ୟକ ବହୁତ ରହିଛି। ତେଣୁ ନିଜ ଗାଁରେ ବିଦ୍ୟାଳୟ ନ ଥିଲେ ବି ଅନ୍ୟ ଗ୍ରାମର ବିଦ୍ୟାଳୟକୁ ପିଲାଙ୍କୁ ପଢିବାକୁ ଛାଡିଥାଆନ୍ତି। କଥା ସେତିକିରେ ସୀମିତ ନୁହେଁ, ଯେଉଁ ବିଦ୍ୟାଳୟକୁ ପିଲାମାନେ ଯାଆନ୍ତି ସେଠାକୁ ପହଞ୍ଚତ୍ବାଲାଗି ରାସ୍ତା ନାହିଁ। ଅଛି ଏକ ନଦୀ, ଯାହାକୁ ପାର୍‌ ହେବାକୁ ପଡିଥାଏ। ନଦୀରେ ଡଙ୍ଗାର ସୁବିଧା ବି ନାହିଁ। ବାଉଁଶକୁ ବାଉଁଶ ବନ୍ଧା ଯାଇ ଡଙ୍ଗା ଭଳି କରାଯାଇଥାଏ। ତାରି ଉପରେ ଠିଆ ହୋଇ ପିଲାମାନେ ନଦୀ ପାର ହୁଅନ୍ତି। ତେବେ ବର୍ଷାଦିନ ଆସିଲେ ତାକୁ ବି ବ୍ୟବହାର କରି ହୁଏନା। କାରଣ ବନ୍ୟା ଜଳ ଆସିଯିବାରୁ ଜଳର ସ୍ରୋତ ପ୍ରଖର ହୋଇଯାଏ। ଆଉ ସେଥିରେ ନଦୀ ପାର ହେବା ବିପଜ୍ଜନକ ହୋଇଯାଏ। ତେଣୁ ସେମାନେ ଏକ ଭିନ୍ନ ଉପାୟ ଆପଣେଇଥାଆନ୍ତି। ସେ ହେଉଛି ନଦୀ କୂଳରେ ଜଣ ଜଣ କରି ପିଲାଙ୍କୁ ଏକ ବଡ ପଲିଥିନ୍‌ ଭିତରେ ପୂରାଇ ଦିଆଯାଏ। ଆଉ ତା’ର ମୁହଁ ବନ୍ଦ କରି ତାକୁ ଜାବୁଡି ଧରି ପହଁରା ଜାଣିଥିବା ଗାଁର ବଳିଷ୍ଠ ବ୍ୟକ୍ତି ଜଳରେ ସେହି ପଲିଥିନ୍‌କୁ ଟାଣି ଟାଣି ନଦୀ ପାର କରାନ୍ତି। ଏଥିରେ ବି ବିପଦ ଭରି ରହିଥାଏ। ଟିକେ ଏପଟ ସେପଟ ହେଲେ ମୃତ୍ୟୁ ସୁନିଶ୍ଚିତ। ତଥାପି ଏହିଭଳିଭାବେ ପ୍ରାୟ ୫୦ଜଣ ପିଲା ନଦୀ ପାର୍‌ ହୁଅନ୍ତି। ସବୁ ପିଲା ଧାଡି ହୋଇ ଠିଆହୋଇ ଅପେକ୍ଷା କରି ଥାଆନ୍ତି ନିଜ ପାଳିକୁ। ଏତେ ବିପଦ ଥିବା ସତ୍ତ୍ୱେ ତାକୁ ଖାତିର୍‌ ନ କରି ମା’ବାପା ଛାତିରେ ପଥର ରଖି ପିଲାଙ୍କୁ ଏମିତିଭାବେ ନଦୀ ପାର୍‌ କରାଇ ବିଦ୍ୟାଳୟ ପଠାନ୍ତି। ଏହି ପିଲାଙ୍କ କଷ୍ଟ ଏତିକିରେ ସରି ନ ଥାଏ। ନଦୀ ପାର୍‌ ହେବା ପରେ ପ୍ରାୟ ୫ ଘଣ୍ଟାର ତଥା ପ୍ରାୟ ୧୫ କି.ମି. ସେମାନଙ୍କୁ ଚାଲିବାକୁ ହୁଏ। ସେପୁଣି ପାଣିକାଦୁଅ ଭରା ଖସଡା ଓ ଜଙ୍ଗଲ ରାସ୍ତାରେ। ଗମନାଗମନର ଏହି ଅସୁବିଧା ଯୋଗୁ ପିଲାମାନେ ସ୍କୁଲରେ ରହି ଯାଆନ୍ତି। ଆଉ ପ୍ରତି ଶନିବାର ଘରକୁ ଫେରନ୍ତି। କିନ୍ତୁ କେହି ପଢା ବନ୍ଦ କରି ନାହାନ୍ତି। ପିଲାଙ୍କ ଭିତରେ ପଢିବାର ଏହି ଆଗ୍ରହ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri