ଦରଦାମ୍‌ ବୃଦ୍ଧି ପାଇଁ କେବଳ କେନ୍ଦ୍ର ନୁହେଁ ରାଜ୍ୟ ବି ଦାୟୀ: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୮।୯ : ଦରଦାମ୍‌ ବୃଦ୍ଧି ସମ୍ପର୍କରେ ତାଙ୍କ ବିବୃତ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି। ଦରଦାମ୍‌ ବଢ଼ିବା ନେଇ ଅର୍ଥମନ୍ତ୍ରୀ ପୁଣି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ହ୍ରାସ କରିବାର ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କ ନୁହେଁ। ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଦରଦାମ୍‌ ବୃଦ୍ଧିର ନିୟନ୍ତ୍ରଣ ପାଇଁ ମିଳିତ ପ୍ରୟାସ ହେବା ଉଚିତ। ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଦାୟିତ୍ୱ। ପେଟ୍ରୋଲ-ଡିଜେଲର ମୂଲ୍ୟ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ ଶୁଳ୍କ ଦୁଇଥର ହ୍ରାସ କରିଛନ୍ତି। ବର୍ତ୍ତମାନ ଏହା ରାଜ୍ୟମାନଙ୍କର ଦାୟିତ୍ୱ। ସେମାନେ ଭାଟ ହ୍ରାସ କରିବା ଆବଶ୍ୟକ। କେତେକ ରାଜ୍ୟରେ ଦରଦାମ୍‌ ବୃଦ୍ଧି ହାର ଜାତୀୟ ସ୍ତରଠାରୁ ମଧ୍ୟ ଅଧିକ ରହିଛି। ଯାହା ଚିନ୍ତାର କାରଣ ପାଲଟିଛି। ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ ହ୍ରାସ ନହେବା କାରଣରୁ ଦରାଦାମ୍‌ ବୃଦ୍ଧି ହାର ଅଧିକ ରହିଛି ।

ଆଇସିଆରଆଇଇଆର ଦ୍ୱାରା ଆୟୋଜିତ ମୁଦ୍ରାସ୍ଫୀତି ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଇସ୍ପାତ ଉପରେ ସରକାର ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି ଯାହା ଦ୍ୱାରା ଘରୋଇ ମୂଲ୍ୟ ଏବଂ ଉତ୍ପାଦକଙ୍କ ସ୍ବାର୍ଥ ମଧ୍ୟରେ ସନ୍ତୁଳନ ରହିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜଗତୀକରଣ ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଉଦ୍ୟମ କରୁଛି।

ବୁଧବାର ମଧ୍ୟ ଅର୍ଥମନ୍ତ୍ରୀ କହିଥିଲେ ଯେ ମୁଦ୍ରାସ୍ଫୀତି ସରକାରଙ୍କ ଆଗରେ ଆଉ ବଡ ଚ୍ୟାଲେଞ୍ଜ ନୁହେଁ। ବରଂ ଅଧିକରୁ ଅଧିକ ଚାକିରି ସୃଷ୍ଟି କରିବା ଏବଂ ଅର୍ଥନୈତିକ ସମାନତାର ଲକ୍ଷ୍ୟ ହାସଲ କରିବା ହେଉଛି ସରକାରଙ୍କ ସବୁଠାରୁ ବଡ ପ୍ରାଥମିକତା। ଗତ କିଛି ମାସ ମଧ୍ୟରେ ସରକାର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସଫଳତା ହାସଲ କରିଥିବା ମଧ୍ୟ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri