Posted inଫୁରସତ

ଡିଜିଟାଲ ରେପ୍‌: ବିପଦରେ ନାବାଳିକା

ନୂଆଦିଲ୍ଲୀ: ନୋଏଡା ସୁରଜପୁର ଜିଲା ସଲାରପୁର ଗ୍ରାମର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡିଜିଟାଲ ରେପ୍‌ ଅଭିଯୋଗରେ ସେସନ୍ସ କୋର୍ଟ ମଙ୍ଗଳବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୋସ୍କୋ ଆକ୍ଟ ଅନ୍ତର୍ଗତ ଆଇପିସି ଧାରା ୩୭୫ ଅଧୀନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନୋଏଡା ସେକ୍ଟର ୩୯ ପୋଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଆକବର ଅଲ୍ଲୀଙ୍କ ଘର ପଶ୍ଚିମବଙ୍ଗରେ। ୨୦୧୯ରେ ନୋଏଡା ସଲାରପୁରରେ ରହୁଥିବା ତାଙ୍କ ଝିଅ ଘରକୁ ସେ ବୁଲିବା ପାଇଁ ଆସିଥିଲେ। ପାଖଘରେ ରହୁଥିବା ସାଢ଼େ ତିନି ବର୍ଷର ଝିଅଙ୍କୁ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଆକବର ଅଲ୍ଲୀ ତାଙ୍କୁ ଡିଜିଟାଲ ରେପ୍‌ କରିଥିବା ପୋଲିସ କହିଛି। ପୀଡ଼ିତା ନାବାଳିକା ଜଣକ ଘରକୁ ଆସି କାନ୍ଦି କାନ୍ଦି ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପୀଡ଼ିତାଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ ତୁରନ୍ତ ଆକବରଙ୍କୁ ଗିରଫ କରିନେଇଥିଲା। ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ ହେଁ କୋର୍ଟ ଆବେଦନ ପତ୍ରକୁ ଖାରଜ କରିଦେଇଥିଲେ। ଆଜୀବନ କାରାଦଣ୍ଡ ସାଙ୍ଗକୁ ଆକବରଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବା ଲାଗି କୋର୍ଟ ଶୁଣାଣିରେ କହିଛନ୍ତି।
ଡିଜିଟାଲ ରେପ୍‌ କ’ଣ?
ପ୍ରତ୍ୟେକ ଦିନ ବଳାତ୍କାର ସମ୍ବନ୍ଧୀୟ ଘଟଣା ସବୁ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ଏହି ବଳାତ୍କାର ମାମଲାରେ ଏବେ ଡିଜିଟାଲ ରେପ୍‌ ଯୋଡ଼ିହୋଇଛି। ଅନେକଙ୍କ ମନରେ ଏହି ରେପ୍‌ ସମ୍ବନ୍ଧୀୟ ଭୁଲ ଧାରଣା ରହିଛି। ଏଥିରେ ବ୍ୟବହୃତ୍‌ ହୋଇଥିବା ଡିଜିଟାଲ ଶବ୍ଦର ଅର୍ଥ ଇଣ୍ଟରନେଟ୍‌ କିମ୍ବା ଭର୍ଚୁଆଲ ମୋଡ୍‌ ନୁହେଁ। ଇଂଲିଶ ଶବ୍ଦ କୋଷରେ ଡିଜିଟାଲର ଅର୍ଥ ଆଙ୍ଗୁଠି। ସରଳ ଭାବେ କହିବାକୁ ଗଲେ ଅଙ୍ଗୁଳକୁ ବ୍ୟବହାର କରି କରାଯାଉଥିବା ବଳାତ୍କାର ହେଉଛି ଡିଜିଟାଲ ରେପ୍‌। ୨୦୧୨ ଡିସେମ୍ବର ପର୍ଯ୍ୟନ୍ତ ଡିଜିଟାଲ ରେପ୍‌କୁ ବଳାତ୍କାର ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ଏହାକୁ ଶାରୀରିକ ନିର୍ଯାତନା ଭାବେ ଧରାଯାଉଥିଲା।
ଅଧିକାଂଶ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଡିଜିଟାଲ ରେପ୍‌ ଅନ୍ତର୍ଗତ ମାମଲା ରୁଜୁ ହୋଇଛି ।
ନିକଟରେ ନୋଏଡାର ୫୦ ବର୍ଷୀୟ ମନୋଜ ଲାଲାଙ୍କୁ ଡିଜିଟାଲ ରେପ୍‌ ଅଭିଯୋଗରେ ଗିରଫ କରାଯାଇଥିବାବେଳେ ନୋଏଡାର ଆଉ ଜଣେ ବ୍ୟକ୍ତି ନିଜ ୫ ବର୍ଷର ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ୨୦୨୧ରେ ୮୦ ବର୍ଷ ବୟସର ଜଣେ ପେଣ୍ଟର ତାଙ୍କ ଘରେ ରହୁଥିବା ଜଣେ ନାବାଳିକାଙ୍କୁ ଦୀର୍ଘ ୭ ବର୍ଷ ଧରି ଡିଜିଟାଲ ରେପ୍‌ କରିଥିବା ଅଭିଯୋଗ ହୋଇଥିଲା। ଡିଜିଟାଲ ରେପ୍‌ ସମ୍ବନ୍ଧୀୟ ଅଧିକାଂଶ ମାମଲା ବୟସ୍କ ଲୋକଙ୍କ ବିରୋଧରେ ଆସୁଛି। ଦେଶରେ ଏ ଭଳି ଅନେକ ଘଟଣା ଘଟୁଥିବାବେଳେ ଅଳ୍ପ ସଂଖ୍ୟକ ମାମଲା ହିଁ ଲୋକଲୋଚନକୁ ଆସୁଛି। ସାମାଜିକ ଅପବାଦ ଡରରେ ଡିଜିଟାଲ ରେପ୍‌ର ଶିକାର ହୋଇଥିବା ପୀଡ଼ିତା ଓ ସେମାନଙ୍କ ପରିବାର ଏ ନେଇ କୌଣସି ଅଭିଯୋଗ କରୁ ନ ଥିବା ମାମଲାର ଶୁଣାଣି ବେଳେ ସୁରଜପୁର ସେସନ୍ସ କୋର୍ଟ ଜଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri