ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ…
* ହାର୍ଟ ଶେପ୍‌ର ଚକୋଲେଟ୍‌ ବକ୍ସ ଭାଲେଣ୍ଟାଇନ୍ସ ଡେ’ରେ ସାଥୀକୁ ଦେବା ପାଇଁ ସବୁଠୁ ଶୁଭ ଓ ଲୋକପ୍ରିୟ ଉପହାର ହୋଇଥାଏ।
* ନାଲି ଗୋଲାପ ଅତୁଟ ପ୍ରେମର ପ୍ରତୀକ ହୋଇଥିବା ବେଳେ ହ୍ବାଇଟ୍‌ ଲିଲି ପବିତ୍ରତା ଓ ନିଚ୍ଛକ ପ୍ରେମର ପ୍ରତୀକ ହୋଇଥାଏ। ତେଣୁ ଏହି ଦୁଇ ପ୍ରକାରର ଫୁଲ ସାଥୀକୁ ଉପହାର ସ୍ବରୂପ ଦେଇ ସମ୍ପର୍କକୁ ଆହୁରି ନିବିଡ଼ କରିପାରିବେ।
* ରୁପାର ସମ୍ପର୍କ ଚନ୍ଦ୍ରମା ସହିତ ରହୁଥିବାରୁ ଏହା ଜୀବନରେ ଶୀତଳତା ଓ ପ୍ରେମକୁ ବଢ଼ାଇଥାଏ। ଭାଲେଣ୍ଟାଇନ୍ସ ଡେ’ରେ ସାଥୀକୁ ରୁପାର ପେଣ୍ଡେଣ୍ଟ, ରୂପାର କଡ଼ା ଅଥବା କଏନ୍‌ ଉପହାରରେ ଦେଇ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିପାରିବେ।
* ନାଲି ରଙ୍ଗକୁ ଊର୍ଜା, ପ୍ରେମ ଓ ସୌଭାଗ୍ୟର ପ୍ରତୀକ କୁହାଯାଏ। ଭାଲେଣ୍ଟାଇନ୍ସ ଡେ’ରେ ସାଥୀକୁ ନାଲି ରଙ୍ଗର ବସ୍ତ୍ର ହେଉକି ଶାଲ୍‌ ଅଥବା ଦୁପଟ୍ଟା ଗିଫ୍ଟ କରି ପ୍ରେମକୁ ଆହୁରି ମଜଭୁତ କରିପାରିବେ।
* ସୁଗନ୍ଧିତ ଜିନିଷ ଘରେ ସକାରାତ୍ମକ ଊର୍ଜାକୁ ଆକର୍ଷିତ କରେ। ଗୋଲାପ ହେଉକି ଲାଭେଣ୍ଡର ଅଥବା ଚନ୍ଦନ ବାସ୍ନାଯୁକ୍ତ ମହମବତି ଅବା ଅଗରବତିକୁ ଏହି ଦିନେ ସାଥୀକୁ ଉପହାର ଦିଆଯାଇପାରେ।
* ରାଧା-କୃଷ୍ଣଙ୍କର ଯୁଗଳ ମୂର୍ତ୍ତି ହେଉ କି ସ୍ଫଟିକ୍‌ କଇଁଛ ଅବା ଲଡୁ ଗୋପାଳଙ୍କ ମୂର୍ତ୍ତିକୁ ବି ଏହି ଦିନେ ଉପହାରରେ ଦେବା ଶୁଭ।
* ତୁଳସୀ ଗଛକୁ ପବିତ୍ର ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଭାଲେଣ୍ଟାଇନ୍ସ ଡେ’ରେ ସାଥୀକୁ ପବିତ୍ର ମନରେ ତୁଳସୀ ଗଛଟିଏ ଉପହାର ଦେଲେ ସମ୍ପର୍କ ସ୍ଥାୟିତ୍ୱ ହୁଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନିଆ ଅସ୍ତ୍ରବିରତି ପାଇଁ ରୁଷିଆ, ୟୁକ୍ରେନ୍‌ ରାଜି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୦ା୫(ପି.ଟି.):ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ୩ ଦିନ ଅସ୍ତ୍ରବିରତି ଏବଂ ବନ୍ଦୀ ବିନିମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍‌…

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri