କେସିଙ୍ଗା ଗସ୍ତରେ ପ୍ରଭାତୀ ପରିଡ଼ା, ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି କହି….

କେସିଙ୍ଗା,୯।୨(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ପହଞ୍ଚିଥିଲେ । ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗୃପ ଦ୍ୱାରା ଭବ୍ୟ ସ୍ୱାଗତ କରିଥିଲେ। ପ୍ରଥମେ ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟା ପୀଠକୁ ପରିଦର୍ଶନ କରିଥିଲେ । ପରେ କେସିଙ୍ଗା ଜଗନ୍ନାଥ ମନ୍ଦିରକୁ ପରିଦର୍ଶନ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଋଷି ସାହ ମୁଖ୍ୟମନ୍ତ୍ରୀ ସଭାଗୃହ ରେସିଟିଜେନ ଫୋରମ କେସିଙ୍ଗା ତରଫରୁ ଆୟୋଜିତ ବାର୍ଷିକ ଦିବସ ୨୦୨୬ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।

ଉପମୁଖ୍ୟମନ୍ତ୍ରୀ କହିଥିଲେ, କଳାହାଣ୍ଡି ଜିଲାରେ ମୋ ବାପା ଇରିଗେଶନ ବିଭାଗ ଠିକାଦାର ଭାବେ କୋଟିକୋଟି ଟଙ୍କାର କାମ କରିଥିଲେ । ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି । ପରେ କେସିଙ୍ଗା ସହର ସ୍ଥିତ ପିଏମ ଶ୍ରୀ ହାଇସ୍କୁଲରେ ନବ ନିର୍ମିତ ବାଳକ ହଷ୍ଟେଲର ଉଦଘାଟନ କରିଥିଲେ ଏବଂ କେସିଙ୍ଗା ପଞ୍ଚୟତ ସମିତିରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନ ୩.୩୦ ସମୟରେ ମଧ୍ୟାନ୍ନ ଭୋଜନ ସାରି ଉତ୍କେଳାରୁ ଉଡାଜାହାଜ ଯୋଗେ କନ୍ଧମାଳ ଜିଲା ବାଲିଗୁଡା ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ସରପଞ୍ଚ, ଦିବ୍ୟାଙ୍ଗ ହୋଇ ବି…

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା। ଗାଁ ରାସ୍ତାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri