୧୪୭ କମନ କ୍ୟାଡର ଅଡିଟର ନିଯୁକ୍ତ

ଭୁବନେଶ୍ୱର,୯ା୯(ବ୍ୟୁରୋ): ଆମେ ମନେରଖିବା ଉଚିତ ଯେ ଆମ ଦରମାର ପ୍ରତ୍ୟେକ ମୁଦ୍ରା ଓ ଅନ୍ୟାନ୍ୟ ସୁବିଧା ରାଜ୍ୟର ଲୋକଙ୍କଠାରୁ ଆସୁଛି। ଅତ୍ୟନ୍ତ ସମୟାନୁବର୍ତ୍ତୀ, ଦାୟିତ୍ୱବାନ, କଠିନ ପରିଶ୍ରମ ଓ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ନିଜର ସବୁଠାରୁ ଉତ୍ତମ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନଯୁକ୍ତ କମନ କ୍ୟାଡର ଅଡିଟରଙ୍କୁ ପରାମର୍ଶ ଦେଇଛନ୍ତି। ଗୁରୁବାର ଲୋକସେବା କନ୍‌ଭେନଶନ ହଲ୍‌ରେ ନବନିଯୁକ୍ତ ୧୪୭ ଜଣ କମନ କ୍ୟାଡର ଅଡିଟରଙ୍କୁ ନିଯୁକ୍ତିପତ୍ର ଦେବା ଏବଂ ଓରିଏଣ୍ଟେଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ପାଣ୍ଠିର ଉଚିତ ବିନିଯୋଗକୁ ସୁନିଶ୍ଚିତ କରିବା ନେଇ କାର୍ଯ୍ୟକରିବା ଦରକାର। ୫-ଟି ନୀତି ଅନୁଯାୟୀ ପ୍ରତ୍ୟେକ ସରକାରୀ ସେବାକୁ ଉଚ୍ଚକୋଟୀର କରାଯାଇଛି। ପ୍ରତ୍ୟେକ ସରକାରୀ କର୍ମଚାରୀ ଲୋକମାନଙ୍କ ସେବା ପାଇଁ କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି। ଓଡ଼ିଶା ଦେଶର ଏକ ଦ୍ରୁତ ଅଭିବୃଦ୍ଧି ରାଜ୍ୟ ଭାବେ ଆଗେଇ ଚାଲିଛି। ଆର୍ଥିକ ଅଭିବୃଦ୍ଧି ସହିତ ଓଡ଼ିଶା ସୁଶାସନ ଓ ସର୍ବସାଧାରଣଙ୍କୁ ସେବା ଯୋଗାଇବା ଦିଗରେ ମଧ୍ୟ ଏକ ମଡେଲ ଭାବେ ଉଭା ହୋଇଛି। ଏହି ଅବସରରେ ଯୋଗଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ୫-ଟି ଓ ମୋ ସରକାର ରାଜ୍ୟର ଉତ୍ତମ ପ୍ରଶାସନର ଏକ ସଙ୍କେତ। ରାଜ୍ୟ ସରକାର ଜନସାଧାରଣଙ୍କ କଲ୍ୟାଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଡିଟରମାନେ ଏହି ଅର୍ଥ କିପରି ସୁବିନିଯୋଗ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଆର୍ଥିକ ସୁପରିଚାଳନା ପାଇଁ ଓଡ଼ିଶା ଜଣାଶୁଣା। ଆର୍ଥିକ ନିୟମିତତା ଉପରେ ଅଡିଟରମାନେ ଧ୍ୟାନଦେବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ଅଡିଟରମାନଙ୍କ ସହ ଆଲୋଚନା କରିବା ସହ ସର୍ବସାଧାରଣଙ୍କ ଅର୍ଥ କିପରି ସୁବିନିଯୋଗ ହେଉ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଧାରରେ ସ୍ବଚ୍ଛତା ବଜାୟ ରଖିବା ସହ ସର୍ବସାଧାରଣ ଖର୍ଚ୍ଚକୁ ଉଚିତ ମାର୍ଗରେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ସଚିବ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri