ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା, ଉଦ୍ଧାର ପାଇଁ ଗଲେ ଦିଗପହଣ୍ଡି ପୋଲିସ 

ଦିଗପହଣ୍ଡି,୯।୨(ଅଶେଷ ନାଥ ମିଶ୍ର): ଓଡ଼ିଶାର ୩ଶ୍ରମିକଙ୍କୁ ତାମିଲନାଡୁରେ ନିର୍ଯାତନା ଅଭିଯୋଗ । ୩ ଶ୍ରମିକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗାଁ ର ବି.ତବତ ରେଡ୍ଡୀଙ୍କ ପୁଅ ବି. ବୁଡୁ ରେଡ୍ଡୀ(୩୨), ବି.ଗଣେଶ ରେଡ୍ଡୀଙ୍କ ପୁଅ ବି.ପୂର୍ଣ୍ଣ ରେଡ୍ଡୀ(୩୦) ଏବଂ ଏସ.ଦୁର୍ଯ୍ୟୋଧନ ଦୋରାଙ୍କ ପୁଅ ଏସ.ଧୋବା ଦୋରା(୩୧) ।

୩ ଜଣ ଶ୍ରମିକ ଗତ ପ୍ରାୟ ୧୫ ଦିନ ପୂର୍ବେ କାମ ପାଇଁ ଜଣେ ଶ୍ରମିକ ଠିକାଦାରଙ୍କ ସହ ତାମିଲନାଡୁ ଯାଇଥିଲେ । ତିରିପୁର ଜିଲା ପଙ୍ଗୁଲୁ ଗ୍ରାମ ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ ପାଇପ ୱେଲ୍ଡିଂ କାମ ପାଇଁ ଯାଇଥିଲେ । ସେଠାରେ କାମ ନମିଳିବାରୁ ସେମାନେ ଗାଁକୁ ଫେରିବା ପାଇଁ ସେଠାକାର ରେଳ ଷ୍ଟେସନକୁ ଚାଲି ଆସିଥିଲେ । ସେଠାରୁ ଅନ୍ୟଜଣେ ଶ୍ରମିକ ଠିକାଦାର କାମ ଦେବାର ପ୍ରତିଶୃତି ଦେଇ ତାଙ୍କୁ ପୁଣି କମ୍ପାନୀକୁ ଡାକି ନେଇଥିଲେ। ସେଠାରେ କମ୍ପାନୀ ମାଲିକ ସେମାନଙ୍କୁ ଏକ ଘର ଭିତରେ ନଜରବନ୍ଦୀ କରିବା ସହ ସେମାନଙ୍କ ମୋବାଇଲ ଫୋନ୍ ଛଡାଇ ନେଇଥିଲେ । ସେମାନଙ୍କୁ ଦୀର୍ଘ ୩ ଦିନ ହେଲା ଖାଇବାକୁ ନଦେଉଥିବା ବେଳେ ପ୍ରତିଦିନ ସନ୍ଧ୍ୟା ୬ ଟାରେ କମ୍ପାନୀର ଜଣେ କର୍ମଚାରୀ ମୋବାଇଲ ଫୋନ ସେମାନଙ୍କୁ ଦେଉଥିଲେ । ପୁଣି ୫ ମିନଟ ପରେ ଛଡାଇ ନେଉଥିଲେ । ଏପରିକି ପରିବାର ଲୋକଙ୍କ ସଙ୍ଗେ କଥା ହେବାପାଇଁ ମୋବାଇଲ ଫୋନ ଦେଉନଥିଲେ ।

ମଜୁରୀ ମାଗିବାରୁ ସେଠାରେ ସେମାନଙ୍କୁ କମ୍ପାନୀ ମାଲିକଙ୍କ ଇଙ୍ଗିତରେ ଶ୍ରମିକ ଠିକାଦାର ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏସ.ଧୋବା ଦୋରା କୌଶଳକ୍ରମେ ଶୁକ୍ରବାର ଫୋନ ଯୋଗେ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଧୋବାଙ୍କ ବାପା ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ଣ୍ଣଙ୍କ ସ୍ତ୍ରୀ ମୁକ୍ତା ରେଡ୍ଡୀ ଏବଂ ଗଣେଶଙ୍କ ସ୍ତ୍ରୀ ସୁମିତ୍ରା ରେଡ୍ଡୀ  ଶନିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ । ପରେ ବ୍ରହ୍ମପୁର ଯାଇ ଏସ.ପି ଡ଼ା. ଶ୍ରବଣା ବିବେକ ଏମଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ । ଏସ.ପି ତାମିଲନାଡୁ ତିରିପୁର ଏସ.ପିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରି ସହାୟତା ପାଇଁ ଅନୁରୋଧ କରିଥିଲେ ।

ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଅଟକ ଥିବା ୩ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦିଗପହଣ୍ଡି ଥାନା ପ୍ରୋବେସନାରୀ  ଏସ.ଆଇ ମହାପ୍ରସାଦ ମହାନ୍ତି, ଏଏସଆଇ ମନୋଜ ସିଂ ଏବଂ ୨ କନେଷ୍ଟବଳ ସୋମବାର ସକାଳୁ ତାମିଲନାଡୁ ଅଭିମୁଖେ ଯାତ୍ରା କରିଛନ୍ତି । ଏନେଇ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏନେଇ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri