ମହାରାଣୀଙ୍କ ଅନ୍ତିମ ଯାତ୍ରା: ୨ ମିନିଟ୍‌ ନୀରବିଲା ବ୍ରିଟେନ

ଲଣ୍ଡନ,୧୯ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍‌ଲେର ଐତିହାସିକ କିଙ୍ଗ୍‌ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍‌କୁ ଦିବଂଗତ ସ୍ବାମୀ ପ୍ରିନ୍ସ ଚାଲର୍‌ସଙ୍କ ନିକଟରେ ସମାଧି ଦିଆଯାଇଛି। ପ୍ରାୟ ୨ ହଜାର ବିଶ୍ୱ ନେତା ମହାରଣୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଲଣ୍ଡନରେ ପହଞ୍ଚିଥିଲେ। ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବହିର୍ବ୍ୟାପାର ସଚିବ ବିନୟ କ୍ୱାତ୍ରା ଶେଷକୃତ୍ୟରେ ସାମିଲ ହୋଇଥିଲେ। କିଙ୍ଗ୍‌ ଚାଲର୍‌ସ ୩ୟ, ପ୍ରିନ୍ସ ଓ୍ବିଲିୟମ ଓ ତାଙ୍କ ପୁଅ ପ୍ରିନ୍ସ ଜର୍ଜ, ଝିଅ ପ୍ରିନ୍ସେସ୍‌ ଚାର୍ଲୋଟେ, ପ୍ରିନ୍ସ ହ୍ୟାରି, ପ୍ରିନ୍ସେସ୍‌ ଆନେ, ପ୍ରିନ୍ସ ଏଡ୍‌ଓ୍ବାର୍ଡଙ୍କ ସମେତ ରାଜ ପରିବାର ସଦସ୍ୟ ଏଲିଜାବେଥ୍‌ଙ୍କୁ ବିଦାୟ ଜଣାଇଥିଲେ। ସୋମବାର ରାଜକୀୟ ଢଙ୍ଗରେ ମହାରାଣୀଙ୍କ ଶେଷକୃତ୍ୟ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ଓ୍ବେଷ୍ଟମିନଷ୍ଟର ଆବେରୁ ୪୦ କିମି ରାସ୍ତାରେ ଯାତ୍ରା କରି ମହାରାଣୀଙ୍କ କଫିନ୍‌ ଓ୍ବିଣ୍ଡସରରେ ପହଞ୍ଚିଥିଲା। ୬ ହଜାର ସଶସ୍ତ୍ର ସୈନ୍ୟ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ପୂର୍ବରୁ ଅଭ୍ୟାସ କରିଥିଲେ। ଅନ୍ତିମ ଦର୍ଶନ ପାଇଁ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ୧୨୫ ସିନେମା ହଲ୍‌ରେ ଅନ୍ତିମ ସଂସ୍କାର ବେଳର ଦୃଶ୍ୟ ଲାଇଭ ପ୍ରସାରଣ କରାଯାଇଥିଲା। ଅନ୍ତର୍ଜାତୀୟ ଟେଲିଭିଜନରେ ମଧ୍ୟ ଏହାର ଟେଲିକାଷ୍ଟ ହୋଇଥିଲା। ପୂରା ବ୍ରିଟେନ୍‌ ୨ମିନିଟ୍‌ ସମ୍ପୂର୍ଣ୍ଣ ନୀରବ ରହି ମହାରାଣୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲା। ମହାରାଣୀଙ୍କ ଶେଷଯାତ୍ରାବେଳେ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ର ଜାତୀୟ ସଙ୍ଗୀତ ‘ଗଡ୍‌ ସେଭ୍‌ ଦ କିଙ୍ଗ୍‌’ ଗାନ କରାଯାଇଥିଲା। ବିଶ୍ୱ ନେତା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା। ଓ୍ବେଷ୍ଟମିନଷ୍ଟର ଡିନ୍‌ ଡେଭିଡ୍‌ ହାୟନ୍‌ ଅନ୍ତିମ ସତ୍କାରର ନେତୃତ୍ୱ ନେଇଥିଲେ। କାଣ୍ଟେବୁରୀର ଆର୍କ ବିଶପ୍‌ ଜଷ୍ଟିନ୍‌ ଓ୍ବେଲ୍‌ବି ଧର୍ମଉପଦେଶ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିନ୍‌ସନ୍‌ ଚର୍ଚିଲଙ୍କ ମୃତ୍ୟୁ ପରେ ୧୯୬୫ଠାରୁ ପ୍ରଥମ କରି ବ୍ରିଟେନ୍‌ରେ ଐତିହାସିକ ଢଙ୍ଗରେ ଷ୍ଟେଟ୍‌ ଫ୍ୟୁନେରାଲ ଆୟୋଜିତ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ବାଇବେଲ୍‌ର ସନ୍ଦର୍ବ ପାଠ କରିଥିଲେ। ଶେଷକୃତ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ସ୍ତ୍ରୀ ଜିଲ୍‌ ବାଇଡେନ୍‌, ଜାପାନ ରାଜା ନାରୁହିତୋ, ରାଣୀ ମାସାକୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ, ସ୍ତ୍ରୀ ବ୍ରିଡ୍‌ଗେଟେ ମାକ୍‌ରଁ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମେତ ଶତାଧିକ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ସ୍କଟଲାଣ୍ଡରେ ଥିବାବେଳେ ୯୬ ବର୍ଷୀୟା ଏଲିଜାବେଥ ୨ୟଙ୍କ ସେପ୍ଟେମ୍ବର ୮ ତାରିଖରେ ନିଧନ ହୋଇଥିଲା। ପରେ ୧୧ ଦିନ ଧରି ବ୍ରିଟେନରେ ଜାତୀୟ ଶୋକ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri