ସିଏମ୍‌ସି ମେୟରଙ୍କୁ କବାଟ ଭେଟି

କଟକ ଅଫିସ, ୧୫ା୯: ମୁଁ ବାଥ୍‌ରୁମ୍‌ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି। ବାଥରୁମ୍‌ କବାଟ ଭାଙ୍ଗି ପଡିଥିବା ନେଇ କଟକ ମେୟର ସୁବାସ ସିଂ ମଙ୍ଗଳବାର ସ୍ଥାନୀୟ ବିଜୁଭବନ ପରିସରରେ ଅନୁଷ୍ଠିତ କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲ ବୈଠକରେ ବକ୍ତବ୍ୟ ଦେଇଥିଲେ। ବୁଧବାର କଟକ ଜିଲା କଂଗ୍ରେସ ପକ୍ଷରୁ ମେୟରଙ୍କ ଉଦ୍ଦେଶ୍ୟରେ ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣଙ୍କୁ ଏକ କବାଟ ଭେଟି ଦିଆଯାଇଛି। ସେଥିରେ ବେଷ୍ଟ କମ୍ପ୍ଲିମେଣ୍ଟ ଫ୍ରମ୍‌ କଂଗ୍ରେସ ବୋଲି ଲେଖାଯାଇଛି। କଂଗ୍ରେସର ଏଭଳି ନିଆରା ପ୍ରତିବାଦ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏ ସମ୍ପର୍କରେ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ କହିଛନ୍ତି, ମେୟରଙ୍କ ଚ୍ୟାମ୍ବରରେ ବାଥ୍‌ରୁମ କବାଟ ନ ଥିବା ସମ୍ପର୍କରେ ସେ ବୈଠକରେ କହିଥିଲେ। ତେଣୁ ମୁଁ ଦଳୀୟ କର୍ମକର୍ତ୍ତାଙ୍କ ସହ ଆସି ମେୟରଙ୍କ ଉଦ୍ଦେଶ୍ୟରେ କମିଶନରଙ୍କୁ ଏକ ନୂଆ କବାଟ ପ୍ରଦାନ କରିଥିଲି। କାରଣ ମେୟରଙ୍କ ଅଫିସ୍‌ ଚାମ୍ବରକୁ ବହୁ ଝିଅ, ବୋହୂ, କଟକବାସୀ, ପ୍ରତିଷ୍ଠିତ ବ୍ୟକ୍ତି ସମସ୍ୟା ଜଣାଇବାକୁ ଆସୁଥିବେ। ସେମାନେ କ’ଣ ଭାବୁଥିବେ। ଯେମିତି କଟକ ଜାଇକା ଅବସ୍ଥା, ସେମିତି ତାଙ୍କ ଅବସ୍ଥା ହେଉଥିବ। ଯେହେତୁ ମେୟର ୫ ପଇସା ଖର୍ଚ୍ଚ କରିବାର ଶକ୍ତି ନାହିଁ ବୋଲି ବୈଠକରେ କହିଛନ୍ତି, ତେଣୁ କବାଟ ସହ କବାଟ ଲଗାଇବା ପାଇଁ ୫୦୦ ଟଙ୍କା ପ୍ରଦାନ କରିଥିଲି। କମିଶନର କବାଟକୁ ରଖିଥିଲେ ମଧ୍ୟ ଟଙ୍କା ଫେରାଇ ଦେଇଥିଲେ। ସେ ତାଙ୍କ କାର୍ଯ୍ୟାଳୟର ବାଥ୍‌ରୁମରେ ଖଣ୍ଡିଏ କବାଟ ଲଗାଇବାକୁ ସକ୍ଷମ ନାହାନ୍ତି। ବାଥ୍‌ରୁମ କବାଟ ଭଙ୍ଗା ହୋଇପଡିଛି। ତେଣୁ ସିଏମ୍‌ସିର ଅର୍ଥ ବ୍ୟୟ ସମ୍ପର୍କରେ ତାଙ୍କ ଉପରେ କେହି ଅଙ୍ଗୁଳି ଉଠେଇ ପାରିବେ ନାହିଁ। ତେଣୁ କବାଟକୁ କମିଶନରଙ୍କୁ ଦେଇ, ଏହାକୁ ମେୟରଙ୍କ ଅଫିସ୍‌ ଚାମ୍ବରରେ ଭାଙ୍ଗି ଯାଇଥିବା ପାଇଖାନା କବାଟ ସ୍ଥାନରେ ଲଗାଇବାକୁ ଅନୁରୋଧ କରାଯାଇଥିଲା। ଏହି କବାଟ ପ୍ରଦାନବେଳେ ଶିଶିର ରଥ, ମନୋଜ ବିଶ୍ୱାଳ, ବିପ୍ଳବ ଶିଳାଦିତ୍ୟ, ଆକ୍ୟୁବ ଖଁା, ସଚ୍ଚିଦାନନ୍ଦ ରାଉତ, ସଦାଶିବ ବାରିକ, ସତୀଶ ଶେଖର ଓ ଶିବ ଅଗ୍ରୱାଲ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ମେୟର ସିଂ କହିଛନ୍ତି, କଟକରେ କାର୍ଯ୍ୟ କରି ଲୋକଙ୍କ ବିଶ୍ୱାସ ଜିତନ୍ତୁ। କବାଟରେ କ’ଣ ରହିଛି। ମିଳିତ ଭାବେ ସହଯୋଗ କରି କଟକକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ଏସବୁ ଅବାସ୍ତବ ପ୍ରସ୍ତାବ ନେଇ ରାଜନୀତିକରଣ କରି କିଛି ଫାଇଦା ମିଳିବ ନାହିଁ। ରାଜନୀତିରେ ରହିବା ପାଇଁ ବାଟ ଖୋଜୁଛନ୍ତି। କାଲି ଭାଜପା କରୁଥିଲା ଆଜି କଂଗ୍ରେସ କରୁଛି। ମିଥ୍ୟା ଆରୋପ ବକ୍ତବ୍ୟରେ କ’ଣ ଅଛି। ଯେଉଁମାନେ ଏଭଳି ବକ୍ତବ୍ୟ ଦେଉଛନ୍ତି, ସେମାନଙ୍କ କଟକ ପ୍ରତି କ’ଣ ଯୋଗଦାନ ରହିଛି ବୋଲି ମେୟର ପ୍ରଶ୍ନ କରିଛନ୍ତି। କଟକବାସୀଙ୍କ ସେବା କର। ମେୟର କ’ଣ କହିଲେ ସେ ଦିଗରେ ଧ୍ୟାନ ନ ଦେଇ କାର୍ଯ୍ୟ କରନ୍ତୁ। ମେୟର କିପରି କାର୍ଯ୍ୟ କରନ୍ତି ତାହା କଟକବାସୀ ଜାଣିଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri