Posted inଖେଳ

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ପାକିସ୍ତାନ ICC ସମ୍ମୁଖରେ ଚାରୋଟି ପ୍ରମୁଖ ଦାବି ରଖିଥିଲା। ICC PCBର ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି।
ICC ପ୍ରତିନିଧିମାନେ ବିବାଦର ଆଲୋଚନା ପାଇଁ ପାକିସ୍ତାନରେ ପହଞ୍ଚିଥିଲେ। ମୋହସିନ ନକଭିଙ୍କ ନେତୃତ୍ୱରେ PCB ଭାରତ ସହିତ ଦ୍ୱିପାକ୍ଷିକ ସିରିଜ ପୁନରାରମ୍ଭ କରିବା ସମେତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସମ୍ମୁଖରେ ଚାରୋଟି ଦାବି ରଖିଥିଲା। ରିପୋର୍ଟ ହୋଇଛି ଯେ, ICC ପ୍ରତିନିଧିମଣ୍ଡଳ ଚାରୋଟି ଦାବି ମଧ୍ୟରୁ ଗୋଟିଏକୁ ଗ୍ରହଣ କରିଛି, କିନ୍ତୁ ବାକି ତିନୋଟିକୁ ପ୍ରତ୍ୟାଖ୍ୟାନ କରିଛି।
ପ୍ରଥମ ଦାବି – PCBର ପ୍ରାଥମିକ ଦାବି ଥିଲା ଯେ, ଭାରତ ସହିତ ପାକିସ୍ତାନ ଦଳର ଦ୍ୱିପାକ୍ଷିକ ସିରିଜ ପୁନଃଆରମ୍ଭ କରାଯାଉ। ପାକିସ୍ତାନ ଏକ ନିରପେକ୍ଷ ସ୍ଥାନରେ ଭାରତ-ପାକିସ୍ତାନ ସିରିଜ ଆୟୋଜନ ପାଇଁ ସମର୍ଥନ କରିଥିଲା। ୨୦୧୨ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ହୋଇନାହିଁ।

ଦ୍ୱିତୀୟ ଦାବି: ପାକିସ୍ତାନ ଦାବି କରିଥିଲା ଯେ, ICC ରାଜସ୍ବର ଏହାର ଅଂଶ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହିତ ସମାନ କରାଯାଉ। ରିପୋର୍ଟ ଅନୁଯାୟୀ, PCB ବର୍ତ୍ତମାନ ICC ରାଜସ୍ବର ପ୍ରାୟ ୫.୭୫ ପ୍ରତିଶତ ଯୋଗାଏ।

ତୃତୀୟ ଦାବି: BCCI ପାକିସ୍ତାନ ଦଳ ସହିତ ହାତ ନ ମିଳାଇବା ନୀତି ବନ୍ଦ କରିବା ଉଚିତ। ଭାରତୀୟ ଦଳ ୨୦୨୫ ଏସିଆ କପ ପରଠାରୁ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଉ ନାହିଁ। ମହିଳା ଦଳ ମଧ୍ୟ ଏହାକୁ ଅନୁସରଣ କରିଥିଲା।

ଚତୁର୍ଥ ଦାବି: ପାକିସ୍ତାନ ପୁଣି ଥରେ ବାଂଲାଦେଶକୁ ସମର୍ଥନ କରିଥିଲା। ଏହା ICC ପ୍ରତିନିଧିମଣ୍ଡଳୀ ସମ୍ମୁଖରେ ଦାବି କରିଥିଲା ଯେ, T20 ବିଶ୍ୱକପରୁ ବାଦ ପଡ଼ିବା ପାଇଁ ବାଂଲାଦେଶକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ।

ICC ଏବଂ BCCI ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ପ୍ରତିଶ୍ରୁତି ସତ୍ତ୍ୱେ, ବାଂଲାଦେଶ ୨୦୨୬ T20 ବିଶ୍ୱକପ ପାଇଁ ଭାରତ ଯାତ୍ରା କରିବାକୁ ମନା କରିଥିଲା। ଫଳସ୍ବରୂପ, ICC ବାଂଲାଦେଶକୁ T20 ବିଶ୍ୱକପରୁ ବହିଷ୍କାର କରିଥିଲା ଏବଂ ସ୍କଟଲାଣ୍ଡକୁ ତା’ ସ୍ଥାନରେ ରଖିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ରୋହିତ-ଇଶାନଙ୍କ ଭୁଲ ଭାରତକୁ ପଡ଼ିଲା ମହଙ୍ଗା, ବଡ଼ ଫାଇଦା ଉଠାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର…

ଚାଇନାରେ ପଦାର୍ପଣ କଲା କ୍ରିକେଟ୍‌: WCC ଲିଗ୍‌ର ଶୁଭାରମ୍ଭ, ଆସନ୍ତା ବର୍ଷ…

ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍‌ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui…

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ସାମ୍ନାକୁ ଆସିଲା Nvidia ସିଇଓ ଜେନସେନ ହୁଆଙ୍ଗଙ୍କ ତୃତୀୟ ପ୍ରେମ ସମ୍ପର୍କ; ଆଲିସ-କିମ୍ବର୍ଲିଙ୍କ ବ୍ୟତୀତ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ…

ବେଜିଂ,୧୩।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ପ୍ରକାଶିତ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ,…

ଉଇକେଟ୍‌ ନେବା ପରେ ରାଗିକି ପଞ୍ଚମ ହୋଇଗଲେ ଗୁରନୁର, ଦୌଡ଼ିଯାଇ କୋହଲି…ଦେଖନ୍ତୁ VIDEO

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ମଇଦାନରେ ଦେଖିବାକୁ ମିଳିଥିଲା ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ। ନ୍ୟୁଜିଲାଣ୍ଡର ଓପନର୍‌ ଟିମ ସିଫର୍ଟଙ୍କୁ ଆଉଟ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?