Posted inଜାତୀୟ

କଲ୍‌ଗର୍ଲ ଯୋଗାଣକାରୀ ମହିଳାଙ୍କ ପାଖରେ ଏସ୍‌ପିଙ୍କ ଫୋନ୍‌: ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଡିଆଇଜି…

ପାଟନା, ୪।୯ : ବିହାରର ମାଧେପୁରାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ସ୍ଥାନୀୟ ପୋଲିସ ବିଭାଗ ଅସୁବିଧାରେ ପଡ଼ିଛି। ଜିଲାର ଏସ୍‌ପିଙ୍କ ମୋବାଇଲ ଫୋନ କଲ୍‌ଗର୍ଲ ଯୋଗାଉଥିବା ଜଣେ ମହିଳାଙ୍କ ନିକଟରୁ ଜବତ କରାଯାଇଥିଲା। ଏହା ପରେ କୌଣସି ଅଧିକାରୀ ଏ ବିଷୟରେ କିଛି କହିବାକୁ ମନା କରୁଛନ୍ତି। ଏଥି ସହିତ ମାଧେପୁରା ଏସପି କହିଛନ୍ତି ଯେ ସେ ଏବେ ଛୁଟିରୁ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ କ’ଣ ଘଟିଛି ସେ ବିଷୟରେ ଅବଗତ ନୁହଁନ୍ତି।

ଏଥିସହ ମହିଳା ଜଣକ ଦାବି କରିଛନ୍ତି ଯେ ସେ ଅନେକ ପୋଲିସ କର୍ମଚାରୀଙ୍କୁ କଲ୍‌ଗର୍ଲ ଯୋଗାଉଛନ୍ତି। ତାଙ୍କ କହିବାନୁସାରେ, ସେ ଜଣେ କଲ୍‌ଗଲଙ୍କୁ ମାଧେପୁରା ସଦର ଡାକ୍ତରଖାନା ସମ୍ମୁଖରେ ଥିବା ଡିଏସପି ମୁଖ୍ୟାଳୟର ବାସଭବନକୁ ପଠାଇଥିଲେ। ଯେତେବେଳେ ସାହେବ କମ ଟଙ୍କା ଦେଲା, କଲ୍‌ଗର୍ଲ ଜଣଙ୍କ ମୋବାଇଲ ଚୋରି କରି ଥିଲା।

ସୂଚନା ଅନୁଯାୟୀ, ମାଧେପୁରା ଏସପି ରାଜେଶ କୁମାର ୨୫ ରୁ ୩୧ ଅଗଷ୍ଟରେ ଛୁଟିରେ ଥିଲେ। ଏହି ସମୟରେ ହେଡକ୍ୱାର୍ଟର ଡିଏସପି ଅମରକାନ୍ତ ଚୌବେଙ୍କୁ ଏସପି ଦାୟିତ୍ୱ ଦିଆଯାଇଥିଲା। ମହିଳା ଦାବି କରିଛନ୍ତି ଯେ ଏହି ସମୟ ମଧ୍ୟରେ ସାହବ ଜଣେ କଲ୍‌ଗର୍ଲଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ। କାମ ସରିବା ପରେ ସେ ଟଙ୍କା ଦେଇ ନଥିଲେ, ଯାହା ପରେ କଲ୍‌ଗର୍ଲ ଜଣଙ୍କ ତକିଆ ତଳେ ରଖାଯାଇଥିବା ମୋବାଇଲ ନେଇ ଆସିଥିଲା।

ମାଧେପୁରା ଏସ୍‌ପି ରାଜେଶ କୁମାର ଛୁଟିରେ ଥିଲେ। କୌଣସି କାରଣରୁ ଡିଆଇଜି ଶିବଦୀପ ଲାଣ୍ଡେ ଏସ୍‌ପିଙ୍କ ନମ୍ବରକୁ କଲ୍‌ କରିଥିଲେ। ତେବେ ଫୋନ ସୁଇଚ ଅଫ ଥିବା ଜଣା ପଡ଼ିକଲା। ଏହା ପରେ ସେ ଫୋନ ନେଇ ସର୍ଭେଲାନ୍ସ୍‌ କରାଯାଇଥିଲା। ଫୋନ ସାହାରାସାରେ ଥିବା ପୋଲିସ ଜାଣିବାକୁ ପାଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାହାରାସାରୁ ଫୋନ ଜବତ କରାଯାଇଥିଲା ଏବଂ ମହିଳାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ମହିଳା ଜଣକ କହିଥିଲେ ଯେ ସେ କଲ୍‌ଗର୍ଲ ଯୋଗାଉଛନ୍ତି। ସେ କଲ୍‌ଗର୍ଲମାନଙ୍କୁ ବଡ ବଡ ସରକାରୀ ତଥା ବେସରକାରୀ ଅଧିକାରୀଙ୍କ ନିକଟକୁ ପଠାନ୍ତି ।

ମହିଳା ଜଣକ କହିଛନ୍ତି ଯେ ସେ କଲ୍‌ଗର୍ଲଙ୍କୁ ଏକ ଘଣ୍ଟା ପାଇଁ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ୩୦୦ ଟଙ୍କା ଏବଂ ତା’ଠାରୁ ଅଧିକ ସମୟ ଲାଗି ୫୦୦ଟଙ୍କା ନେଇଥାନ୍ତି। କିନ୍ତୁ ସାହେବ ଅନେକ ଥର କମ ଟଙ୍କା ଦେଇଥିଲେ। ତେଣୁ କଲ୍‌ଗର୍ଲ ଜଣଙ୍କ ଫୋନ ଚୋରି କରିଥିଲେ। ତେବେ ଏହାକୁ ନେଇ ରାଜ୍ୟ ପୋଲିସ ବିଭାଗରେ ଚର୍ଚ୍ଚା ଆରମ୍ଭ ହୋଇଛି। ଡିଆଇଜି ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri