ଆସିଲା ମା’କାଳିଜାଈଙ୍କ ଆଜ୍ଞାମାଳ

ବାଲୁଗାଁ,୩ା୯(ଡି.ଏନ୍‌.ଏ.): ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ତିଥି ଅବସରରେ ଶନିବାର ବାଣପୁରର ଆରାଧ୍ୟ ଦେବୀ ମା’ଭଗବତୀଙ୍କ ଶାରଦୀୟ ପାର୍ବଣର ଶୁଭାରମ୍ଭ ହୋଇଛି। ଏଥିସହ ଏକ ଡଙ୍ଗାରେ ମା’କାଳିଜାଈଙ୍କ ଆଜ୍ଞାମାଳ ଆସିବା ପରେ ଚିଲିକାରେ ମା’ଭଗବତୀ ଓ କାଳିଜାଈଙ୍କ ପାଣିତୋଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଭଗବତୀଙ୍କ ଶାରଦୀୟ ପାର୍ବଣ ନିମନ୍ତେ ତଥାକଥିତ ଛଅ ଭଉଣୀଙ୍କୁ ବିଭିନ୍ନ ତିଥିରେ ନିମନ୍ତ୍ରଣ କରାଯାଇଥାଏ। ପୂର୍ବରୁ ପଣା ସଂକ୍ରାନ୍ତିରେ ଭଉଣୀ ମା’ ସିଦ୍ଧାମ୍ବରୀ, ଅଶୋକାଷ୍ଟମୀ ତିଥିରେ ମା’ନାରାୟଣୀଙ୍କ ଆଜ୍ଞାମାଳ ଆସିସାରିଥିବା ବେଳେ ଭେଟ ଅମାବାସ୍ୟା ତିଥିରେ ମା’ ବିରଜାଈ, ମା’ପୋଲକାଶୁଣୀ, ମା’ ବୁଢ଼ୀଠାକୁରାଣୀଙ୍କ ଆଜ୍ଞାମାଳ ଆସିଥାଏ।
ପରମ୍ପରା ଅନୁଯାୟୀ ଅପରାହ୍ନରେ ମା’ ଭଗବତୀଙ୍କ କାଠି ଠାକୁରାଣୀ ସେବାୟତଙ୍କ ଗହଣରେ ଘଣ୍ଟ, ବାଦ୍ୟ, କାହାଳି ପାଟପଟୁଆର ସହ ବାଣପୁରରୁ ବାହାରି ବାଲୁଗଁା ଚିଲିକା କୂଳରେ ପହଞ୍ଚତ୍ଥିଲେ। ସେଠାରୁ ଏକ ସୁସଜ୍ଜିତ ବୋଇତରେ ମା’ଙ୍କୁ ବିରାଜମାନ କରାଯାଇ ଚିଲିକା ବକ୍ଷକୁ ନିଆଯାଇଥିଲା। ସେପଟୁ ଅନ୍ୟ ଏକ ଡଙ୍ଗାରେ ମା’କାଳିଜାଈଙ୍କ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଥିଲା ପାଣି ତୋଳା ଉତ୍ସବ। ଏହି ସମୟରେ ଘଣ୍ଟ, କାହାଳି, ହରିବୋଲ ଧ୍ୱନିରେ ଚିଲିକା ବକ୍ଷ ପ୍ରକମ୍ପିତ ହୋଇ ଉଠିଥିଲା। ପୂଜାନୀତି ସମାପନ ପରେ ଶାରଦୀୟ ପର୍ବ ପାଇଁ କାଳିଜାଈଙ୍କୁ ନିମନ୍ତ୍ରଣ ସ୍ବରୂପ ଆଜ୍ଞାମାଳ ନେଇ ବାଲୁଗଁା ପ୍ରତ୍ୟାବର୍ତ୍ତନ କରିଥିଲେ। ବିଳମ୍ବିତ ରାତିରେ କାଠି ଠାକୁରାଣୀ ପ୍ରଥମେ ବାଲୁଗଁା ସାମନ୍ତରାପୁର ସାହି. ଗୁଣ୍ଡୁରୁପୁର ସାହି, ପାଟଣାସାହି ଏବଂ ଅନ୍ତରକିଆରୀ ଗ୍ରାମରେ ଭୋଗ ସାରି ବାଣପୁରସ୍ଥିତ ନିଜସ୍ବ ମନ୍ଦିରକୁ ଫେରିଥାନ୍ତି। ଏହା ପରେ ରାଧାଷ୍ଟମୀ ତିଥିରେ ଭଗବତୀଙ୍କର ଶୟନ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଶୟନ ଉତ୍ସବର ଆଠଦିନ ପରେ ଅର୍ଥାତ୍‌ ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ତିଥିରେ ମା’ ଦକ୍ଷିଣ ଦିଗକୁ ପାର୍ଶ୍ୱ ପରିବର୍ତ୍ତନ କରନ୍ତି। ପୁନଃ ଏହାର ଆଠଦିନ ପରେ ମୂଳାଷ୍ଟମୀ ତିଥିରେ ଶାରଦୀୟ ପୂଜା ପାଇଁ ମା’ଙ୍କୁ ମନ୍ତ୍ର ମୁତାବକ ଆରାଧନା କରାଯାଇ ଶୟନ ଅବସ୍ଥାରୁ ଉତ୍‌ଥାପନ କରାଯାଇଥାଏ ଏବଂ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନଠାରୁ ଭଗବତୀଙ୍କର ଷୋଡ଼ଶ ଦିବସୀୟ ଶାରଦୀୟ ପୂଜା ଆରମ୍ଭ ହୋଇଥାଏ। ମୂଳାଷ୍ଟମୀ ଠାରୁ ପ୍ରଥମ ଆଠଦିନ ଅର୍ଥାତ୍‌ ଅମାବାସ୍ୟା ପର୍ଯ୍ୟନ୍ତ ଭଗବତୀ ମନ୍ଦିରରେ ଯେଉଁ ପୂଜା ଅନୁଷ୍ଠିତ ହୁଏ ତାହାକୁ ଭିତର ପୂଜା କୁହାଯାଇଥାଏ। ତହିଁ ଆଠଦିନ ପର୍ଯ୍ୟନ୍ତ ମା’ଙ୍କ ପିତ୍ରାଳୟ ଦକ୍ଷପ୍ରଜାପତି ମନ୍ଦିର ନିକଟସ୍ଥ ସାତବଖରା ଘରେ ବାହ୍ୟ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଶାରଦୀୟ ପାର୍ବଣ ନିମନ୍ତେ ମା’ଙ୍କ ତଥାକଥିତ ଅନ୍ୟ ଭଉଣୀ ମା’ ବିରଜାଈ, ମା’ ନାରାୟଣୀ, ମା’ ପୋଲକାଶୁଣୀ, ମା’ କାଳିଜାଇ, ମା’ ସିଦ୍ଧାମ୍ବରୀ ଓ ମା’ ବୁଢ଼ୀ ଠାକୁରାଣୀ ବାହାର ପର୍ବ ଗୃହରେ ଆସ୍ଥାନ ଗ୍ରହଣ କରିଥାନ୍ତି। ସପ୍ତମୀ ତିଥିରୁ ଦିନେ ପରେ ଦିନେ ପାରମ୍ପରିକ ବଳିଜେନା ନୃତ୍ୟ ଅନୁଷ୍ଠିତ ହୁଏ। ମହାନବମୀ ତିଥିରେ ଭଗବତୀଙ୍କ ମନ୍ଦିର ଗୃହରେ ନବକଳଶ, ପୂଜା, ହୋମ ଓ ବଳିଦାନ ଇତ୍ୟାଦି ସମାପନ ପରେ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri