ସମସ୍ୟାକୁ ଅଣଦେଖା କରୁଛି ପୌର ପ୍ରଶାସନ

ଖୋର୍ଦ୍ଧା ଅଫିସ,୩୧ା୮: ବୁଧବାର ଖୋର୍ଦ୍ଧା ପୌର ପ୍ରଶାସନ ପାଳିବ ୬୩ତମ ସ୍ବାୟତ୍ତ ଶାସନ ଦିବସ। ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଜିଲା ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ପରିମଳ, ବିପର୍ଯ୍ୟସ୍ତ ଡ୍ରେନେଜ ଓ ରାସ୍ତାକଡ଼ କ୍ୟାବିନ ସହରର ମୁଖ୍ୟ ସମସ୍ୟା ପାଲଟିଛି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ପୌର ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡ ଘରୋଇକରଣ କରାଯାଇଛି। ଏଥିଲାଗି ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସହରରେ ଅଳିଆ ହଟୁନି। ସହର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ଆବଜର୍ନା ପଡି ପାହାଡ ସଦୃଶ ଗଦା ହେଲାଣି। ସ୍ବଚ୍ଛତା ଆଳରେ ଘରୋଇ ଠିକା ସଂସ୍ଥାକୁ ପୋଷା ଚାଲିଛି ବୋଲି କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଡ୍ରେନେଜ ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବା ଫଳରେ ପୋତି ହୋଇଗଲାଣି। ଡ୍ରେନ ଗୁଡିକ ମଧ୍ୟ ରାସ୍ତା ଠାରୁ ଉପରେ ରହିଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ଡ୍ରେନ ଉପରେ ବେଆଇନ ଭାବେ କୋଠା, ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ପୁରୁଣା ବସଷ୍ଟାଣ୍ଡ ଏବଂ ନୂଆ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ୨ବର୍ଷ ହେବ ବନ୍ଦ ପଡିଛି। ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ବ୍ୟବସାୟୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ନୂଆବସଷ୍ଟାଣ୍ଡ ପରିସରରେ ରହିଥିବା ମାର୍କେଟ କମ୍ପେକ୍ସ କୋଠା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଛାତରେ ବର ଅସ୍ବତ୍ଥ ଗଛ ଉଠିଲାଣି। ବସଷ୍ଟାଣ୍ଡ ପରିସର ମୁକ୍ତ ଡମ୍ପିୟାର୍ଡ ପାଲଟିଛି। ସନ୍ଧ୍ୟା ହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ମଶା ଔଷଧ ସ୍ପ୍ରେ କରାଯାଉନାହିଁ। ଫଳରେ ସହରରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସହରରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନଙ୍କ ଦୌରାତ୍ମ୍ୟ ଯୋଗୁ ଲୋକେ ରାତି ହେଲେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି। ଦୁର୍ଘଟଣା ମଧ୍ୟ ଘଟୁଛି। କୁକୁର ବନ୍ଧ୍ୟାକରଣ ପ୍ରହସନରେ ପରିଣତ ହୋଇଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଅର୍ଥ ଶ୍ରାଦ୍ଧ ହେଉଛି, ତେବେ ଅର୍ଥ କୁଆଡେ ଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରରେ ଅନ୍ୟତମ ସମସ୍ୟା ହେଉଛି ରାସ୍ତାକଡ ଉଠାଦୋକାନ। ମାରଓ୍ବାଡି ପଟି ଠାରୁ ସମବାୟ ଛକ, ଏସ୍‌ବିଆଇ ଛକ ପର୍ଯ୍ୟନ୍ତ ୫୪୦ରୁ ଊର୍ଦ୍ଧ୍ୱ କ୍ୟାବିନ ରହିଛି। ସମସ୍ତ ଦୋକାନ ରାସ୍ତା ଉପରେ ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ରାସ୍ତା ଉପରେ ବାଇକ୍‌ ପାର୍କିଂ ହେଉଛି। ଉଠାଦୋକାନୀ, ପୁଣି ପାର୍କିଂ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। କ୍ୟାବିନ ଥଇଥାନ ଲାଗି ଦୀର୍ଘ ୨୨ବର୍ଷ ଧରି ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନର ଆନ୍ତରିକତା ବାଧକ ସାଜିଛି। ସହରର ଅନେକ ସ୍ଥାନ ଖାଲଖମାରେ ପରିଣତ ହୋଇଛି। ମରାମତି ନ ହେବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଡାକ୍ତର୍ସ ଲେନଠାରୁ ଗୁରୁଜଙ୍ଗକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତା ଦୁରାବସ୍ଥା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ପୋଷ୍ଟ ଅଫିସ ଛକରେ ବଡ ବଡ ଗାତ ସୃଷ୍ଟି ହୋଇଛି। ନୟାଗଡ ରୋଡ, ପୁରୁଣା ବସଷ୍ଟାଣ୍ଡ ପୁଣି ଗୁରୁଜଙ୍ଗ ଆଡକୁ ଯିବା ଲାଗି ମୁଖ୍ୟ ସଂଯୋଗ ଏହି ଛକ ହୋଇଥିବା ବେଳେ ଯାନବାହନ ଚଳାଚଳରେ ହଇରାଣ ହେଉଛନ୍ତି। ଚଣ୍ଡିଚୁଆ ଛକଠାରୁ ନୂଆ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ପ୍ରାୟ ୨କିମି ରାସ୍ତାର ଉଭୟ ପାର୍ଶ୍ୱରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି।
ସମ୍ପର୍କରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଖୋର୍ଦ୍ଧାକୁ ଏକ ସୌନ୍ଦର୍ଯ୍ୟମୟ ସହରରେ ପରିଣତ ଲାଗି ଚେଷ୍ଟା ଜାରି ରହିଛି। ସହରର ବିକାଶକୁ ତ୍ୱରାନ୍ବିତ କରାଯିବ। ପରିମଳ, ଡ୍ରେନେଜରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସହରବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଥିଲେ, ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri