Posted inଖେଳ

ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଲା ଭାରତ: କଲା ବଡ଼ କାରନାମା

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଭାରତ ଆମେରିକା ବିପକ୍ଷରେ ୨୯ ରନ୍‌ରେ ବିଜୟୀ ହୋଇ ଅନେକ ରେକର୍ଡ ସ୍ଥାପନ କରିଥିଲା। ICC ବିଶ୍ୱକପ୍‌ରେ ୧୦୦ ବିଜୟ ହାସଲ କରିବାରେ ଭାରତ ଦ୍ୱିତୀୟ ଦେଶ ହୋଇଥିଲା। ସାମଗ୍ରିକ ICC ଟୁର୍ନାମେଣ୍ଟ ଦୃଷ୍ଟିରୁ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଥିଲା। ଦିନିକିଆ ବିଶ୍ୱକପ, ଟି୨୦ ବିଶ୍ୱକପ, ଚାମ୍ପିଅନ୍ସ ଟ୍ରଫି ଏବଂ WTC ଫାଇନାଲ ସମେତ, ଟିମ ଇଣ୍ଡିଆ ICC ଟୁର୍ନାମେଣ୍ଟରେ ସର୍ବାଧିକ ବିଜୟୀ ଦଳ ହୋଇଛି। ଏହି କ୍ଷେତ୍ରରେ ଭାରତ ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଛି।

ଅଷ୍ଟ୍ରେଲିଆ କ୍ରିକେଟ ଇତିହାସରେ ସର୍ବାଧିକ ୧୦ ICC ଟ୍ରଫି ଜିତିବାର ବିଶ୍ୱ ରେକର୍ଡ ରଖିଛି। ସେମାନେ ୬ଟି ଦିନିକିଆ ବିଶ୍ୱକପ, ଗୋଟିଏ T20 ବିଶ୍ୱକପ, ଦୁଇଟି ଚାମ୍ପିୟନ୍ସ ଟ୍ରଫି ଏବଂ ଗୋଟିଏ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ଜିତିଛନ୍ତି। ICC ଟୁର୍ନାମେଣ୍ଟରେ ମୋଟ ୧୨୨ ମ୍ୟାଚ ଜିତି ସେମାନେ ଏହି ୧୦ ଟ୍ରଫି ଜିତିଛନ୍ତି। ୭ଟି ICC ଟ୍ରଫି ଜିତିସାରିଥିବା ଟିମ ଇଣ୍ଡିଆ ଏବେ ୧୨୩ଟି ସହିତ ICC ଟୁର୍ନାମେଣ୍ଟରେ ସର୍ବାଧିକ ବିଜୟୀ ଦଳ ପାଲଟିଛି। ଭାରତ ୨ଟି ଦିନିକିଆ ବିଶ୍ୱକପ, ୨ଟି T20 ବିଶ୍ୱକପ ଏବଂ ୩ଟି ଚାମ୍ପିୟନ୍ସ ଟ୍ରଫି ଜିତିଛି।

ICC ଟୁର୍ନାମେଣ୍ଟରେ ସର୍ବାଧିକ ବିଜୟୀ ଦଳଗୁଡ଼ିକ
(ଦିନିକିଆ ବିଶ୍ୱକପ୍‌ + ଚାମ୍ପିୟନ୍ସ ଟ୍ରଫି + T20 ବିଶ୍ୱକପ + WTC ଫାଇନାଲ)
ଭାରତ – ୧୨୩ ବିଜୟ
ଅଷ୍ଟ୍ରେଲିଆ – ୧୨୨ ବିଜୟ
ନ୍ୟୁଜିଲାଣ୍ଡ – ୧୦୧ ବିଜୟ
ଇଂଲଣ୍ଡ – ୯୫ ବିଜୟ
ଦକ୍ଷିଣ ଆଫ୍ରିକା – ୯୨ ବିଜୟ
ପାକିସ୍ତାନ – ୯୧ ବିଜୟ
ଶ୍ରୀଲଙ୍କା – ୮୭ ବିଜୟ
ୱେଷ୍ଟଇଣ୍ଡିଜ – ୮୨ ବିଜୟ
ବାଂଲାଦେଶ – ୩୦ ବିଜୟ
ଜିମ୍ବାୱେ – ୧୯ ବିଜୟ
ଆଫଗାନିସ୍ତାନ – ୧୮ ବିଜୟ

ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ୨୦୨୬ ଟି୨୦ ବିଶ୍ୱକପରେ ଫେବୃଆରୀ ୧୨ରେ ନାମ୍ବିବ୍ୟା ବିପକ୍ଷରେ ହେବ। ଏହି ଟୁର୍ନାମେଣ୍ଟର ସବୁଠାରୁ ହାଇ-ଭୋଲଟେଜ ମ୍ୟାଚ, ଭାରତ ବନାମ ପାକିସ୍ତାନ, ଫେବୃଆରୀ ୧୫ରେ ଖେଳାଯିବ। ଏହି ମ୍ୟାଚ ଉପରେ ଏବେ ବି ସସ୍‌ପେନ୍ସ ରହିଛି, କାରଣ ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ଆନୁଷ୍ଠାନିକ ଭାବରେ ଆଇସିସି ନିକଟରେ ଦାଖଲ କରିନାହିଁ। ତେଣୁ ଆଗାମୀ ଦିନରେ ପାକିସ୍ତାନ ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?