ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଦୁଇ ଅଭିଯୁକ୍ତ ନୀତେଶ ନାୟକ ଓ ସୁଶୀଲ ନାୟକ ହୋଇଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡା ଏସ୍‌ଡିପିଓ ଶୁଭମ ଭୋସଲେ। ରବିବାର ନାବାଳିକା ଜଣକ ଗାଁ ନାଳକୁ ଏକୁଟିଆ ଗାଧୋଇବାକୁ ଯାଉଥିବା ସମୟରେ ଘଟିଥିଲା ଏପରି ଲୋମହର୍ଷଣକାରୀ ଘଟଣା। ଗିରଫ ଦୁଇ ଅଭିଯୁକ୍ତ ନୀତେଶ ଓ ସୁଶୀଲ ନାବାଳିକାଙ୍କୁ ଅପହରଣ କରି ଜଙ୍ଗଲକୁ ଟେକି ନେଇଥିଲେ। ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ନାବାଳିକାଙ୍କୁ ବାଧ୍ୟ କରିଥିଲେ ଦୁଇ ଅଭିଯୁକ୍ତ। ଏଥିରେ ନାବାଳିକା ଜଣକ ରାଜି ନ ହେବାରୁ ହାତଗୋଡ଼ ବାନ୍ଧି ପାଟିରେ କପଡ଼ା ରଖିଥିଲେ ଦୁଇ ଅଭିଯୁକ୍ତ। ନାବାଳିକାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଅସଦାଚରଣ କରି ନୃଶଂସ କାଣ୍ଡ ଭିଆଇଥିଲେ ଦୁଇ ଅଭିଯୁକ୍ତ। ନାବାଳିକାଙ୍କ ପୋଷାକ ଚିରି ନାବାଳିକାଙ୍କ ଭିଡିଓ ମଧ୍ୟ ଉତ୍ତୋଳନ କରିବା ସହ ଭାଇରାଲ କରିବାକୁ ଦୁଇ ଅଭିଯୁକ୍ତ ଦେଇଥିଲେ ଧମକ। ପରେ ନାବାଳିକାଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ ୨ କାମାନ୍ଧ ଯୁବକ ନୀତେଶ ଓ ସୁଶୀଲ। ତେବେ ଜଙ୍ଗଲ ମଧ୍ୟରେ ରାତି କାଟି ବହୁ କଷ୍ଟରେ ସୋମବାର କୌଣସି ମତେ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ ପୀଡ଼ିତା ନାବାଳିକା। ପରିବାର ପକ୍ଷରୁ
ଏ ନେଇ ବେଲଘର ଥାନାରେ ଅଭିଯୋଗ ପରେ ୧୦/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତର ମଇନା କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏବେ ବି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସ୍‌ଡିପିଓ ଶୁଭମ ଭୋସଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ଏକ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri