Posted inଖେଳ

୨୫ ବର୍ଷ ପାଇଁ ଆଶା ଓ ଲକ୍ଷ୍ୟ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସଫଳତା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ଶୁଭ ସଙ୍କେତ। ମାତ୍ର ଭାରତ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟାର ଦେଶ ହୋଇଥିଲେ ହେଁ ଆମର କ୍ରୀଡ଼ା ପାରଦର୍ଶିତା ବିଶ୍ୱର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଉତ୍ସାହଜନକ ମନେହୁଏ ନାହିଁ…

ଅନେକ ଦୃଷ୍ଟିକୋଣରୁ ଏସିଆ କପ୍‌ର ୧୫ତମ ସଂସ୍କରଣ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସିଆ ମହାଦେଶର କ୍ରିକେଟ ଖେଳୁଥିବା ଦେଶ ସେମାନଙ୍କର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କାରଣ ଆଗକୁ ରହିଛି ଆଇସିସି ଟି୨୦ ବିଶ୍ୱକପ। ସର୍ବାଧିକ ୭ଥର ଚାମ୍ପିୟନ ଭାରତ ପୂର୍ଣ୍ଣ ଶକ୍ତିସମ୍ପନ୍ନ ଦଳସହ ପଡ଼ିଆକୁ ଓହ୍ଲାଇଥିଲା। ଅନ୍ୟପକ୍ଷରେ ୫ ଥର ଟାଇଟଲ ହାତେଇଥିବା ଶ୍ରୀଲଙ୍କା ଏଥର ଯୁବ ଖେଳାଳିଙ୍କୁ ନେଇ ଖେଳିଥିଲା। ୨ଥର ଚାମ୍ପିୟନ ପାକିସ୍ତାନ ମଧ୍ୟ ଅନ୍ୟତମ ଟାଇଟଲ ଦାବିଦାର ବିବେଚିତ ହୋଇଥିଲା। ଟୁର୍ନାମେଣ୍ଟ ପୂର୍ବରୁ ଅନେକ କ୍ରିକେଟପ୍ରେମୀ ଓ ସମୀକ୍ଷକ ଏଥର ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ହେବ ବୋଲି ପୂର୍ବାନୁମାନ କରିଥିଲେ। ମାତ୍ର ଶ୍ରୀଲଙ୍କା ଯୁବ ଦଳ ସବୁ ଅଙ୍କ ଭୁଲ୍‌ ପ୍ରମାଣିତ କରି ପାକିସ୍ତାନକୁ ହରାଇ ଚାମ୍ପିୟନ ହେଲା। ଭାରତର ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ଫର୍ମକୁ ଫେରିବା ସତ୍ତ୍ୱେ ଭାରତ ସୁପର ଫୋର ପର୍ଯ୍ୟାୟରୁ ବିଦାୟ ନେବା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲା। ଚାମ୍ପିୟନ ଶ୍ରୀଲଙ୍କାକୁ ୧ କୋଟି ୨୦ଲକ୍ଷ ଓ ପାକିସ୍ତାନକୁ ୬୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା।
ଟି୨୦ ବିଶ୍ୱକପ ନିକଟତର ହୋଇଥିବାରୁ ଏସିଆ କପ୍‌ରେ ଖରାପ ପ୍ରଦର୍ଶନ ଭାରତ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। କୋହଲି ଫର୍ମକୁ ଫେରିବା ଭାରତୀୟ ଦର୍ଶକଙ୍କ ପାଇଁ ଖୁସି ଖବର ହୋଇଥିବାବେଳେ ଆଗାମୀ ବିଶ୍ୱକପ ପୂର୍ବରୁ ଟିମ୍‌ ମ୍ୟାନେଜମେଣ୍ଟକୁ ଅନେକ କିଛି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଚୂଡ଼ାନ୍ତ ବିଶ୍ୱକପ ଦଳରେ କିଏ ସାମିଲ ହେବେ, ଭୁବନେଶ୍ୱର କୁମାର ବୋଲିଂରେ ସଫଳ ହୋଇଥିଲେ ହେଁ ବୋଲିଂ ଲାଇନ୍‌ଅପ୍‌ କିପରି ରହିବ ଆଦି ଅନେକ ପ୍ରଶ୍ନ ରହିଛି। ଏସିଆ କପ୍‌ରେ ଭୁବନେଶ୍ୱର ଯଦିଓ ସର୍ବାଧିକ ଉଇକେଟ ହାସଲ କରିଥିଲେ ତେବେ ଡେଥ୍‌ ଓଭରରେ ତାଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ଏହା ସତ୍ୟ ଯେ ୟୁଏଇ ପିଚ୍‌ ଓ ପରିବେଶଠାରୁ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଭିନ୍ନ ରହିବ।
ଚଳିତ ମାସରେ ଦୁଇ ଶକ୍ତିଶାଳୀ ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ଅପରାଜେୟ ଦକ୍ଷିଣ ଆଫ୍ରିକା ସହିତ ଟିମ୍‌ ଇଣ୍ଡିଆର ୨ଟି ଗୁରୁତ୍ୱପୂର୍ଣ୍ଣ ସିରିଜ ଖେଳାଯିବାକୁ ରହିଛି। ଏସିଆ କପ୍‌ ପ୍ରଦର୍ଶନ ଟିମ୍‌ ଇଣ୍ଡିଆର ମନୋବଳ କମାଇଥିବାବେଳେ ଏହି ଦୁଇଟି ସିରିଜରେ ରୋହିତ ଶର୍ମାଙ୍କ ଦଳକୁ ଏସିଡ୍‌ ଟେଷ୍ଟ ଦେବାକୁ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ୨ଟି ଯାକ ସିରିଜ ପାଇଁ ଦଳ ମଧ୍ୟ ଘୋଷଣା ହୋଇସାରିଛି। ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଏହି ଦୁଇ ସିରିଜରେ ଖେଳିବେ। ତେଣୁ ଶେଷଥରପାଇଁ ନିଜର ପ୍ରଦର୍ଶନକୁ ମାର୍ଜିତ କରିବାକୁ ଖେଳାଳିମାନେ ସୁଯୋଗ ପାଇବେ। ମୋଟାମୋଟି ସିରିଜ ବିଜୟ ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ ରହିବ। ଏସିଆ କପ୍‌ରେ ପେସ୍‌ ବୋଲରଙ୍କ ବିଫଳତା ସମସ୍ୟା ସୃଷ୍ଟି କରିଥିବାରୁ ଆଗାମୀ ସିରିଜ ପାଇଁ ଟିମ୍‌ ଇଣ୍ଡିଆକୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳକୁ ଷ୍ଟ୍ରାଇକ ବୋଲର ଯଶପ୍ରୀତ୍‌ ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ନିଶ୍ଚିତ ଭାରତୀୟ ପେସ୍‌ ବୋଲିଂ ଆକ୍ରମଣକୁ ବେଶ୍‌ ଶାଣିତ କରିବ। ଦୁଇଟି ଯାକ ଘରୋଇ ସିରିଜ ବେଶ୍‌ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ହେବା ସମ୍ଭାବନା ରହିଛି। ଭାରତୀୟ ଦଳର ସମସ୍ତ ପ୍ରମୁଖ ଖେଳାଳି ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ଉପଲବ୍ଧ ରହିବେ। ଏସିଆ କପ୍‌ର ପ୍ରଦର୍ଶନକୁ ଭୁଲିଯାଇ ଆଗାମୀ ସିରିଜ ଜିତିପାରିଲେ ନିଶ୍ଚିତ ରୂପେ ଟିମ୍‌ଇଣ୍ଡିଆର ମନୋବଳ ବଢ଼ିବ। ଭାରତୀୟ ଦଳ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୦ରେ ମୋହାଲିଠାରେ ପ୍ରଥମ, ସେପ୍ଟେମ୍ବର ୨୩ରେ ନାଗପୁରଠାରେ ଦ୍ୱିତୀୟ ଏବଂ ସେପ୍ଟେମ୍ବର ୨୫ରେ ହାଇଦ୍ରାବାଦଠାରେ ୩ୟ ଟି୨୦ ମ୍ୟାଚ ଖେଳିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨୮ରେ ଥିରୁଭାନନ୍ତପୁରମଠାରେ ପ୍ରଥମ ଟି୨୦ ଖେଳି ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୨ରେ ଗୁଆହାଟୀ ଏବଂ ୪ରେ ଇନ୍ଦୋରଠାରେ ଯଥାକ୍ରମେ ୨ୟ ଏବଂ ୩ୟ ଟି୨୦ ମ୍ୟାଚ ଖେଳିବ। ଆଇସିସି ଟି୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆଠାରେ ଆରମ୍ଭ ହେବ। ଭାରତ ଏହାର ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳିବ। ଟି୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଉଭୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆଗାମୀ ୨ ସିରିଜକୁ ଗୁରୁତ୍ୱର ସହ ନେବା ସ୍ବାଭାବିକ।
ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏପର୍ଯ୍ୟନ୍ତ ୨୩ଟି ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୯ଟି ଜିତିଛି ଏବଂ ଗୋଟିଏ ମ୍ୟାଚରୁ ଫଳାଫଳ ମିଳିନାହିଁ। ଟିମ୍‌ ଇଣ୍ଡିଆ ୪ଟି ମ୍ୟାଚ ଘରୋଇ ସିରିଜରେ ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚ ବିଦେଶ ମାଟିରେ ଜିତିଛି। ଅନ୍ୟ ୨ଟି ମ୍ୟାଚ ନିରପେକ୍ଷ ଭେନ୍ୟୁରେ ବିଜୟୀ ହୋଇଛି। ସେହିପରି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମୋଟ ୨୦ଟି ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଟିମ୍‌ଇଣ୍ଡିଆ ୧୧ଟି ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୮ଟିରେ ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚରୁ ଫଳାଫଳ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri