Posted inଜାତୀୟ

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ ସାମର୍ଥ୍ୟର ପ୍ରଦର୍ଶନ କରିଛି। ଏହା କକ୍ଷପଥରେ ଅନ୍ୟ ସାଟେଲାଇଟ୍‌ରେ ଥିବା ବସ୍ତୁର ଫଟୋ ହାସଲ କରିବାର ନୂଆ ସ୍ବଦେଶୀ କ୍ଷମତା ହାସଲ କରିଛି। ଭାରତର ଏକ ଘରୋଇ ସେକ୍ଟର ପାଇଁ ଏହା ପ୍ରଥମ ହୋଇଥିବାବେଳେ ଭାରତୀୟ ମହାକାଶ ସ୍ଥିତି ସଚେତନତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହାକୁ କକ୍ଷପଥ ଗୁପ୍ତଚରଗିରି କୁହାଯାଏ।
୮୦ କିଲୋଗ୍ରାମ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଏଏଫ୍‌ଆର୍‌ ବ୍ୟବହାର କରି ଆଜିସ୍ତା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ର ଫଟୋକୁ ସଫଳତାର ସହ ଧରିପାରିଛି। ଫେବୃଆରୀ ୩ରେ ଏହା ଉପରେ ୨ ଥର ଯୋଜନାବଦ୍ଧ ପରୀକ୍ଷା କରାଯାଇଥିଲା। ନିମ୍ନ ଆର୍ଥ ଅର୍ବିଟ୍‌ରୁ ଆଇଏସ୍‌ଏସ୍‌ ଅନ୍ୟତମ ଅଧିକ ଦୃଶ୍ୟମାନ ଏବଂ ସହଯୋଗୀ ଟାର୍ଗେଟ ହୋଇଥିବାବେଳେ ଉକ୍ତ ସଫଳତା ଭାରତର ଘରୋଇ ସେକ୍ଟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ବୋଲି କୁହାଯାଉଛି। ଦିଗ୍‌ବଳୟ ନିକଟ ଏବଂ ସୂର୍ଯ୍ୟାଲୋକ ସ୍ଥିତିରେ ଆଜିସ୍ତା ୨ଟି ଫଟୋ ଉଠାଇବା ଉଦ୍ୟମ କରିଥିଲା। ପ୍ରଥମଟି ପ୍ରାୟ ୩୦୦ କିଲୋମିଟର ଦୂରରେ ହୋଇଥିବାବେଳେ ଦ୍ୱିତୀୟଟି ୨୪୫ କି.ମି. ଦୂରରେ ହୋଇଥିଲା। ଏଏଫ୍‌ଆର୍‌ ସାଟେଲାଇଟ୍‌ର ସେନ୍‌ସର ଉଭୟ ଉଦ୍ୟମରେ ଦ୍ରୁତ ଗତିଶୀଳ ଆଇଏସ୍‌ଏସ୍‌କୁ ଠିକ୍‌ ଭାବେ ଟ୍ରାକ୍‌ କରିଥିଲା ଓ ୨.୨ ମିଟର ଚିତ୍ର ନମୁନାର ମୋଟ ୧୫ଟି ପୃଥକ୍‌ ଫଟୋ ନେଇଥିଲା। ଉଭୟ ଉଦ୍ୟମ ୧୦୦ ପ୍ରତିଶତ ସଫଳ ହେବା ସହ ଏହାର ଟ୍ରାକିଂ ଆଲେଗୋରିଦିମ୍‌ ଏବଂ ଇଲେକ୍ଟ୍ୟୋ-ଅପ୍ଟିକାଲ ଇମେଜିଂ ପ୍ରିସିସନ୍‌କୁ ସ୍ପଷ୍ଟ କରୁଥିବା କମ୍ପାନୀ ଦାବି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri