ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ ଯାଇଛନ୍ତି। ସେ ରହୁଥିବା ପଡାବାସୀ ମଧ୍ୟ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରୋଗାକ୍ରାନ୍ତ ମହିଳା ଜଣକ ଏବେ ଭାଗ୍ୟକୁ ଆଦରି ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଧନ ସିଂ ମହାନନ୍ଦଙ୍କ ସ୍ତ୍ରୀ ସୀତା(୫୦)ଙ୍କ ଗୋଡରେ ଘା’ ହୋଇ ଗୁରୁତର ହୋଇଛି। ପ୍ରାୟ ଦେଢବର୍ଷ ପୂର୍ବେ ମହିଳାଙ୍କୁ ମଧୁମେହ ରୋଗ ହୋଇଥିବା ଜଣାପଡିଥିଲା। ସେ ପ୍ରଥମେ ଚିକିତ୍ସିତ ହୋଇ ଔଷଧ ଖାଉଥିଲେ। ପରବର୍ତ୍ତୀ ସମୟରେ ଆର୍ଥିକ ଅଭାବ ଯୋଗୁ ଚିକିତ୍ସା ହୋଇ ପାରିଲେ ନାହିଁ। ଫଳରେ ରୋଗ ବଢିଯିବା ସହିତ ଗୋଡର ଘାଆ ଶୁଖୁ ନ ଥିଲା। ଏହି କାରଣରୁ ପରିବାର ଲୋକେ ତାଙ୍କୁ କୌଣସି ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରିଥିଲେ ା ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ସମେତ ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ସମସ୍ତ ଝିଅ ପୁଅ ବିବାହିତ। ବଡପୁଅ ନିକଟସ୍ଥ ଏକ ଗ୍ରାମରେ ବିବାହ କରି ସେଠାରେ ଘରଜ୍ବାଇଁ ରହିଛନ୍ତି। ସାନ ପୁଅ ବିବାହ କରି ସ୍ତ୍ରୀ,ମାଆ ଓ ବାପାଙ୍କ ସହିତ ଘରେ ରହୁଥିଲେ। ମହିଳାଙ୍କ ଘା’ ବଢି ଯିବାରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପରିବର୍ତ୍ତେ ସାନପୁଅ ସ୍ତ୍ରୀଙ୍କୁ ଶଶୁର ଘରେ ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ମହିଳାଙ୍କ ସ୍ବାମୀ କିଛି ଦିନ ଘରେ ରହି ସେବା କରୁଥିଲେ। ମାତ୍ର ଦୁଇ ମାସ ହେବ ସେ ମଧ୍ୟ ରୋଗୀଣା ସ୍ତ୍ରୀଙ୍କୁ ଛାଡି ବଡପୁଅ ଘରକୁ ପଳାଇଛନ୍ତି। ରୋଗାକ୍ରାନ୍ତ ମହିଳା ଜଣକ ଭୋକ ଓପାସରେ ଘରେ ଏକାକୀ ପଡି ରହିଛନ୍ତି । ଗ୍ରାମବାସୀ ଓ ପଡାବାସୀ ତାଙ୍କୁ କିଛି ଦିନ ଖାଇବାକୁ ଦେଉଥିଲେ। ଏବେ ରୋଗ ବଢିଯିବାରୁ ତାଙ୍କ ପାଖକୁ ଆଉ କେହି ଯାଉ ନାହାନ୍ତି। ଏପରିକି ତାଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଛି। ଏନେଇ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପଙ୍କୁ ଯୋଗାଯୋଗ ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆଙ୍କୁ ପଚାରିବାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଯଥାଶୀଘ୍ର ଉଦ୍ଧାର କରି ଚିକିତ୍ସା କରିବା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri