ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛି କାର୍। ଶିଶୁ ଭବନ ଛକ ଓଭରବ୍ରିଜ୍ ଉପରୁ ଏକ କାର୍ ବ୍ରିଜ୍ ତଳ ବସ୍ତି ଉପରକୁ ଖସିପଡ଼ିବା ଘଟଣାର ତଦନ୍ତ କରିବା ପରେ ପୋଲିସ ହାତରେ ଏହି ଲୋମଟାଙ୍କୁରା ରହସ୍ୟ ଧରାପଡ଼ିଛି।

ମୃତକ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପ୍ରଧାନ (ବାବୁନା)। ସେ ପେସାରେ ଜଣେ ଡ୍ରାଇଭର୍ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିବା ଲିଜା ଭୋଇ ନାମକ ଜଣେ ଯୁବତୀଙ୍କ ସହ ସତ୍ୟବ୍ରତଙ୍କ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଦିନେଶ କାଣ୍ଡି ନାମକ ଅନ୍ୟ ଜଣେ ଯୁବକ ସହ ମଧ୍ୟ ଲିଜାଙ୍କର ସମ୍ପର୍କ ଥିବା ଜଣାପଡ଼ିଛି।

ରବିବାର ରାତିରେ ସତ୍ୟବ୍ରତ ଓ ଲିଜା ‘ଚକୋଲେଟ୍ ଡେ’ ପାଳନ କରିଥିଲେ। ଏହା ପରେ ଲିଜାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ବଢ଼ିଥିଲା। ଏହି ସମୟରେ ଅନ୍ୟତମ ପ୍ରେମିକ ଦିନେଶ ସେଠାରେ ପହଞ୍ଚି ଏକ ଛୁରୀରେ ସତ୍ୟବ୍ରତଙ୍କ ବେକ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ସତ୍ୟବ୍ରତଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସତ୍ୟବ୍ରତଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରୁ କାର୍ ଗାୟବ କରିବା ପାଇଁ ଯୋଜନା ହୋଇଥିଲା। କାର୍ ମାଲିକାଣୀ ଅନ୍ୟ ଜଣେ ଡ୍ରାଇଭର ସହାୟତାରେ ଗାଡ଼ିଟିକୁ ନେଇ ଯାଉଥିବା ବେଳେ ଭୋର୍ ପ୍ରାୟ ୫ଟା ୪୦ରେ ଶିଶୁ ଭବନ ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଥିବା କାର୍‌ଟି ବ୍ରିଜ୍ ବାଡ଼ ଭାଙ୍ଗି ତଳେ ଥିବା ବସ୍ତି ଘର ଉପରେ ପଡ଼ିଥିଲା। ସୌଭାଗ୍ୟବଶତଃ ଏଥିରେ କାହାର ପ୍ରାଣହାନି ହୋଇନାହିଁ।

ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଲିଜା ଭୋଇ ଏବଂ ଦିନେଶ କାଣ୍ଡିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ କାର୍ ମାଲିକାଣୀଙ୍କ ଭୂମିକାକୁ ନେଇ ମଧ୍ୟ ଛାନଭିନ୍ ଜାରି ରହିଛି। ପ୍ରମାଣ ନଷ୍ଟ କରିବା ପାଇଁ କାର୍‌ଟିକୁ ଘଟଣାସ୍ଥଳରୁ ହଟାଯାଉଥିଲା କି ନାହିଁ, ସେ ଦିଗରେ ତିନୋଟି ଟିମ୍ ଗଠନ କରି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri