Posted inଜାତୀୟ

ଦଳର ନାମ-ପତାକା ସ୍ଥିର କରିବେ ଜମ୍ମୁ-କଶ୍ମୀରର ଲୋକେ, କହିଲେ ଆଜାଦ…

ଜମ୍ମୁ, ୪।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେ ଜମ୍ମୁ-କଶ୍ମୀରର ଲୋକଙ୍କ ସହ ଛିଡା ହୋଇଛନ୍ତି। ରାଜ୍ୟର ୭୩ ବର୍ଷ ବୟସ୍କା ଭେଟେରାନ ନେତା ଆଜାଦ ତାଙ୍କ ନୂତନ ରାଜନୈତିକ ଦଳର ଗଠନ ତଥା ନାମ ଘୋଷଣା କରିବାର ସମ୍ଭାବନା ରହିଥିଲା। ସେ ତାଙ୍କ ଦଳର ଗଠନ ବିଷୟରେ କହିଥିଲେ କିନ୍ତୁ ଏହାର ନାମ ଘୋଷଣା କରିନାହାଁନ୍ତି।

ଆଜାଦ ସୂଚନା ଦେଇଥିଲେ ମୁଁ ଏପର୍ଯ୍ୟନ୍ତ ମୋ ଦଳର ନାମ ସ୍ଥିର କରି ନାହିଁ। ଜମ୍ମୁ-କଶ୍ମୀରର ଲୋକମାନେ ଦଳର ନାମ ଏବଂ ପତାକା ସ୍ଥିର କରିବେ। ମୁଁ ମୋ ପାର୍ଟିକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହା ସମସ୍ତେ ବୁଝିପାରିବେ। ମୋର ଦଳ ରାଜ୍ୟର ପୁନରୁଦ୍ଧାର, ଜମି ଅଧିକାର ଏବଂ ମୂଳବାସିନ୍ଦାଙ୍କ ରୋଜଗାର ଉପରେ ଧ୍ୟାନ ଦେବ।

ଆଜାଦ ଗତ ସପ୍ତାହରେ କହିଥିଲେ ଯେ ସେ ଖୁବ ଶୀଘ୍ର ଏକ ନୂଆ ପାର୍ଟି ଆରମ୍ଭ କରିବେ। ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ଦଳର ପ୍ରଥମ ୟୁନିଟ ଗଠନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri