ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ ଅଧିକ ବଢ଼ୁଛି ଭୂତଳ ଜଳ ଉପରେ ନିର୍ଭରଶୀଳତା। ତେବେ ଏହା ମଧ୍ୟ ପ୍ରଦୂଷଣମୁକ୍ତ ନୁହେଁ। ଅନେକ ସ୍ଥାନରେ ଏହାର ପାନୀୟ ତଥା ସେଚନ ଉପଯୋଗିତା ନ ଥିବା ଜଣାପଡ଼ିଲାଣି। ଏଥିରେ ଥିବା ବିଭିନ୍ନ ବିବିଧ ପ୍ରଦୂଷକମାନଙ୍କ ମଧ୍ୟରେ ମାରାତ୍ମକ ହେଲେ ଆର୍ସେନିକ, ଫ୍ଲୋରାଇଡ୍‌ ଏବଂ ସୀସା, ପାରଦ, କାଡମିୟମ ଆଦି ବିବିଧ ଭାରିଧାତୁ। ଏଗୁଡିକ ନାନାରୂପେ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛନ୍ତି। ଫଳରେ ସୃଷ୍ଟି ହେଉଛି ବିବିଧ ସ୍ବାସ୍ଥ୍ୟ ସମସ୍ୟା। ଏବେ ଏଥିରେ ୟୁରାନିୟମର ମଧ୍ୟ ସନ୍ଧାନ ମିଳିଲାଣି। ଆମ ଦେଶର ୧୨ଟି ରାଜ୍ୟର ଭୂତଳ ଜଳ ଏହାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେବାର ଜଣାପଡ଼ିଛି।
ଏଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ପଞ୍ଜାବ। ସେଠାରେ ପ୍ରତି ୧୦ଟି କୂପର ଜଳ ମଧ୍ୟରୁ ତିନୋଟିରେ ଏହାର ଘନତ୍ୱ ଭାରତୀୟ ମାନକ ବ୍ୟୁରୋ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ନିର୍ଦ୍ଧାରିତ ନିରାପଦ ମାତ୍ରା ‘ପ୍ରତି ବିଲିୟନ ଭାଗରେ ୩୦ ଭାଗ’ରୁ ଅଧିକ ହେବାର ଦେଖାଯାଇଛି। ହାରାହାରି ଭାବେ ଏହା ତା’ର ୧୭.୭ ଗୁଣ ଏବଂ କେତେକ ସ୍ଥାନରେ ଅତ୍ୟଧିକ ଅର୍ଥାତ୍‌ ପ୍ରତି ବିଲିୟନ ଭାଗରେ ୫୩୨ ଭାଗରେ ପହଞ୍ଚତ୍ଛି।
ପ୍ରାୟ ୨୯ ପ୍ରତିଶତ ଭୂତଳ ଜଳରେ ଅଧିକ ୟୁରାନିୟମ୍‌ ଥିବା ପଞ୍ଜାବକୁ ବାଦ୍‌ ଦେଲେ ଯେଉଁ ରାଜ୍ୟଗୁଡିକ ଏହାଦ୍ୱାରା ବିଶେଷଭାବରେ ପ୍ରଭାବିତ ସେଗୁଡିକ ହେଲେ ହରିୟାଣା (୧୪.୪ ପ୍ରତିଶତ), ଉତ୍ତର ପ୍ରଦେଶ (୯.୨ ପ୍ରତିଶତ), ରାଜସ୍ଥାନ (୮.୬ ପ୍ରତିଶତ), ଦିଲ୍ଲୀ (୩.୯ ପ୍ରତିଶତ), ଓଡ଼ିଶା (୦.୬୯ ପ୍ରତିଶତ), ତେଲଙ୍ଗାନା (୧.୪୩ ପ୍ରତିଶତ), ଛତିଶଗଡ଼ (୦.୧୨ ପ୍ରତିଶତ), ତାମିଲନାଡୁ (୩.୪ ପ୍ରତିଶତ) ଏବଂ ମଧ୍ୟପ୍ରଦେଶ (୧.୩ ପ୍ରତିଶତ)। ଏଗୁଡିକ ବ୍ୟତୀତ ୨୦୧୯ ମସିହାରେ ଅନୁଷ୍ଠିତ ସର୍ବେକ୍ଷଣ ଅନୁସାରେ ଭୂତଳ ଜଳରେ ମାତ୍ରାଧିକ ୟୁରାନିୟମ ଥିବା ଅନ୍ୟ ରାଜ୍ୟଗୁଡିକ ହେଲା-ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଗୋଆ, ବିହାର, କର୍ନାଟକ, ପଶ୍ଚିମବଙ୍ଗ (ଗ୍ରାଉଣ୍ଡ ଓ୍ବାଟର ଇୟର ବୁକ୍‌ ୨୦୨୧-୨୦୨୨ ଅନୁସାରେ)।
ଏହି ତେଜଷ୍କ୍ରିୟ ଧାତୁଟି ଏକ ବୃକ୍‌ବିଷ। ଅତଏବ ଏହାଦ୍ୱାରା ସଂକ୍ରମିତ ଜଳ ପାନ କରୁଥିବା ଲୋକଙ୍କର ବୃକ୍‌କ ବା କିଡ୍‌ନୀ ଠିକ୍‌ ଭାବରେ କାମ କରେ ନାହିଁ ଏବଂ ତାହା ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ପୁନଶ୍ଚ ୟୁରାନିୟମ ପ୍ରତି ଉନ୍ମୁକ୍ତ ରହିବା ଅସ୍ଥି କ୍ଷୟ, କିଡ୍‌ନୀ ଏବଂ ପରିସ୍ରା ନଳୀରେ କ୍ୟାନ୍‌ସରର କାରଣ ମଧ୍ୟ ହୋଇପାରେ। ଶିଶୁ, ବୃଦ୍ଧ ଓ ପୂର୍ବରୁ କୌଣସି କିଡ୍‌ନୀ ରୋଗରେ ପୀଡ଼ିତ ଥିବା ଲୋକ ଏହାଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। ୟୁରାନିୟମ ଏକ ତେଜଷ୍କ୍ରିୟ ପଦାର୍ଥ ହୋଇଥିଲେ ହେଁ ପାନୀୟ ଜଳରେ ତାହା ରାସାୟନିକ ବିଷ ରୂପେ କାର୍ଯ୍ୟ କରେ।
ଭୂତଳ ଜଳକୁ ୟୁରାନିୟମ ଆସିଥାଏ ମୁଖ୍ୟତଃ ଭୂଜନିତ ପ୍ରକ୍ରିୟା ମାଧ୍ୟମରେ। ତେବେ ତାହାର ଅତ୍ୟଧିକ ଉତ୍ତୋଳନକୁ ମଧ୍ୟ ଅନ୍ୟ ଏକ କାରଣ ରୂପେ ଗ୍ରହଣ କରାଯାଏ। ଡ୍ୟୁକ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତରେ ଭୂତଳ ଜଳାଧାର ତହିଁରେ ମିଶିବା ଲାଗି ଅଧିକ ମାତ୍ରାରେ ଦାୟୀ। ପୁନଶ୍ଚ ଏହାର ଘନତ୍ୱ ଅତ୍ୟଧିକ ଥିବା ସ୍ଥାନଗୁଡିକରେ ‘ବାଇକାର୍ବୋନେଟ୍‌’ର ମାତ୍ରା ମଧ୍ୟ ଖୁବ୍‌ ବେଶି। ଉକ୍ତ ରସାୟନଟି ଶିଳା ଉତ୍ସରୁ ୟୁରାନିୟମ ନିର୍ଗତ କରାଏ ବୋଲି ମତ ଦିଅନ୍ତି ଉକ୍ତ ଗବେଷକ ଦଳର ମୁଖ୍ୟ ରାଚେଲ କୋୟଟେ। ସେ ମଧ୍ୟ ସତର୍କ କରାନ୍ତି ଯେ, ଏହା ପଛରେ କେତେକ ମାନବକୃତ କାରଣ ମଧ୍ୟ ରହିଥାଇପାରେ। ଉଦାହରଣସ୍ବରୂପ, ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ, ଏହାର ସ୍ତର ହ୍ରାସ କ୍ଷେତ୍ରରେ ରାସାୟନିକ ସାରର ବହୁଳ ବ୍ୟବହାର ଏବଂ ନାଇଟ୍ରେଟ୍‌ ପ୍ରଦୂଷଣ ଏହି ସମସ୍ୟାକୁ ବୃଦ୍ଧି କରାଇଥାଏ। ଦେଶର ପ୍ରାୟ ସମସ୍ତ ଭୂତଳ ଜଳାଧାରଗୁଡ଼ିକୁ ଅତ୍ୟଧିକ ଜଳ ବ୍ୟବହାର ଏବଂ ତାହାଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ଭାବା ଆଣବିକ କେନ୍ଦ୍ର ଏବଂ ହୋମିଭାବା ଜାତୀୟ ପ୍ରତିଷ୍ଠାନ ଦ୍ୱାରା ୨୦୨୧ ମସିହାରେ ନିଶ୍ଚିତ କରାଯାଇଥିଲା। ତହିଁରେ ଆର୍ସେନିକ, ଫ୍ଲୋରାଇଡ୍‌ ଏବଂ ୟୁରାନିୟମର ମାତ୍ରା ବୃଦ୍ଧି ହେବାର ଅନ୍ୟତମ ମୁଖ୍ୟ କାରଣ।
ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଗବେଷଣା ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ନିବନ୍ଧ ଅନୁସାରେ ବିହାରର ୬ଟି ଜିଲାରେ ମା’ କ୍ଷୀରରେ ୟୁରାନିୟମର ସନ୍ଧାନ ମିଳିଛି। ଅବଶ୍ୟ ଏହା ତୁଳନାତ୍ମକ ଭାବରେ କମ୍‌। ତେବେ ଶିଶୁ ତାହା ଦୀର୍ଘଦିନ ଧରି ପାନ କରିବା ଦ୍ୱାରା ବିବିଧ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ ବୋଲି ମନେ କରାଯାଉଛି। ସମ୍ଭବତଃ ମା’ର ଶରୀରରେ ଏହି ମୌଳିକ ପଦାର୍ଥଟି ପାନୀୟ ଜଳ ମାଧ୍ୟମରେ ହିଁ ଆସୁଛି। ଏପରି ସ୍ଥଳେ କ୍ଷେତରେ ସେଚିତ ଜଳରୁ ଏହା ଶସ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।
ସାଧାରଣ ଭାବେ ଭୂତଳଜଳକୁ ୟୁରାନିୟମୁକ୍ତ କରିବା ଲାଗି ଏବେ କୌଣସି ବ୍ୟବସ୍ଥା ନାହିଁ। ତେବେ ପାନୀୟ ଜଳକୁ ବିଶୋଧନ ଲାଗି ଭାବା ପରମାଣୁ ଗବେଷଣା କେନ୍ଦ୍ର ଏବଂ ମିଶ୍ର ବସ୍ତୁ ପରଦା ପଦ୍ଧତି ବା ‘ହାଇବ୍ରିଡ ମେମ୍ବ୍ରେନ୍‌ ଟେକନିକ’ର ବିକାଶ ଘଟାଉଛି। ପୁନଶ୍ଚ ଓଲଟା ପରାସରଣ ବା ‘ରିଭର୍ସ ଅସମୋସିସ୍‌’ ପ୍ରକ୍ରିୟାରେ ଜଳକୁ ତହିଁରୁ ବିମୁକ୍ତ କରି ପାନୀୟ ରୂପେ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ପୋକ୍ସୋ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୩୦।୬: ଗଜପତି ଜିଲ୍ଲାର ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri