Posted inଖେଳ

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର ହୋଇଛନ୍ତି। ଖେଳାଳି ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ଦିଲୀପ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟର ଫଟୋକୁ ଦିଲୀପ ନିଜ ଫେସବୁକ୍‌ ପେଜ୍‌ ଏବଂ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ହକିକୁ ଏକ ଭିନ୍ନ ସୋପାନକୁ ନେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ରବିବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିବସ ଥିଲା। ହକି ଇଣ୍ଡିଆ ନିର୍ବାଚନ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ।
ଭାରତୀୟ ହକିରେ ଦିଲୀପ ଜଣେ ପରିଚିତ ନାମ। ଦୀର୍ଘ ୧୫ ବର୍ଷର କ୍ୟାରିୟରରେ ସେ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୩ଟି ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। କେବଳ ସେତିକି ନୁହେଁ, ୨୦୦୪ ଏଥେନ୍ସ ଅଲିମ୍ପିକ୍‌ରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟ ସଭା ସଦସ୍ୟ ଥିଲେ। ଗତ ଅଗଷ୍ଟରେ ହକି ଇଣ୍ଡିଆ ଏହାର ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ନିଂ ଅଫିସର ନିଯୁକ୍ତ କରିଥିଲା। ଅଜୟ ହେଉଛନ୍ତି ବିହାର ସରକାରଙ୍କ ପୂର୍ବତନ ଚିଫ୍‌ ଇଲେକ୍ଟୋରାଲ ଅଫିସର। ଏ.କେ. ମଜୁମ୍‌ଦାରଙ୍କୁ ସହକାରୀ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି।
ତାଙ୍କ ବିରୋଧୀ ପ୍ରାର୍ଥୀଙ୍କ ସମ୍ପର୍କରେ ବିଶେଷ କିଛି ସୂଚନା ଦେଇପାରି ନ ଥିଲେ ହେଁ ଦିଲୀପ ଆଗାମୀ ନିର୍ବାଚନରେ ନିଜର ସ୍ଥିତି ଦୃଢ଼ ଥିବା ଅନୁଭବ କରୁଛନ୍ତି। ”ମୁଁ କେତେକ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି। ବେଙ୍ଗଲ, ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଆଦି ସମଗ୍ର ନର୍ଥ ଇଷ୍ଟ ରାଜ୍ୟଗୁଡ଼ିକ ମୋତେ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ମୁଁ କେରଳ, ତାମିଲନାଡ଼ୁ, ରାଜସ୍ଥାନ ଆଦି କେତେକ ରାଜ୍ୟର ପ୍ରତିନିଧିଙ୍କ ସହିତ କଥା ହୋଇଛି। ସେଠାରୁ ସକାରାତ୍ମକ ସୂଚନା ମିଳିଥିବାରୁ ମୁଁ ଦୃଢ଼ନିଶ୍ଚିତ ଅଛି“ ବୋଲି ଦିଲୀପ କହିଛନ୍ତି। ”ହକି ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ମୁଁ ହକି ଇଣ୍ଡିଆ ସଭାପତି ପଦ ପାଇଁ ରବିବାର ପ୍ରାର୍ଥତ୍ପତ୍ର ଦାଖଲ କରିଛି। ହକି ମୋତେ ଅନେକ କିଛି ଦେଇଛି। ଦେଶ ପକ୍ଷରୁ ମୁଁ ଦୀର୍ଘଦିନ ଧରି ହକି ଖେଳିଛି ଏବଂ ଅବସର ପରେ ଏହି କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାରେ ଉଦ୍ୟମ ଜାରି ରଖିଛି। ଜାତୀୟ ସଂଘରେ ସମ୍ପୃକ୍ତ ରହିଲେ ହକିର ବିକାଶ ପାଇଁ ଅଧିକ ସୁଯୋଗ ମିଳିବ ବୋଲି ମୁଁ ଅନୁଭବ କରିଛି। ହକିକୁ ବହୁ ଉଚ୍ଚକୁ ନେବା ମୋର ଲକ୍ଷ୍ୟ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ସଭାପତି ଭାବେ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମକୁ ଶକ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ପୂର୍ବରୁ ହକି ଲୋକପ୍ରିୟ ଥିଲେ ହେଁ ଏବେ ମଳିନ ପଡ଼ିଛି, ତାହାର କାରଣ ଖୋଜି ବାହାର କରିବି। ସେଠାରେ ହକିର ପୁନରୁଦ୍ଧାର ପାଇଁ ପ୍ରୟାସ କରିବି ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ...

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri