ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ ଡିଲ୍‌

ଭୁବନେଶ୍ୱର, ୩୦ା୮(ବ୍ୟୁରୋ):ରାଜ୍ୟରେ ବଜ୍ରକାପ୍ତା ଭଳି ବହୁରୂପୀ ଏଣ୍ଡୁଅର ମଧ୍ୟ ଚୋରା ଚାଲାଣ ହେଉଛି। ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ ସକ୍ରିୟ ଥିବାବେଳେ ଲକ୍ଷ ଲକ୍ଷ ଟଙ୍କାରେ କାରବାର ହେଉଥିବା ଜଣାପଡିଛି। ସୋମବାର ସତ୍‌ସଙ୍ଗ ବିହାର ନିକଟ ଶ୍ୟାମାପ୍ରସାଦ ପାର୍କରେ ଚଢ଼ାଉ କରି ବନ ବିଭାଗ ସମ୍ପୃକ୍ତ ଅଜା ଓ ନାତିଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତ୍‌ସିଂହପୁରର ରଶ୍ମି ରଞ୍ଜନ ଦାସ(୧୯) ଓ ଅଜା କ୍ଷୀରୋଦ ମହାନ୍ତି(୭୩)।
ଗିରଫ ଦୁଇଜଣଙ୍କୁ ଭୁବନେଶ୍ୱର ରେଞ୍ଜ୍‌ ଅଫିସ୍‌ରେ ରଖାଯାଇଛି। ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଚରାଉଚରାବେଳେ ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେମାନେ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୫୦ହଜାର ଟଙ୍କାରେ ଉକ୍ତ ବହୁରୂପୀ ଏଣ୍ଡୁଅ କିଣିଥିଲେ। ଗୋଟିଏ ଦିନ ରଖିବା ପରେ ତାକୁ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଏହି ଖବର ବନ ବିଭାଗ ପାଖରେ ପହଞ୍ଚତ୍ବା ପରେ ନଗର ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ବନାଞ୍ଚଳ ଓ ମଞ୍ଚେଶ୍ୱର ବନାଞ୍ଚଳର ୨୦ଜଣ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏସିଏଫ୍‌ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଟିମ୍‌ ସଦସ୍ୟମାନେ ପୂରା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଥିଲେ। ପ୍ରଥମେ ଅଭିଯୁକ୍ତଙ୍କ ସହ କଥାହୋଇ ଏଣ୍ଡୁଅ କିଣିବା ପାଇଁ ଡିଲ୍‌ ହୋଇଥିଲା। ମୂଲଚାଲ ପରେ ଦେଢ଼ ଲକ୍ଷ ଟଙ୍କାରେ କଥା ଛିଣ୍ଡି ଥିଲା। ସେହି ଅନୁସାରେ ଅଜା ଓ ନାତି ଭୁବନେଶ୍ୱର ବାଣୀବିହାରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ପହଞ୍ଚତ୍ଥିଲେ। ଜଣେ ଫରେଷ୍ଟର ଗ୍ରାହକ ହୋଇ ଏଣ୍ଡୁଅ କିଣିବା ପାଇଁ ସେମାନଙ୍କ ପାଖକୁ ଯାଇଥିଲେ। ସେମାନେ ଏଣ୍ଡୁଅକୁ ବାହାର କରି ଦେଖାଇବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଅନ୍ୟ ବନ କର୍ମଚାରୀମାନେ କାବୁ କରିନେଇଥିଲେ। ଏଥିସହ ଉକ୍ତ ବହୁରୂପୀ ଏଣ୍ଡୁଅକୁ ମଧ୍ୟ ଜବତ କରାଯାଇଥିଲା। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ବହୁରୂପୀ ଏଣ୍ଡୁଅ ହେଉଛନ୍ତି ସିଡ୍ୟୁଲ-୨ ପ୍ରାଣୀ। ତେଣୁ ଏହାକୁ ରଖିବା କିମ୍ବା ବେପାର କରିବା ଦଣ୍ଡନୀୟ ଅପରାଧ। ଏହି ଏଣ୍ଡୁଅଟି ଦେଖିବାକୁ ସୁନ୍ଦର ହୋଇଥିବାରୁ ଏହାକୁ ସାଧାରଣତଃ ପୋଷା କରି ରଖିବାକୁ ଲୋକେ ପସନ୍ଦ କରିଥାନ୍ତି। କିନ୍ତୁ ଏହି ଏଣ୍ଡୁଅ କିଏ ଧରିଥିଲେ, ଅଭିଯୁକ୍ତ ଦ୍ୱୟ କାହାଠାରୁ କିଣିଥିଲେ ଓ କାହାକୁ ବିକ୍ରି କରିଥାନ୍ତେ, ତାହାର ଖୋଳତାଡ଼ କରୁଛି ବନ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri